ETV Bharat / state

ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ

ବର୍ଷାର ଆଗମନରେ ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ ହୋଇଯାଇଛି । ଗାଁ ଦିଶାରୀ ଉପଯୁକ୍ତ ସମୟର ଘୋଷଣା କରିବା ପରେ ବିଭିନ୍ନ ଗ୍ରାମରେ ବିଭିନ୍ନ ଦିନ ପାଳିତ ହୋଇଯାଇଛି ବନ୍ଦାପନା ଉତ୍ସବ ।

ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ
ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ
author img

By

Published : Jul 24, 2020, 10:08 PM IST

କୋରାପୁଟ: ଫସଲ ସୁରକ୍ଷା ପାଇଁ ଆଦିବାସୀଙ୍କ ବନ୍ଦାପନା ପର୍ବ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଏବେ ବର୍ଷା ଆସିବା ସମୟ । ଅନେକ ସ୍ଥାନରେ ବୃଷ୍ଟିପାତ ର ଅଭାବ ଯୋଗୁଁ ଚାଷ କାମ ଆଗେଇ ପାରୁନଥିବା ବେଳେ ଝରଣା ପାଖ ଜମି ଗୁଡିକରେ କିଛି କିଛି ଚାଷ କରିବାରେ ସକ୍ଷମ ହୋଇଛନ୍ତି କୋରାପୁଟ ଅଞ୍ଚଳ ଆଦିବାସୀ ଚାଷୀ ।

ହଳ ବୁଲାଇ କୋରାପୁଟ ଅଞ୍ଚଳ ର ଆଦିବାସୀ ଚାଷୀ ନିଜ ଛୋଟ ବଡ କ୍ଷେତରେ ଧାନ ବୁଣିଛି । କେଉଁଠି ଟିକି ଟିକି ଧାନ ଚାରା ସବୁଜ ରଙ୍ଗର ଗାଲିଚା ପ୍ରସ୍ତୁତ କଲାଣି ତ ଆଉ କେଉଁଠି ବର୍ଷାପାଣିକୁ ଅପେକ୍ଷା କରି କରି ଚାରା ଶୁଖି ଗଲାଣି । ଏହି ସମୟରେ ବିଭିନ୍ନ ପୋକ ଜୋକ ଲାଗିବାର ସମ୍ଭାବନା ବଢିଯାଏ । ଗାଈଗୋରୁ ଜମି ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିଦେଇପାରନ୍ତି । ତେଣୁ ନିଜେ ବାଡ଼ ବାନ୍ଧି ଜଗିବା ସହିତ ଭଲ ଫସଲ ହେବା ଓ ଫସଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାରମ୍ପରିକ ପଦ୍ଧତିରେ ପୂଜାର୍ଚନା କରିଛନ୍ତି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଚାଷୀ ।

ଫସଲ ସୁରକ୍ଷା ପାଇଁ ପୂଜାର୍ଚ୍ଚନା

ଗାଁ ଦିଶାରୀ ଉପଯୁକ୍ତ ସମୟର ଘୋଷଣା କରିବା ପରେ ବିଭିନ୍ନ ଗ୍ରାମରେ ବିଭିନ୍ନ ଦିନ ପାଳିତ ହୋଇଯାଇଛି ବନ୍ଦାପନା ଉତ୍ସବ । କେନ୍ଦୁ , ଜାମୁ ପ୍ରଭୃତି ପ୍ରକୃତି ଦତ୍ତ ବୃକ୍ଷରୁ ଡାଳ ସଂଗ୍ରହ କରି ବିଭିନ୍ନ ଦୈବୀ ଶକ୍ତିକୁ ଆବାହନ କରିବା ପରେ ପରିବାର ବର୍ଗ ସେହି ଡାଳ ଗୁଡିକୁ କ୍ଷେତର ମଧ୍ୟଭାଗରେ ପୋତି ଦିଅନ୍ତି । ବିଶ୍ବାସ ରହିଛି ଯେ ଏହାଦ୍ୱାରା ପୋକ ଜୋକ ଦାଉରୁ ଫସଲକୁ ରକ୍ଷା କରିହେବ । ତାପରେ ସେହି ଡାଳ ଗୁଡିକ ନିକଟରେ କେହି ଜଣେ ଉପସ୍ଥିତ ଥିବାର ଭାବନା ସୃଷ୍ଟି କରିବା ପାଇଁ ଏକ ପୁତଲାକୁ ମଧ୍ୟ ଠିଆ କରିଦିଆଯାଏ ।

ଏହା ଫଳରେ ଗାଈ ଗୋରୁ ଜମି ମଧ୍ୟକୁ ପଶି ଆସିବା କମିଯାଏ ବୋଲି କୋରାପୁଟ ବ୍ଲକ ଅନ୍ତର୍ଗତ ବାଗ୍ରା ଗ୍ରାମର ର ଅଧିବାସୀ ମତବ୍ୟକ୍ତ କରିଛନ୍ତି । ତେବେ ବିଭିନ୍ନ କ୍ଷେତରେ ଭଳିକି ଭଳି ଢଙ୍ଗର ପୁତଲା ବାଟୋଇଙ୍କ ମନରେ କୌତୁହଳ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ଭଲ ଫସଲ ପାଇଁ ଧରଣୀ ମାତାକୁ ପ୍ରାର୍ଥନା କରିଛନ୍ତି କୋରାପୁଟ ଅଞ୍ଚଳର ଚାଷୀ ।

କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.