ETV Bharat / state

ବିଶ୍ବସ୍ତରୀୟ ସମ୍ମିଳନୀ: ଯୋଗଦେଲେ କୋରାପୁଟ ଆଦିବାସୀ ଗବେଷକ, ବଖାଣିଲେ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ - ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଲେ କୋରାପୁଟ ଆଦିବାସୀ ଗବେଷକ

କୋରାପୁଟ ଆଦିବାସୀ ଗବେଷକ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ ସମ୍ପର୍କରେ ସଫଳତାର ସହିତ ଉପସ୍ଥାପନା କରିଛନ୍ତି । ଅଧିକ ପଢନ୍ତୁ

ବିଶ୍ବସ୍ତରୀୟ ସମ୍ମିଳନୀ: ଯୋଗଦେଲେ କୋରାପୁଟ ଆଦିବାସୀ ଗବେଷକ, ବଖାଣିଲେ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ

author img

By

Published : Apr 30, 2022, 4:44 PM IST

କୋରାପୁଟ: ଗୁଜରାଟର ଗାନ୍ଧୀନଗର ଠାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ WHO ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଓଡ଼ିଶାରୁ ୨ ଜଣ ଗବେଷକଙ୍କ ମଧ୍ୟରୁ ଜଣେ ହୋଇ ଯୋଗ ଦେଇଛନ୍ତି କୋରାପୁଟ ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି । ଏହାସହ ସେ ଜିଲ୍ଲାର ପାରମ୍ପରିକ ଔଷଧୀୟ ବୃକ୍ଷ ସମ୍ପର୍କରେ ସଫଳତାର ସହ ଉପସ୍ଥାପନ କରି କୋରାପୁଟ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ବିଶ୍ବସ୍ତରୀୟ ସମ୍ମିଳନୀ: ଯୋଗଦେଲେ କୋରାପୁଟ ଆଦିବାସୀ ଗବେଷକ, ବଖାଣିଲେ ଦେଓମାଳି ଔଷଧୀୟ ବୃକ୍ଷର ଗୁଣ

ସମଗ୍ର ଓଡ଼ିଶାରୁ ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଚୟନ କରାଯାଇଥିବା ଦୁଇଜଣ ପାରମ୍ପରିକ ବୈଦ୍ୟଙ୍କ ମଧ୍ୟରୁ ଜଣେ ହୋଇ ପାଙ୍ଗି ତାଙ୍କ ଏହି ଉପସ୍ଥାପନା କରିଥିଲେ । ଫଳରେ ବର୍ତ୍ତମାନ ସରକାରଙ୍କ 'ଆୟୁଷ ପର୍ଯ୍ୟଟନ' ଯୋଜନାରେ କୋରାପୁଟର ଦେଓମାଳୀ ଓ ତତସଂଲଗ୍ନ ଅନେକ ପର୍ବତରେ ଭାରି ରହିଥିବା ଔଷଧୀୟ ସମ୍ପଦକୁ ଦର୍ଶନ କରିବା ଓ ଗବେଷଣା କରିବା ପାଇଁ ସମ୍ମିଳନୀରେ ଯୋଗଦେଇଥିବା ଗବେଷକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବା ସେ ସୂଚନା ଦେଇଛନ୍ତି ।

ଜିଲ୍ଲାର ପାହାଡ଼ ପର୍ବତ ଓ ଜଙ୍ଗଲ ମଧ୍ୟରେ ଏବଂ ବିଶେଷ କରି ଜୈବ ବିବିଧତା ସମ୍ପନ୍ନ ଦେଓମାଳି ପର୍ବତମାଳାର ବୁକୁରେ ବିଶଲ୍ୟକରଣୀ, ଗଙ୍ଗଶିଉଳି, କୋଚିଲା, ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଭଳିକି ଭଳି ଔଷଧୀୟ ବୃକ୍ଷ ଦେଖାଯାଇଥାଏ । ଏଥିଲାଗି ପାଙ୍ଗିଙ୍କ ଭଳି ଗାଁଗଣ୍ଡାରେ ଚିକିତ୍ସା କରୁଥିବା ବୈଦ୍ୟ ନିଜ ଅଞ୍ଚଳର ପାରମ୍ପରିକ ଜ୍ଞାନ କୌଶଳକୁ ଆଧାର କରି ଚିକିତ୍ସା କରିଚାଲିଛନ୍ତି । ଗାଁ ଗଣ୍ଡାରେ ଏହି ଔଷଧୀୟ ଗୁଳ୍ମ ଓ ବୃକ୍ଷର ଉପସ୍ଥିତି ହିଁ ଲୋକଙ୍କୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ବୋଲି ପାଙ୍ଗି ମତ ରଖିଛନ୍ତି ।

ତେବେ କୋରାପୁଟ ସଞ୍ଚଳର ଏହି ଅମୂଲ୍ୟ ବିଭବକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଡଲିଆମ୍ବ ଠାରେ ଗୁପ୍ତେଶ୍ଵର ଚେରମୂଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରର ସୃଷ୍ଟି କରାଯାଇଛି ଯେଉଁଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ପାଙ୍ଗି କହିଛନ୍ତି ।

ଏହା ଜନସାଧାରଣଙ୍କ ମଧ୍ୟରେ ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ସମ୍ପଦ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାର ବଣ ଜଙ୍ଗଲରେ ଔଷଧୀୟ ବୃକ୍ଷରାଜିର ପରିମାଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ନିଜ ବୁଦ୍ଧି ବିଚାରକୁ ଆଧାର କରି ପାଙ୍ଗିଙ୍କ ସହିତ ଆୟୁଷ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ମାନ୍ୟତାପ୍ରାପ୍ତ ଗବେଷଣା କେନ୍ଦ୍ର ଗୁଡିକ ପକ୍ଷରୁ ବୈଷୟିକ ଜ୍ଞାନ ପ୍ରଦାନ କରାଗଲେ ଦେଓମାଳି ପର୍ବତମାଳାର ପାଦଦେଶରେ ସୃଷ୍ଟି ହୋଇଥିବା ଔଷଧୀୟ ବୃକ୍ଷର ଗବେଷଣା କେନ୍ଦ୍ରର ଓ ଔଷଧୀୟ ସମ୍ପଦକୁ ପୁନରୁଦ୍ଧାର କରାଯାଇପାରିବ ।

କୋରାପୁଟରୁ ସି. ଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.