ETV Bharat / state

ଆଦର୍ଶ ବିଦ୍ୟାଳୟ ଗଠନ ପାଇଁ ଶପଥ ନେଲେ ସ୍କୁଲ କ୍ୟାବିନେଟର ସଦସ୍ୟ - adarsh vidyalaya school cabinet member take oath

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରାପୁଟ ପୂଜାରିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ, ବିଦ୍ୟାଳୟ କ୍ୟାବିନେଟର ନୂତନ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟର ପିଲାମାନେ ନିର୍ବାଚିତ କରିଛନ୍ତି ।

school cabinet election
ଆଦର୍ଶ ବିଦ୍ୟାଳୟ ଗଠନ ପାଇଁ ଶପଥ ନେଲେ ସ୍କୁଲ କ୍ୟାବିନେଟର ସଦସ୍ୟ
author img

By

Published : Dec 22, 2019, 5:25 AM IST

କୋରାପୁଟ: ପ୍ରତ୍ୟେକ ଶିଶୁ ସେମାନଙ୍କୁ ପ୍ରଭାବିତ କରୁଥିବା ସମସ୍ତ ବିଷୟ ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିବାର ଦକ୍ଷତା ରହିଛି ଓ ଏହା କରିବା ପାଈଁ ସେମାନଙ୍କ ଅଧିକାର ରହିଛି । ଶିଶୁର ଶୈକ୍ଷିକ ପ୍ରଗତି ନିମନ୍ତେ ଶ୍ରେଣୀଗୃହରେ ପାଠ୍ୟ ପୁସ୍ତକରୁ ଜାଣୁଥିବା ବିଷୟ ଗୁଡିକୁ ଶିଶୁ ସୁଲଭ ଭାବନା ଓ ସାମର୍ଥ୍ୟକୁ ନେଇ ଛୋଟ ଛୋଟ ପ୍ରୟୋଗ କରିବା ଦିଗରେ ବିଦ୍ୟାଳୟ କ୍ୟାବିନେଟ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ନେଇଛି । ପିଲାଙ୍କ ମଧ୍ୟରେ ଥିବା ଏହି ସମ୍ଭାବନାକୁ ଆଧାରକାରୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜାରିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କ୍ୟାବିନେଟର ନୂତନ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟର ପିଲାମାନେ ନିର୍ବାଚିତ କରିଛନ୍ତି ।

ଆଦର୍ଶ ବିଦ୍ୟାଳୟ ଗଠନ ପାଇଁ ଶପଥ ନେଲେ ସ୍କୁଲ କ୍ୟାବିନେଟର ସଦସ୍ୟ

ବିଦ୍ୟାଳୟରେ ପିଲାଙ୍କୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଓ ପରିମଳ, ପରିବେଶ, କ୍ରୀଡା ଓ ସଂସ୍କୃତି, ସୂଚନା ଓ ଶିଶୁ ସାମ୍ବାଦିକତା ମନ୍ତ୍ରୀ ନିର୍ବାଚିତ ହେବା ସହ ପ୍ରତିଟି ବିଭାଗର ଉପମନ୍ତ୍ରୀ ମଧ୍ୟ ରହିଛନ୍ତି । କୋରାପୁଟ ଜିଲ୍ଲାରେ ବହୁଳ ଭାବେ ଆଦୃତ ଏହି ପ୍ରକ୍ରିୟା ପ୍ରତିବର୍ଷ ଗଣତାନ୍ତ୍ରିକ ପଦ୍ଧତିରେ ହୋଇଥାଏ । ପିଲାଙ୍କ ମଧ୍ୟରେ ନେତୃତ୍ତ୍ବ ନେବାର ସାହସ, ଅଧିକାରକୁ ସାବ୍ୟସ୍ତ କରୁଥିବା ସମୟରେ ଅନ୍ୟର ଅଧିକାରକୁ ସମ୍ମାନ ଦେବାର ଗୁରୁ ଦାୟିତ୍ବ, ନିଜ ଓ ଅନ୍ୟମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ ସମ୍ପର୍କରେ ଜାଣିବା ଓ ଜଣାଇବା, ଉପସ୍ଥିତ ସମସ୍ତ ମଞ୍ଚରେ ନିଜକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବା ଭଳି ସକାରାତ୍ମକ ଭାବକୁ କ୍ରିୟାଶୀଳ କରିଥାଏ ।

ପିଲାଙ୍କ ମଧ୍ୟରେ ପିଲାଙ୍କ ଦ୍ବାରା ନିର୍ବାଚିତ ହୋଇ ପ୍ରତିନିଧି ଭାବେ ବିଦ୍ୟାଳୟ କ୍ୟାବିନେଟକୁ ଆସିଥିବା ପିଲାମାନେ ସାମୁହିକ ବିକାଶରେ ନିଜର ବିକାଶ କରିଚାଲିଥାନ୍ତି । ଶିକ୍ଷାବିତମାନେ ଏହି ପ୍ରକ୍ରିୟା ପିଲାଙ୍କ ମଧ୍ୟରେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହ ବୃଦ୍ଧି ହେବା ସହିତ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ କରିବାରେ ଅଭୂତପୂର୍ବ ସହଯୋଗ କରିଛି ବୋଲି ସର୍ବ ଶିକ୍ଷା ଅଭିଯାନର ପୂର୍ବତନ ପ୍ରକଳ୍ପ ଅଧିକାରୀ ମହେଶ୍ବର ନାୟକ ଜଣାଇଛନ୍ତି ।

ବିଦ୍ୟାଳୟ କ୍ୟାବିନେଟର ମନ୍ତ୍ରୀ ମଣ୍ଡଳ ନିଜ ନିଜ ବିଭାଗରେ ବିଦ୍ୟାଳୟର ଅନ୍ୟାନ୍ୟ ପିଲାଙ୍କୁ ମଧ୍ୟ ସାମିଲ କରାଇ ବିଷୟଗତ ଜ୍ଞାନ ଅର୍ଜନ କରିବାରେ ଚେଷ୍ଟିତ ହେଉଛନ୍ତି ବୋଲି ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ନାୟକ ମତ ଦେଇଛନ୍ତି । କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟାଳୟ କ୍ୟାବିନେଟ ଏ ଦିଗରେ ସଫଳତା ଅର୍ଜନ କରିଛି ବୋଲି ପିଲାଙ୍କ ଅଧିକାରକୁ ନେଇ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ବିଇଓ ଶିବ ଶଙ୍କର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଶନିବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟର ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା ଏକ ନୂତନ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦିଗରେ ଆଗେଇ ଆସିବେ ବୋଲି ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ପ୍ରିୟଙ୍କା ସେଠୀ ଆଶା ରଖିଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ପ୍ରତ୍ୟେକ ଶିଶୁ ସେମାନଙ୍କୁ ପ୍ରଭାବିତ କରୁଥିବା ସମସ୍ତ ବିଷୟ ସମ୍ପର୍କରେ ନିଜ ମତାମତ ଉପସ୍ଥାପନ କରିବାର ଦକ୍ଷତା ରହିଛି ଓ ଏହା କରିବା ପାଈଁ ସେମାନଙ୍କ ଅଧିକାର ରହିଛି । ଶିଶୁର ଶୈକ୍ଷିକ ପ୍ରଗତି ନିମନ୍ତେ ଶ୍ରେଣୀଗୃହରେ ପାଠ୍ୟ ପୁସ୍ତକ ରୁ  ଜାଣୁଥିବା ବିଷୟଗୁଡିକୁ ଶିଶୁ ସୁଲଭ ଭାବନା ଓ ସାମର୍ଥ୍ୟକୁ ନେଇ ଛୋଟ ଛୋଟ ପ୍ରୟୋଗ କରିବା ଦିଗରେ ବିଦ୍ୟାଳୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ପିଲାଙ୍କ ମଧ୍ୟରେ ଥିବା ଏହି ସମ୍ଭାବନାକୁ ଆଧାରକାରୀ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ର ବିଦ୍ୟାଳୟ କ୍ୟାବିନେଟ ର ନୂତନ କର୍ମକର୍ତାଙ୍କୁ ବିଦ୍ୟାଳୟର ପିଲାମାନେ ନିର୍ବାଚିତ କରିଛନ୍ତି । Body:ବିଦ୍ୟାଳୟରେ ପିଲାଙ୍କୁ ନେଇ ଗଠିତ ଏହି ମନ୍ତ୍ରୀମଣ୍ଡଳ ରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଶିକ୍ଷା , ସ୍ୱାସ୍ଥ୍ୟ , ଜଳ ଓ ପରିମଳ ,  ପରିବେଶ , କ୍ରୀଡା ଓ ସଂସ୍କୃତି , ସୂଚନା ଓ ଶିଶୁ ସାମ୍ବାଦିକତା ମନ୍ତ୍ରୀ ନିର୍ବାଚିତ ହେବା ସହ ପ୍ରତିଟି ବିଭାଗର ଉପମନ୍ତ୍ରୀ ମଧ୍ୟ ରହିଛନ୍ତି । 
କୋରାପୁଟ ଜିଲ୍ଲାରେ ବହୁଳ ଭାବେ ଆଦୃତ ଏହି ପ୍ରକ୍ରିୟା ପ୍ରତିବର୍ଷ ଗଣତାନ୍ତ୍ରିକ ପଦ୍ଧତିରେ  ପିଲାଙ୍କ ମଧ୍ୟରେ ନେତୃତ୍ୱ ନେବାର ସାହସ , ଅଧିକାରକୁ ସାବ୍ୟସ୍ତ କରୁଥିବା ସମୟରେ ଅନ୍ୟର ଅଧିକାରକୁ ସମ୍ମାନ ଦେବାର ଗୁରୁ ଦାୟିତ୍ୱ , ନିଜ ଓ ଅନ୍ୟମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ଘଟଣାବଳୀ ସମ୍ପର୍କରେ ଜାଣିବା ଓ ଜଣାଇବା , ଉପସ୍ଥିତ ସମସ୍ତ ମଞ୍ଚରେ ନିଜକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବା ଭଳି ସକାରାତ୍ମକ ଭାବକୁ କ୍ରିୟାଶୀଳ କରିଥାଏ । 

ପିଲାଙ୍କ ମଧ୍ୟରେ ପିଲାଙ୍କ ଦ୍ୱାରା ନିର୍ବାଚିତ ହୋଇ ପ୍ରତିନିଧି ଭାବେ ବିଦ୍ୟାଳୟ କ୍ୟାବିନେଟ କୁ ଆସିଥିବା ପିଲା ମାନେ ସାମୁହିକ ବିକାଶ ରେ ନିଜର ବିକାଶ କରିଚାଲିଥାନ୍ତି । ଶିକ୍ଷାବିତ ମାନେ ଏହି ପ୍ରକ୍ରିୟା ପିଲାଙ୍କ ମଧ୍ୟରେ ବିଦ୍ୟାଳୟକୁ  ଆସିବା ପାଇଁ ଉତ୍ସାହ ବୃଦ୍ଧି ହେବା ସହିତ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ କରିବାରେ ଅଭୂତପୂର୍ବ ସହଯୋଗ କରିଛି ବୋଲି ସର୍ବ ଶିକ୍ଷା ଅଭିଯାନର ପୂର୍ବତନ ପ୍ରକଳ୍ପ ଅଧିକାରୀ ମହେଶ୍ବର ନାୟକ ଜଣାଇଛନ୍ତି । ବିଦ୍ୟାଳୟ କ୍ୟାବିନେଟ ର ମନ୍ତ୍ରୀ ମଣ୍ଡଳ ନିଜ ନିଜ ବିଭାଗରେ ବିଦ୍ୟାଳୟର ଅନ୍ୟାନ୍ୟ ପିଲାଙ୍କୁ ମଧ୍ୟ ସାମିଲ କରାଇ ବିଷୟଗତ ଜ୍ଞାନ ଅର୍ଜନ କରିବାରେ ଚେଷ୍ଟିତ ହେଉଛନ୍ତି ବୋଲି ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ନାୟକ ମତ ଦେଇଛନ୍ତି ।ବିଦ୍ୟାଳୟ କ୍ୟାବିନେଟରେ ସାମିଲ ହୋଇଥିବା ଯୋଗୁଁ ପିଲାମାନେ ନୂଆକଥା ଜାଣିବା ପାଇଁ ଓ ନିଜକୁ ସଦା ସର୍ବଦା ପ୍ରଫୁଲ୍ଲ ରଖିବା ପାଇଁ ଚେଷ୍ଟାକରିଛନ୍ତି । ପିଲାଙ୍କ ପାଇଁ ବିଦ୍ୟାଳୟର ଶ୍ରେଣୀଗୃହ ମଧ୍ୟରେ ଦିଆଯାଉଥିବା ଜ୍ଞାନ ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାଏ ପରସ୍ପର ସହ ଆଲୋଚନା କରି , ବିଶ୍ଳେଷଣ କରି ଓ ପରିବେଶରୁ ମୁକ୍ତ ଭାବେ ଜ୍ଞାନ ଲାଭ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କୋରାପୁଟ ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟାଳୟ କ୍ୟାବିନେଟ ଏ ଦିଗରେ ସଫଳତା ଅର୍ଜନ କରିଛି ବୋଲି ପିଲାଙ୍କ ଅଧିକାର କୁ ନେଇ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ବିଇଓ ଶିବ ଶଙ୍କର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।ଆଜି ଶପଥ ଗ୍ରହଣ କରିଥିବା କ୍ୟାବିନେଟର ନୂତନ ଭାବେ ନିର୍ବାଚିତ କର୍ମକର୍ତା ଏକ ନୂତନ ଶୈକ୍ଷିକ ବାତାବରଣ ଶ୍ରୁଷ୍ଟିକରିବା ଦିଗରେ ଆଗେଇ ଆସିବେ ବୋଲି ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୟାବିନେଟ ର ମୁଖ୍ୟମନ୍ତ୍ରୀ ପ୍ରିୟଙ୍କା ସେଠୀ ଆଶା ରଖିଛନ୍ତି   । Conclusion:Byte : ପ୍ରିୟଙ୍କା ସେଠୀ , ପୂଜାରିପୁଟ ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟମନ୍ତ୍ରୀ 

Byte :ବିଜୟଲକ୍ଷ୍ମୀ ନାୟକ , ପ୍ରଧାନଶିକ୍ଷୟତ୍ରୀ

Byte : ମହେଶ୍ୱର ନାୟକ , ପୂର୍ବତନ ଡିପିସି -ଏସ ଏସ ଏ ( Black coat)

Byte : ଶିବ ଶଙ୍କର ପଟ୍ଟନାୟକ , ଶିକ୍ଷାବିତ
Byte : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.