ETV Bharat / state

କୋରାପୁଟରେ ଚାଞ୍ଚଲ୍ୟ, ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର

author img

By

Published : Feb 13, 2023, 8:34 AM IST

କୋରାପୁଟ ଜିଲ୍ଲା ତୟାପୁଟରେ ଅଭାବନୀୟ ଘଟଣା । ଗୋଟିଏ ଘରୁ ଉଦ୍ଧାର ହେଲା ତିନି ମୃତଦେହ । ଅଧିକ ପଢନ୍ତୁ

three dead body of one family recovered inside house in koraput
Ethree dead body of one family recovered inside house in koraput

କୋରାପୁଟ: ଜିଲ୍ଲାରେ ଚାଞ୍ଚଲ୍ୟ । ଘର ମଧ୍ୟରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ । ସ୍ବାମୀ, ସ୍ତ୍ରୀ ଓ ଏକ ଦେଢ ବର୍ଷ ଶିଶୁର ମୃତଦେହ ଉଦ୍ଧାର କଲା ପୋଲିସ । ପ୍ରଥମେ ସ୍ତ୍ରୀ ଓ ଶିଶୁକୁ ହତ୍ୟା କରିବା ପରେ ମହିଳାଙ୍କ ସ୍ବାମୀ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ତୟାପୁଟରେ । ତିନି ମୃତକ ହେଉଛନ୍ତି ସେହି ଗ୍ରାମର ଲିଙ୍ଗା ବିଶୋଇ ତାଙ୍କ ସ୍ତ୍ରୀ ଓ ଦେଢ ବର୍ଷର ଶିଶୁ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

ମିଲିଥିବା ସୂଚନା ଅନୁଯାୟୀ, ଲିଙ୍ଗାଙ୍କ ଘରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ମହିଳାଙ୍କ ମୃତଦେହ ସୋଫାରେ ପଡିଥିବା ବେଳେ ଦେଢ଼ ବର୍ଷ ଶିଶୁର ମୃତଦେହ ତଳେ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ଏହାପରେ ଲିଙ୍ଗା ବିଶୋଇର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ସ୍ବାମୀ ଲିଙ୍ଗା ପ୍ରଥମେ ସ୍ତ୍ରୀକୁ ଓ ପରେ ଛୁଆକୁ ହତ୍ୟା କରିବା ପରେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏହାର କାରଣ କଣ ହୋଇପାରେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ପୋଲିସର ତଦନ୍ତ ପରେ ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବ । ଏନେଇ ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ବେତପଦ୍ମା ସୂଚନା ଦେଇଛନ୍ତି ।

ଫେବୃଆରୀ ୮ ତାରିଖରେ କଟକ ଜଗତପୁରରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମୃତ ମହିଳାଙ୍କ ସ୍ବାମୀ । ମୃତ ମହିଳା ହେଲେ ଜଗତପୁର ଅଞ୍ଚଳର କୁନି ସାହୁ । ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଘରୁ କୁଆଡେ ବାହାରକୁ ଯାଇଥିଲେ । କିନ୍ତୁ ରାତି ଯାଏଁ ଆଉ ଘରକୁ ଫେରି ନଥିଲେ । ଏହାପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ଅନୁସାରେ ପୋଲିସ ଖୋଜାଖିଜି କରିବା ପରେ ନିଖୋଜର ଗୋଟିଏ ଦିନ ପରେ ଜଗତପୁର ସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠା ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.