ETV Bharat / state

ଏମିତି ଏକ ମନ୍ଦିର, ଯେଉଁଠି ଶିବ ପାର୍ବତୀ ଭାଇ ଭଉଣୀ ଭାବେ ପୂଜା ପାଆନ୍ତି

ପତୀ ପତ୍ନୀ ନୁହେଁ, ଭାଇ ଭଉଣୀ ରୂପେ ମନ୍ଦିରରେ ପୂଜା ପାଆନ୍ତି ଶିବ ଓ ପାର୍ବତୀ । କାହିଁ କେଉଁ କାଳରୁ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତରେ ଶିବପାର୍ବତୀ ଭାଇଭଉଣୀ ଭାବେ ପୂଜା ପାଇ ଆସୁଛନ୍ତି । ଭାଇଭଉଣୀ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ମନ୍ଦିରରେ ଆଦିବାସୀ ପୂଜକଙ୍କ ସମେତ ଜଣେ ସାଧାରଣ ବର୍ଗର ପୂଜକ ପୂଜାର୍ଚ୍ଚନା କରିଥାନ୍ତି ।

author img

By

Published : Apr 22, 2019, 3:14 PM IST

Updated : Apr 22, 2019, 5:37 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ: ପତୀ ପତ୍ନୀ ନୁହେଁ, ଭାଇ ଭଉଣୀ ରୂପେ ମନ୍ଦିରରେ ପୂଜା ପାଆନ୍ତି ଶିବ ଓ ପାର୍ବତୀ । କାହିଁ କେଉଁ କାଳରୁ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତରେ ଶିବପାର୍ବତୀ ଭାଇଭଉଣୀ ଭାବେ ପୂଜା ପାଇ ଆସୁଛନ୍ତି । ଭାଇଭଉଣୀ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ମନ୍ଦିରରେ ଆଦିବାସୀ ପୂଜକଙ୍କ ସମେତ ଜଣେ ସାଧାରଣ ବର୍ଗର ପୂଜକ ପୂଜାର୍ଚ୍ଚନା କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

ସନ୍ତାନ ପ୍ରାପ୍ତି ପାଇଁ ଓ ସ୍ଵଚ୍ଛଳ ଜୀବନ କାମନା କରି ମାନସିକ କରିଥିବା ଆଦିବାସୀ ଶ୍ରଦ୍ଧାଳୁ ନିଜ ପାରମ୍ପରିକ ଭୋଗ ମନ୍ଦିରରେ ଲଗାଇଥାନ୍ତି । ସାଧାରଣ ବର୍ଗର ଲୋକେ ଏହି ମନ୍ଦିରରେ କେବଳ ନଡିଆ କଦଳୀର ଭୋଗ ଲଗାଇଥାନ୍ତି ।

ଲୋକକଥା ଅନୁଯାୟୀ ଭାଇଭଉଣୀ ମନ୍ଦିର ବହୁବର୍ଷ ପର୍ଯ୍ୟନ୍ତ ବହୁତ ବଡ ଥିଲା । କିନ୍ତୁ ବିଜୁଳି ଆଘାତରେ ଏହା ଧୂଳିସାତ ହୋଇ ବର୍ତ୍ତମାନର ସ୍ଥିତିକୁ ଆସି ପହଞ୍ଚିଛି । ମନ୍ଦିର ଓ ଅଦୂରରେ ଥିବା ବରଗଛ ମୂଳରେ ଏକ ଟିକି ଗୁମ୍ଫା ମଧ୍ୟରେ କିଛି ମୂର୍ତ୍ତି ଓ ଶିବଲିଙ୍ଗ ଆକାରର ପଥରକୁ ପୂଜା କରାଯାଏ । ପୂଜକ କହିବା ଅନୁସାରେ ଶିବ ପାର୍ବତୀ ଭାଇ ଭଉଣୀ ଥିଲେ ଓ ତାଙ୍କ ବାପା ମା'ଙ୍କ ସହିତ ବରଗଛ ମୂଳରେ ଥିବା ଗୁମ୍ଫାରେ ରହୁଥିଲେ ।

କିନ୍ତୁ ଯେତେବେଳେ ଭାଇଭଉଣୀ ସାଥି ହୋଇ ଘର କରିବା ପାଇଁ ଇଚ୍ଛା କଲେ ସେମାନଙ୍କୁ ବର୍ତ୍ତମାନ ମନ୍ଦିର ଥିବା ସ୍ଥାନକୁ ଯିବାକୁ କହି ବାପା ମା ଗୁମ୍ଫାରେ ହିଁ ରହିଗଲେ । ତେବେ ଅଲଗା ଅଲଗା ହୋଇ ରହୁଥିବା ଏହି ପରିବାରକୁ ସୁରକ୍ଷା ଦେବା ପାଇଁ ଗୁମ୍ଫା ଓ ମନ୍ଦିର ମଝିରେ ବନଦୁର୍ଗା ରହିଗଲେ । ଯାହାର ପ୍ରସ୍ତର ଖୋଦିତ ପ୍ରତିମୂର୍ତ୍ତି ଏବେ ମଧ୍ୟ ଭଗ୍ନାବସ୍ଥାରେ ରାସ୍ତାକଡର ସୁଉଚ୍ଚ ସ୍ଥାନରେ ପୂଜା ପାଉଛନ୍ତି ।

ତେବେ ଗିର୍ଲିର ବନଦୁର୍ଗାଙ୍କ ସହିତ ଜୟପୁରର ପ୍ରସିଦ୍ଧ ଦଶହରାର ସମ୍ପର୍କ ଥିବା ସଂସ୍କୃତି ଗବେଷକ ପରେଶ ରଥ କହିଛନ୍ତି । ଶ୍ରୀ ରଥଙ୍କ କହିବାନୁଯାୟୀ ବନଦୁର୍ଗାଙ୍କ ପାଖରେ ଏକ ବିଶାଳ ବାଜା ରହିଥିଲା । ଦଶହରା ବେଳକୁ ସେହି ବାଜା ବାଜୁଥିଲା ଓ ତାର ଶବ୍ଦ ଜୟପୁର ରାଜପ୍ରାସାଦର ଉପରିଭାଗର ଗମ୍ବୁଜରେ ଠିଆ ହୋଇ ଶୁଣିବା ପରେ ରାଜପରିବାର ପୂଜା କାର୍ଯ୍ୟ ଆଗକୁ ବଢ଼ାଉଥିବା ସେ କହିଛନ୍ତି ।

ରାଜାରାଜୁଡା ଶାସନର ପରିସମାପ୍ତି ପରେ ଗିର୍ଲିଗୁମ୍ମାର ଏହି ବନଦୁର୍ଗା ପୀଠର ଗାଥା ଇତିହାସ ଗର୍ଭରେ ବିଲୀନ ହୋଇଯାଇଛି । ସରକାରଙ୍କ ପ୍ରୋତ୍ସାହନରେ ଏହି ଅଞ୍ଚଳର ଗବେଷଣା କରାଯାଇପାରିଲେ ଅନେକ ତଥ୍ୟ ଓ ସଂସ୍କୃତି ଭବିଷ୍ୟତ ବଂଶଧରଙ୍କ ପାଇଁ ସୁରକ୍ଷିତ ରହିପାରନ୍ତା ବୋଲି ଗବେଷକ ମତ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
Last Updated : Apr 22, 2019, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.