କୋରାପୁଟ: ନିଜ ଗ୍ରାମରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର ଖଣ୍ଡିଗୁଡା ଗ୍ରାମର ଗ୍ରାମବାସୀ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ସେମାନଙ୍କ ଗ୍ରାମରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ନିରୂପଣ କରାଯାଇଥିଲା । କିନ୍ତୁ ହଠାତ ଅନ୍ୟ ସ୍ଥାନରେ ଏହି ବିଦ୍ୟାଳୟଟି ସ୍ଥାପନା କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ଘଟଣାକୁ ସେମାନେ ବିରୋଧ କରୁଛନ୍ତି । ତେବେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଏହି ଘଟଣାର ତଦନ୍ତ କରିବାର ପ୍ରତିଶ୍ରୁତି ଦେବା ସହ ଏ ସଂକ୍ରାନ୍ତରେ କୌଣସି ଶେଷ ନିଷ୍ପତ୍ତି ନିଆଯାଇ ନଥିବା ଜଣାଇଛନ୍ତି । ଏହା ଏକ କମିଟି ନିଷ୍ପତ୍ତି ନେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ