ETV Bharat / state

'ଭଗବାନ'ଙ୍କୁ ଭୁଲିଗଲେ ସରକାର ! ଏଯାଏଁ ମିଳିନି ସମ୍ମାନ, ପରାକ୍ରମ ଦେଖିଥିଲା ବ୍ରିଟିଶ ସେନା

author img

By

Published : Aug 14, 2020, 9:03 AM IST

ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳ ଭାବେ ପରିଚିତ କୋରାପୁଟର ଏମିତି ଜଣେ ବୀରପୁତ୍ର ହେଉଛନ୍ତି ଭଗବାନ ଖେମୁଣଡୁ । ମାତ୍ର ୧୬ ବର୍ଷ ବୟସରେ ଦେଶ ମାତୃକା ପାଇଁ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଭୁଲିଯାଇଥିଲେ ଘରଦ୍ୱାର କଥା । ବ୍ରିଟିଶ ବିରୋଧରେ ଭାରତ ଛାଡ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ହେଲେ ସରକାର ଆଜି ଭୁଲିଯାଇଛନ୍ତି ଏହି ସଂଗ୍ରାମୀଙ୍କୁ ଓ ତାଙ୍କ ଦାୟଦଙ୍କୁ । ଦେଖନ୍ତୁ ଆମର ଏହି ସ୍ବତନ୍ତ୍ର ରିପୋର୍ଟ...

The story of freedom fighter Bhagban khemundu
ଅବହେଳିତ ଭଗବାନ; ମିଳିନାହିଁ ଉଚ୍ଚିତ ସମ୍ମାନ, ପରାକ୍ରମରେ ଥରିଥିଲା ଗୋରା ସରକାର

କୋରାପୁଟ: ଦେଶ ସ୍ବାଧୀନକୁ ପୂରିଛି 73 ବର୍ଷ । ଆଉ ଯେବେ ଯେବେ ଆମେ ସ୍ବାଧୀନତା ପାଇଁ ଗର୍ବ କରୁ ସେତେବେଳେ ମନେପଡନ୍ତି ଏ ମାଟିର କିଛି ବରପୁତ୍ର, ଯେଉଁମାନେ ନିଜ ଜୀବନର ଆହୁତି ଦେଇ ଆଣିଥିଲେ ଆମ ପାଇଁ ସ୍ବାଧୀନତା । ବ୍ରିଟିଶ ରାଜକୁ ସମାପ୍ତ କରିବାକୁ ସେମାନେ ବିଦ୍ରୋହର ଅଗ୍ନିରେ ଝାସ ଦେଇ ସ୍ବାଧୀନ କରିଥିଲେ ଆମକୁ । ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳ ଭାବେ ପରିଚିତ କୋରାପୁଟର ଏମିତି ଜଣେ ବୀରପୁତ୍ର ହେଉଛନ୍ତି ଭଗବାନ ଖେମୁଣଡୁ । ମାତ୍ର ୧୬ ବର୍ଷ ବୟସରେ ଦେଶ ମାତୃକା ପାଇଁ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଭୂଲିଯାଇଥିଲେ ଘରଦ୍ୱାର କଥା । ବ୍ରିଟିଶ ବିରୋଧରେ ଭାରତ ଛାଡ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ।

କେବଳ ଏତିକିରେ ସରିନି ଏହି ବୀରପୁତ୍ରଙ୍କ ଗାଥା । ୧୯୫୧ରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ତତ୍କାଳୀନ ନନ୍ଦପୁର ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ହେଲେ ସରକାର ଆଜି ଭୁଲିଯାଇଛନ୍ତି ଏହି ସଂଗ୍ରାମୀଙ୍କୁ ଓ ତାଙ୍କ ଦାୟଦଙ୍କୁ । ଏକ ଝାଟି ମାଟି ନୁଆଁଣିଆ ଛପର ଘରେ ବସବାସ କରୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର । ଭଗବାନ ଖେମୁଣ୍ଡୁ ଜୀବିତ ଥିବା ସମୟରେ ଅନେକ ରାଜନେତାଠୁ ପ୍ରଶାସନିକ ଅଧିକାରୀ ବିଭିନ୍ନ ବିଷୟରେ ଚର୍ଚ୍ଚାରେ କରିବାକୁ ତାଙ୍କ ଘରକୁ ଆସୁଥିଲେ । ଏପରିକି ତାଙ୍କ ପରିବାର ଦୟନୀୟ ଅବସ୍ଥା ସମ୍ପର୍କରେ ମଧ୍ୟ ଜ୍ଞାତ ଥିଲେ ଏବଂ ଏହି ଅବସ୍ଥାକୁ ଦେଖି ଏହାର ସମ୍ଭାବ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହି ପ୍ରତିଶ୍ରୁତି ଆଜି ବି ପ୍ରତିଶ୍ରୁତିରେ ସୀମିତ ରହିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭଗବାନଙ୍କ ବଡ ପୁଅ ନରେନ୍ଦ୍ର ।

ଅପରପକ୍ଷେ ଆଜି ମଧ୍ୟ ବିଜେଡି, କଂଗ୍ରେସ ଓ ବିଜେପି ନେତା ଭଗବାନ ଖେମୁଣ୍ଡୁଙ୍କ ଘରକୁ ସ୍ବାଧୀନତା ସଂଗ୍ରାମୀଙ୍କ ତୀର୍ଥକ୍ଷେତ୍ର ଭାବେ ମାନ୍ୟତା ଦେଇ ଆସନ୍ତି ଓ କିଛି ସମୟ ବସି ଯାଇଥାନ୍ତି । ଆଉ ଭଗବାନଙ୍କ ଆଦର୍ଶରେ ଅନୁପ୍ରାଣିତ ତାଙ୍କ ବଡ ବୋହୁ ସୁମିତ୍ରା । ନିଜ ଶ୍ବଶୁର ଜୀବିତ ଥିବା ସମୟରେ କେହି ଯେମିତି ଖାଲି ପେଟରେ ତାଙ୍କ ଘରୁ ଫେରୁନଥିଲେ ଆଜି ବି ସେ ସେଇ ପରମ୍ପରା ବଜାୟ ରଖିଛନ୍ତି ।

ହେଲେ ପରିତାପ ବିଷୟ ଯେଉଁ ପୁଅ ନିଜ ଭାରତକୁ ମାଆକୁ ସ୍ବାଧୀନ କରିବାକୁ ଉଦ୍ୟମ କରୁଥିଲା ସେଇ ପୁଅର ପ୍ରତିମୂର୍ତ୍ତି ଗତ ପାଞ୍ଚ ବର୍ଷ ହେବ ବନ୍ଧା ପଡିଛି ଶିଳ୍ପୀ କର୍ମଶାଳାରେ । ପଟ୍ଟାଙ୍ଗିରେ ତାଙ୍କର ଏକ ମୂର୍ତ୍ତି ସ୍ଥାପନା କରିବା ପାଇଁ ତତ୍କାଳୀନ ବିଧାୟକ ବରାଦ କରିଥିବାବେଳେ ତା' ପରଠୁ ଆଉ କେହି ମୂର୍ତ୍ତି ନେବା ପାଇଁ ଆସୁନଥିବା ଶିଳ୍ପୀ ଜଣାଇଛନ୍ତି । ସେହିପରି ଗତ 3 ବର୍ଷ ପୂର୍ବେ ପରିବାରର ଅନୁରୋଧ କ୍ରମେ ନନ୍ଦପୁର ବ୍ଲକରେ ଭଗବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ଏକ ବଜେଟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ତାହା କେବଳ କାଗଜ କଲମରେ ରହିଯାଇଥିବା ଭଗବାନଙ୍କ ନାତି ନକୁଳ ଖେମୁଣ୍ଡୁ କ୍ଷୋଭ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏସମ୍ପର୍କରେ କ୍ୟାମେରା ସାମନାରେ କିଛି କହିବାକୁ ମନା କରିଥିଲେ ହେଁ ବର୍ତ୍ତମାନ ପୁଣି ଥରେ ଏ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ ହୋଇ କାଗଜ କାମ ଆରମ୍ଭ କରାଯାଇ ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କୁ ପତ୍ର ଦିଆଯାଇଛି ବୋଲି କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଜଣାଇଛନ୍ତି । ତେବେ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଜଣେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରି ଅନ୍ତତଃପକ୍ଷେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଆଦିବାସୀ ସମାଜର ଜଣେ ସକ୍ରିୟ ସଦସ୍ୟ ମଦନ କିରସାନି ଦାବି ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.