ETV Bharat / state

ପୋଲିସ ବାବୁଙ୍କ ଫୁଲ ପ୍ରେମ, ଥାନାରେ ଶୋଭା ବଢାଉଛି ବଗିଚା - ସୁନାବେଢା ଏସଡିପିଓଙ୍କ କାର୍ଯ୍ୟାଳୟରେ ଫଲ ବଗିଚା

ସୁନାବେଡାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମାଣ କରିଛନ୍ତି ଫୁଲ ବଗିଚା । ଅଧିକ ପଢନ୍ତୁ...

ପୋଲିସ ବାବୁଙ୍କ ଫୁଲ ପ୍ରେମ , ଥାନାରେ କରିଛନ୍ତି ଫୁଲ ବଚିଚା

author img

By

Published : Mar 6, 2021, 11:05 PM IST

କୋରାପୁଟ : କୁହାଯାଏ ସୌନ୍ଦର୍ଯ୍ୟ ଭଗବାନଙ୍କ ଅଭିବ୍ୟକ୍ତିର ନିକଟତମ ଉପଲବ୍ଧି । ପାର୍ଥୀବ ଚକ୍ଷୁରେ ଏହି ଦିବ୍ୟ ସମ୍ଭାବନାକୁ ଦର୍ଶନକରିବା ସହିତ ଅନ୍ତର୍ଚେତନାରେ ଆନନ୍ଦକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭଳିକି ଭଳି ପ୍ରୟାସ କରିଥାନ୍ତି । ଏହି ଧାରାରେ ସୁନାବେଡାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ କାର୍ଯ୍ୟରତ ନିରଞ୍ଜନ ବେହେରା ମଧ୍ୟ ନିଜ କର୍ମ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କଲା ଭଳି ସମୟ ମିଳିଲେ ନିଜ କାର୍ଯ୍ୟାଳୟର ଟିକି ବଗିଚାରେ ନୂତନ ଫୁଲଟିଏ ଫୁଟାଇବା କାର୍ଯ୍ୟରେ ଲାଗି ପଡୁଛନ୍ତି । ଫୁଲ ଓ ଫୁଲଗଛ ପ୍ରତି ତାଙ୍କ ଏହି ଅପୂର୍ବ ସ୍ନେହ ମମତାକୁ ଅନୁଭବ କରି ସେହି ବବିଚାରେ ଘୁରିବୁଲି ମଧୁ ସଂଗ୍ରହ କରୁଥିବା ମହୁମାଛି ମଧ୍ୟ ତାଙ୍କୁ ଆକ୍ରମଣ କରେନାହିଁ।

ପୋଲିସ ବାବୁଙ୍କ ଫୁଲ ପ୍ରେମ , ଥାନାରେ କରିଛନ୍ତି ଫୁଲ ବଚିଚା

ଯୁବ ବୟସରୁ ଜନ୍ମିଥିବା ଏହି ନିଆରା ପ୍ରେମ ଆଜିର କର୍ମ ବହୁଳ ସମୟରେ ମଧ୍ୟ ପଛକୁ ହଟିଯାଇନାହିଁ । ସକାଳେ , ସନ୍ଧ୍ୟାରେ ହେଉ ବା ରାତିରେ , ଯେତେବେଳେ ସମୟ ମିଳେ , ସେ କିଛି ସମୟ ଏହି ବଗିଚାରେ ମାଳିଟିଏ ହୋଇଯାନ୍ତି । ନିଜ ହାତରେ ଏହି ବଗିଚାକୁ କିପରି ଆହୁରି ଅଧିକ ସୁନ୍ଦର କରିହେବ ତାର ରୂପ ଦେଇ ଆସିଛନ୍ତି ଶ୍ରୀ ବେହେରା । ବଗିଚାର ମାଳି ଏକା ହେଲେ ମଧ୍ୟ ଏଥିର ଆନନ୍ଦ ନେଇଥିବା ବ୍ୟକ୍ତି ଅନେକ ।

କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ବ୍ୟକ୍ତି ମଧ୍ୟ କିଛି ସମୟ ପ୍ରକୃତିର ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରି ଶ୍ରୀ ବେହେରାଙ୍କ ରୁଚିପୁର୍ଣ୍ଣ କାର୍ଯ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁଙ୍କ ଏହି ଗ୍ରହଣଶୀଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଦିଏ ବୋଲି ଶ୍ରୀ ବେହେରା ଜଣାଇଛନ୍ତି । ଶ୍ରୀ ବେହେରାଙ୍କ ଭିତରେ ପ୍ରାକୃତିକ ସୌନ୍ଦର୍ଜ୍ୟ ପ୍ରତି ଥିବା ଶ୍ରଦ୍ଧା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ବୋଲି ଶ୍ରୀ ବେହେରା ଙ୍କୁ ତାଙ୍କ ବଗିଚା କାମରେ ସହଯୋଗ କରୁଥିବା ଭକ୍ତ ମୁଦୁଲି ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.