ETV Bharat / state

ସୁବାଇ ଜୈନ ପୀଠ ନିକଟରେ ଆଉ ଏକ ପୁରାତନ ମୂର୍ତ୍ତିର ଆବିଷ୍କାର - Jain temple

ଜିଲ୍ଲାର ପ୍ରସିଦ୍ଧ ଜୈନ ପୀଠ ସୁବାଇରେ ମନ୍ଦିର ପରିସର ଠାରୁ କିଛି ଦୂରରେ ଆଉ ଏକ ମନ୍ଦିରର ମୂଳଦୁଆ ଦେଖାଯିବା ସହ ଏକ ପ୍ରସ୍ତର ମୂର୍ତ୍ତି ମିଳିଛି । ଏହି ମୂର୍ତ୍ତିଟି ଅନ୍ୟ ଜୈନ ମୂର୍ତ୍ତି ଠାରୁ ଭିନ୍ନ ଥିବା ଯୋଗୁଁ ଏହା ବିଷ୍ଣୁ , ହନୁମାନ ନା ଜୈନ ମୂର୍ତ୍ତି ସେ ନେଇ ସ୍ପଷ୍ଟ ହୋଇ ନାହିଁ ।

ସୁବାଇ ଜୈନ ପୀଠ ନିକଟରେ ଆଉ ଏକ ପୁରାତନ ମୂର୍ତ୍ତିର ଆବିଷ୍କାର

author img

By

Published : Dec 18, 2020, 11:09 AM IST

କୋରାପୁଟ:ଜିଲ୍ଲାର ପ୍ରସିଦ୍ଧ ଜୈନ ପୀଠ ସୁବାଇରେ ମନ୍ଦିର ପରିସର ଠାରୁ କିଛି ଦୂରରେ ଏକ ପାହାଡର ପାଦଦେଶରେ ଅନେକ ଦିନ ଧରି ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ରହିଥିବା ଏକ ଜୈନ ମୂର୍ତ୍ତି ଓ ଚାରିପାର୍ଶ୍ଵରେ ଭଗ୍ନ ଅବସ୍ଥାରେ ପଡିଥିବା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ଵାରା ଆରମ୍ଭ କରାଯାଇଛି । ସେହି ଭଗ୍ନାବଶେଷ ନିକଟରେ ଆଉ ଏକ ମନ୍ଦିରର ମୂଳଦୁଆ ଦେଖାଯିବା ସହ ଏକ ପ୍ରସ୍ତର ମୂର୍ତ୍ତି ଆବିଷ୍କାର ହୋଇଥିବା ଏହି କାର୍ଯ୍ୟ କରିଥିବା ଠିକାଦାର ଗୋପୀନାଥ ବିଷୋୟୀ ଜଣାଇଛନ୍ତି ।

ସୁବାଇ ଜୈନ ପୀଠ ନିକଟରେ ଆଉ ଏକ ପୁରାତନ ମୂର୍ତ୍ତିର ଆବିଷ୍କାର

ଆଖପାଖରେ ଖୋଳାଖୋଳି କରାଗଲେ ଆହୁରି ଅଧିକ ମୂର୍ତ୍ତି ମିଳିବାର ସମ୍ଭାବନା ଥିବା ସେ ମତ ରଖିଛନ୍ତି । ତେବେ ସୁରକ୍ଷା ଅଭାବରୁ ମୁଖ୍ୟ ମନ୍ଦିର ପରିସର ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ମୂର୍ତ୍ତି ଚୋରି ହୋଇଯାଇଥିବା ବେଳେ ଏବେ ନୂତନ ଭାବେ ଆବିଷ୍କାର ହେଉଥିବା ମୂର୍ତ୍ତିର ସୁରକ୍ଷା ଚିନ୍ତାର କାରଣ ସାଜିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏଥି ସହିତ ଏହି ମୂର୍ତ୍ତିଟି ଅନ୍ୟ ଜୈନ ମୂର୍ତ୍ତି ଠାରୁ ଭିନ୍ନ ଥିବା ଯୋଗୁଁ ଏହା ବିଷ୍ଣୁ , ହନୁମାନ ନା ଜୈନ ମୂର୍ତ୍ତି ସେ ନେଇ ମଧ୍ୟ ସନ୍ଦେହ ଦେଖାଯାଇଥିବା ସେ କହିଛନ୍ତି ।

ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଏହି ମୂର୍ତ୍ତି ଆବିଷ୍କାର ଘଟଣା ସମ୍ପର୍କରେ ଜାଣିବା ପରେ ସେଠାକୁ ଯାଇ ମୂର୍ତ୍ତିଟିକୁ ପରଖି ଜୟପୁରରେ ଥିବା ବିଭାଗୀୟ ମ୍ୟୁଜିୟମକୁ ସ୍ଥାନାନ୍ତର କରାଯିବ ବୋଲି ଜଣାଇଛନ୍ତି । କୋରାପୁଟ ଜିଲ୍ଲାର ସୁବାଇ , ନନ୍ଦପୁର , କେଚେଲା ଓ ବିସିଂପୁର ପ୍ରଭୃତି ଅଂଚଳରେ ଦେଖାଯାଉଥିବା ଜୈନ ପ୍ରତିମୂର୍ତ୍ତି ଏହି ଅଂଚଳରେ ବହୁ ପୂର୍ବେ ଜୈନ ଧର୍ମର ଦୃଢ଼ ଉପସ୍ଥିତି ଆଡକୁ ଇଙ୍ଗିତ କରୁଛି ।

ଏହି ମୂର୍ତ୍ତି ଗୁଡିକର କେତେ ପୁରୁଣା ତାହା ଆକଳନ କରାଯାଇପାରୁନଥିଲେବି ଏହା ଯେ ବହୁ ପୁରାତନ ତାହା ଏହି ମୂର୍ତ୍ତିରେ କରାଯାଇଥିବା କାରୁକାର୍ଯ୍ୟକୁ ଦେଖିଲେ ଜଣାପଡୁଥିବା ଗବେଷକମାନେ ମତ ରଖିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ହେଉ ବା ବିଶ୍ବବିଦ୍ୟାଳୟ ଗୁଡିକଦ୍ବାରା ହେଉ ଏହି ମୂର୍ତ୍ତି ଗୁଡିକର ଇତିହାସ ସମ୍ପର୍କରେ ଗବେଷଣା କରାଗଲେ ଏହି ଅଂଚଳର ଜୈନ ଧର୍ମ ସହିତ ଥିବା ସମ୍ପର୍କକୁ ଉଜାଗର କରିହୁଅନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.