ETV Bharat / state

ଲକଡାଉନରେ ଚଳଚଞ୍ଚଳ 'ଆସ୍ଥା' ଶିଶୁ ଯତ୍ନ କେନ୍ଦ୍ର - koraput news

କୋରୋନା ଭୂତାଣୁର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ସମସ୍ତ ଛାତ୍ରାବାସକୁ ବନ୍ଦ କରି ପିଲାମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଛନ୍ତି । ହେଲେ ବାପା ମା'ଙ୍କୁ କେବେ ଦେଖିନଥିବା ଏବଂ ଜୀବନର ଆଦ୍ୟାଭାଗରେ ପିତାମାତାଙ୍କ ସ୍ନେହଶ୍ରଦ୍ଧା ପାଇପାରିନଥିବା ପିଲାମାନେ ଏମିତି ସମୟରେ ଯିବେ କୁଆଡେ । ଏମିତି ସମୟରେ ଏହି ଅନାଥ 51 ଜଣ ଶିଶୁଙ୍କୁ ନେଇ କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା 'ଶୋଭା' ଦ୍ୱାରା ପରିଚାଳିତ ଏହି କେନ୍ଦ୍ର 'ଆସ୍ଥା' ରେ ପିଲାମାନେ ଯେ ଆଉ ଏକ ପରିବାର ପାଇଛନ୍ତି ତାହା କହିବା ବାହୁଲ୍ୟ ।

The busy 'Astha' child care center in Lockdown
ଲକଡାଉନରେ ଚଳଚଞ୍ଚଳ 'ଆସ୍ଥା' ଶିଶୁ ଯତ୍ନ କେନ୍ଦ୍ର
author img

By

Published : Apr 18, 2020, 12:18 AM IST

କୋରାପୁଟ: କୋରୋନା ଭୂତାଣୁର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ସମସ୍ତ ଛାତ୍ରାବାସକୁ ବନ୍ଦ କରି ପିଲାମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଛନ୍ତି । ହେଲେ ବାପା ମା'ଙ୍କୁ କେବେ ଦେଖିନଥିବା ଏବଂ ଜୀବନର ଆଦ୍ୟାଭାଗରେ ପିତାମାତାଙ୍କ ସ୍ନେହଶ୍ରଦ୍ଧା ପାଇପାରିନଥିବା ପିଲାମାନେ ଏମିତି ସମୟରେ ଯିବେ କୁଆଡେ ।

ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଗୁଡିକୁ ବିତାଉଥିବା ଶିଶୁ ଯତ୍ନକେନ୍ଦ୍ର ହିଁ ସେମାନଙ୍କ ପାଇଁ ସବୁ କିଛି । ସେଇଥିପାଇଁ ତ ଅନାଥ 51 ଜଣ ଶିଶୁଙ୍କୁ ନେଇ କୋରାପୁଟ ନିକଟସ୍ଥ ଶିଶୁ ଯତ୍ନ କେନ୍ଦ୍ର କୋରୋନା ଲକଡାଉନ ସମୟରେ ବି ଚଳଚଞ୍ଚଳ । କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା 'ଶୋଭା' ଦ୍ୱାରା ପରିଚାଳିତ ଏହି କେନ୍ଦ୍ର 'ଆସ୍ଥା' ରେ ପିଲାମାନେ ଯେ ଆଉ ଏକ ପରିବାର ପାଇଛନ୍ତି ତାହା କହିବା ବାହୁଲ୍ୟ ।

ଲକଡାଉନରେ ଚଳଚଞ୍ଚଳ 'ଆସ୍ଥା' ଶିଶୁ ଯତ୍ନ କେନ୍ଦ୍ର

ସକାଳୁ କ୍ୟାରେଟ, ତାପରେ ପଢ଼ାପଢ଼ି , ଚିତ୍ରାଙ୍କନ ସହିତ କ୍ୟାରେମ , ଲୁଡୁ ଭଳି ଖେଳ ମଧ୍ୟରେ ମଜ୍ଜି ଯାଇଛନ୍ତି ଏହି କୋମଲମତି ଶିଶୁଗଣ । ବଡ ପିଲାଙ୍କ ନେତୃତ୍ୱରେ ଛୋଟ ପିଲାଏ ସୁରକ୍ଷିତ ମଣୁଥିବା ବେଳେ ଛୋଟ ପିଲାଙ୍କ ସ୍ନେହ ଆଦର ପାଇ ବଡ ପିଲା ବି ଖୁସି ଥିବା ଜଣାଇଛନ୍ତି ।

କୋରୋନାକୁ ଦୂରେଇ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଏହି ଟିକି ଅନୁଷ୍ଠାନରେ ପିଲାଏ ହଜାଇ ଦେଇଥିବା ପାରିବାରିକ ପରିବେଶକୁ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିପାରିବେ ସେଥିପ୍ରତି ଯତ୍ନ ନିଆଯାଇଥିବା ଏହି କେନ୍ଦ୍ରର ପରଚାଳିକା ସୁପ୍ରଭା ନିଶ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.