ETV Bharat / state

ଡ୍ୟାମ ଜଳରେ ଭାସିଗଲା ସରକାରୀ ପ୍ରତିଶୃତି, ଜୀବିକା ବଞ୍ଚାଉଛି ଟ୍ରାକ୍ଟର ଟ୍ୟୁବ୍‌ - ତେନ୍ତୁଳିଗୁଡାବାସୀଙ୍କ ଦୁଃଖ

ଡ୍ୟାମ ପାଣି ମାଡି ଯିବାରୁ ସୃଷ୍ଟି ହୋଇଥିବା କୃତ୍ରିମ ନଦୀ ପାଇଁ ପ୍ରାୟ 50 ପରିବାରର ଚାଷ କାର୍ଯ୍ୟରେ ଲାଗିଛି ଲଗାମ । ଏମିତିରେ ଜୀବିକା ନିର୍ବାହ ପାଇଁ ନଦୀ ଆର ପାଖେ ଥିବା ନିଜ ଚାଷ ଜମିରେ ଯାଇ ଚାଷ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

koraput latest news, jagamguda dam, grief of tentuliguda villagers, dam deficity in koraput, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, ଜଗମଗୁଡା ଡ୍ୟାମ, ତେନ୍ତୁଳିଗୁଡାବାସୀଙ୍କ ଦୁଃଖ, କୋରାପୁଟରେ ପୋଲ ଅଭାବ
ଡ୍ୟାମ ଜଳ ଭସାଇଲା ସରକାରୀ ପ୍ରତିଶୃତି, ଜୀବିକା ବଞ୍ଚାଉଛି ଟ୍ରାକ୍ଟର ଟ୍ୟୁବ୍‌
author img

By

Published : Oct 4, 2020, 2:38 PM IST

କୋରାପୁଟ: କୋରାପୁଟ ପୌରାଞ୍ଚଳର ଛୋଟିଆ ଗାଁ ତେନ୍ତୁଳିଗୁଡା । ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁ ପାଖ ପାହାଡି ନଦୀର ଉପର ମୁଣ୍ଡରେ ଜଳସମ୍ପଦ ବିଭାଗ ନିର୍ମାଣ କରିଥିଲା ଜଗମଗୁଡା ଡ୍ୟାମ । ହେଲେ ସୁବିଧା ଦେବା ବଦଳରେ ଏହା ଗ୍ରାମବାସୀଙ୍କ ଉପରେ ଲଦି ଦେଇଛି ଦୁଃଖ ଓ କଷ୍ଟର ପାହାଡ । ପ୍ରାୟ 12 ବର୍ଷ ପୂର୍ବେ ଡ୍ୟାମ ନିର୍ମାଣ ପରେ ଗାଁ ପାଖକୁ ମାଡି ଆସିଥିଲା ଡ୍ୟାମର ପାଣି । ଦେଖୁ ଦେଖୁ ଡ୍ୟାମ ପାଣିରେ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି । କ୍ଷତିପୂରଣ ବାବଦରେ ଗ୍ରାମବାସୀଙ୍କୁ ଅର୍ଥ ସିନା ମିଳିଗଲା ହେଲେ ସେମାନେ ହରାଇ ବସିଲେ ପ୍ରାୟ 200 ଏକର ଚାଷ ଜମି । ସରକାରୀ କ୍ଷତିପୂରଣରେ କେତେ ଦିନ ଅବା ଚଳିପାରିବ ଚାଷୀ ପରିବାର ? ଫଳରେ ନିଜସ୍ବ ଉଦ୍ୟମରେ ଜୀବନକୁ ବାଜିରେ ଲଗାଇ ଏବେ ଟ୍ରାକ୍ଟର ଟ୍ୟୁବ୍‌ରେ କୃତ୍ରିମ ନଦୀ ପାର କରି ଚାଷ ଜମି ଯାଉଛନ୍ତି ତେନ୍ତୁଳିଗୁଡାବାସୀ ।

ଡ୍ୟାମ ଜଳ ଭସାଇଲା ସରକାରୀ ପ୍ରତିଶୃତି, ଜୀବିକା ବଞ୍ଚାଉଛି ଟ୍ରାକ୍ଟର ଟ୍ୟୁବ୍‌

ଡ୍ୟାମ ପାଣି ମାଡି ଯିବାରୁ ସୃଷ୍ଟି ହୋଇଥିବା କୃତ୍ରିମ ନଦୀ ପାଇଁ ପ୍ରାୟ 50 ପରିବାରର ଚାଷ କାର୍ଯ୍ୟରେ ଲାଗିଛି ଲଗାମ । ଏମିତିରେ ଜୀବିକା ନିର୍ବାହ ପାଇଁ ନଦୀ ଆର ପାଖେ ଥିବା ନିଜ ଚାଷ ଜମିରେ ଯାଇ ଚାଷ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଏଥିପାଇଁ ସଡକ ପଥ ଦେଇ 12 କିଲୋମିଟର ବୁଲାଣି ରାସ୍ତା ଯିବାକୁ ପଡୁଥିବାରୁ ଟ୍ରାକ୍ଟର ଟ୍ୟୁବ୍‌ରେ ପବନ ଦେଇ ପିନ୍ଧା ଚପଲକୁ ଆହୁଲା କରି ନଦୀ ପାର କରୁଛନ୍ତି ଗ୍ରାମବାସୀ । ଏପରି ବିପଦ ସଙ୍କୁଳ ଯାତ୍ରା ଯୋଗୁଁ 4 ବର୍ଷ ତଳେ ଜଣେ ପ୍ରାଣ ହରାଇବା ସତ୍ତ୍ବେ ବି ଚେତୁନି ପ୍ରଶାସନ କି ସରକାର । ସେପଟେ ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ପୋଲ ନିର୍ମାଣର ପ୍ରତିଶୃତି ଦେଇ ଭୋଟ ହାତେଇବା ପରେ ପ୍ରତିଶୃତିକୁ ଏହି ନଦୀ ପାଣିରେ ଭସାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ତେନ୍ତୁଳିଗୁଡାବାସୀ ।

ବହୁଦିନ ପୂର୍ବେ ତତ୍କାଳୀନ କୋରାପୁଟ ସାଂସଦ ଝିନ ହିକକା ଗାଁକୁ ଆସିଥିଲେ । ଏହି ଜଳ ପ୍ରବାହର ଏପଟୁ ସେପଟକୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଇବାର ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସାଂସଦ ଅବଧି ସରିଗଲା ପରେ ବି ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ । ତା’ପରେ କୋରାପୁଟର ବହୁ ତୁଙ୍ଗ ରାଜନୈତିକ ନେତାଙ୍କ ପ୍ରତିଶ୍ରୁତି ମିଳିଥିଲେ ବି କିଛି ସୁଫଳ ମିଳିନାହିଁ । ଫଳରେ ଆଜିବି ନଦୀ ଡେଇଁ ଚାଷ କରିବା ପାଇଁ ଚାଷୀର ସାହସିକତାକୁ ଆହ୍ବାନ ଦେଇ ଚାଲିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.