ETV Bharat / state

ଶିଶୁ ଶ୍ରମିକକୁ ପାଠ ପଢିବା ପାଇଁ ଫେରାଇ ଆଣିଲେ ଶିକ୍ଷକ

author img

By

Published : Nov 5, 2022, 10:03 AM IST

କୋରାପୁଟ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ । ପାଠ ଛାଡି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଛାତ୍ରକୁ ପୁନଃ ବିଦ୍ୟାଳୟକୁ ଫେରାଇ ଆଣିଲେ ଶିକ୍ଷକ । ଅଧିକ ପଢନ୍ତୁ

ଶିଶୁ ଶ୍ରମିକକୁ ପାଠ ପଢିବା ପାଇଁ ଫେରାଇ ଆଣିଲେ ଶିକ୍ଷକ
ଶିଶୁ ଶ୍ରମିକକୁ ପାଠ ପଢିବା ପାଇଁ ଫେରାଇ ଆଣିଲେ ଶିକ୍ଷକ

କୋରାପୁଟ: ଶିକ୍ଷକ ହେବ ତ ଏମିତି । ପାଠ ଛାଡି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଛାତ୍ରକୁ ପୁନଃ ବିଦ୍ୟାଳୟକୁ ଫେରାଇ ଆଣିଲେ ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ । ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏକ ଛୋଟ ଗାଁ ସାମନାରୁ ଆସି ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପୁଙ୍ଗାର ଠାରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ଛାତ୍ର ବର୍ସୁ । ତେବେ ସେ ଖରାଛୁଟିରେ ଘରକୁ ଯାଇ ଆଉ ଫେରିନଥିଲେ । ତେବେ ବିଦ୍ୟାଳୟକୁ ଏପରି ଫେରୁନଥିବା ପିଲାଙ୍କୁ ପୁଣିଥରେ ପାଠ ପଢ଼ିବା ପାଇଁ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ପିଲାଙ୍କ ଘରକୁ ଯାଇ ବୁଝାସୁଝା କରି ଫେରାଇ ଆଣୁଛନ୍ତି । ଏହି କ୍ରମରେ ଚଳିତ ବର୍ଷ ସମୁଦାୟ ସାତ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଥିବା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟନାୟକ ଜଣାଇଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ ବର୍ସୁକୁ ବିଦ୍ୟାଳୟକୁ ଫେରାଇ ଆଣିବା ସମସ୍ତଙ୍କ ପାଇଁ ଏକ ଆହ୍ବାନ ଥିଲା । ସାମନା ଗାଁକୁ ପହଞ୍ଚିବା ଯେତିକି କଷ୍ଟ ଥିଲା ବର୍ସୁର ପରିବାର ବର୍ଗଙ୍କୁ ବିଦ୍ୟାଳୟର ମହତ୍ତ୍ଵ ବୁଝାଇବା ତାଠାରୁ ଅଧିକ କଷ୍ଟ ଥିଲା । ଗରିବ ପରିବାରକୁ ନାବାଳକ ପୁଅ ଦୂରବର୍ତ୍ତୀ ଏକ ସହରରେ କାମ କରି ଆର୍ଥିକ ସହାୟତା ପଠାଉଥିବା ବେଳେ ସେ ପୁଣିଥରେ କାହିଁକି ବିଦ୍ୟାଳୟକୁ ଫେରିବ ବୋଲି ବର୍ସୁର ବାପା ଲତି ନାଚିକା ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବାପାମାଆ ଓ ଦୁଇ ପୁଅଙ୍କୁ ହତ୍ୟା କରିବା ପରେ ଯୁବକଙ୍କ ଆତ୍ମହତ୍ୟା

ତଥାପି ସଚେତନ ଗ୍ରାମବାସୀଙ୍କ ସହଯୋଗରେ ସେହି ଗାଁକୁ ଯାଇଥିବା ବର୍ସୁର କିଛି ସହପାଠୀ ଓ ବିଦ୍ୟାଳୟର ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ବର୍ସୁର ପରିବାର ବର୍ସୁକୁ ବିଦ୍ୟାଳୟକୁ ଫେରାଇ ନେବା ପାଇଁ ସହମତି ପ୍ରକାଶ କରିଥିଲେ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି । ଆନ୍ଧ୍ରପ୍ରଦେଶର ଏକ ଛୋଟ ସହରରେ କାମ କରୁଥିବା ଅବସ୍ଥାରେ ବର୍ସୁକୁ ଉଦ୍ଧାର କରାଯାଇ ବିଦ୍ୟାଳୟକୁ ଫେରାଇ ଆଣିଥିବା ବିଦ୍ୟାଳୟର ସହକାରୀ ଶିକ୍ଷକ ଅଭିଜିତ ପରିଡ଼ା କହିଛନ୍ତି । ଭବିଷ୍ୟତରେ ଶିକ୍ଷକତା କରିବାର ସ୍ବପ୍ନ ଦେଖୁଥିବାବେଳେ ସେ ଯେଉଁଠାରେ ଶିକ୍ଷକତା କରିବ ସେଠାରେ କେହିବି ଯେମିତି ପାଠ ପଢ଼ିବାରୁ ବଞ୍ଚିତ ହେବେ ନାହିଁ ସେ ଦିଗରେ କାର୍ଯ୍ୟ କରିବ ବୋଲି ବର୍ସୁ ଆଶା ବନ୍ଧିଛି ।

ତେବେ ବର୍ସୁ ଭଳି ଘରେ ରହିଯାଇଥିବା ପିଲାଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବାରେ ପ୍ରୟାସ ଜାରି ରଖିଥିବାବେଳେ କୋରାପୁଟ ଜିଲ୍ଲାର ଅନେକ ଗାଁକୁ ରାସ୍ତା ଠିକ୍ ନଥିବା ସହ ସେଠାରେ ମୋବାଇଲ ନେଟୱର୍କର ଅଭାବ ଯୋଗୁଁ ସେମାନଙ୍କ ପାଖରେ ପହଞ୍ଚିବାରେ ସମସ୍ୟା ଦେଖାଯାଉଥିବା ବିଦ୍ୟାଳୟର ସହକାରୀ ଶିକ୍ଷକ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.