ETV Bharat / state

ଗୋଡ ଫେରିପାଇଲା ତନ୍ମୟ, ସହାୟତା କଲା ସ୍ବେଚ୍ଛସେବୀ ସଂଗଠନ 'ଏକତା' - ସହାୟତା କଲା ସ୍ବେଚ୍ଛସେବୀ ସଂଗଠନ 'ଏକତା'

ମାତ୍ର 10 ବର୍ଷ ବୟସର ଗୋଡ ହରାଇ ତନ୍ମୟ ଅନ୍ୟ ଉପରେ ନିର୍ଭର କରି ବାହାରକୁ ଯାଉଥିଲା । ଏ ଭଳି ସମୟରେ ସହାୟତାର ହାତ ବଢାଇଛି କୋରାପୁଟ ସ୍ବେଚ୍ଛସେବୀ ସଂଗଠନ 'ଏକତା' । ଏବେ ସେ ନିଜେ କୃତ୍ରିମ ଗୋଡ ସାହାଯ୍ୟରେ ନିଜ କାର୍ଯ୍ୟ ପାଇଁ ସହାୟକ ହୋଇପାରିବ । ଅଧିକ ପଢନ୍ତୁ...

ତନ୍ମୟ ତା ଗୋଡ ଫେରିପାଇଲା,ସହାୟତା କଲା ସ୍ବେଚ୍ଛସେବୀ ସଂଗଠନ 'ଏକତା'

author img

By

Published : Oct 18, 2020, 1:34 PM IST

କୋରାପୁଟ: ମାତ୍ର ଦଶ ବର୍ଷ ବୟସର ଗୋଡ ହରାଇ ଅନ୍ୟ ଉପରେ ନିର୍ଭର କରି ବାହାରକୁ ଯାଉଥିଲା । ଏଭଳି ସମୟରେ ସହାୟତାର ହାତ ବଢାଇଛି କୋରାପୁଟ ସ୍ବେଚ୍ଛସେବୀ ସଂଗଠନ 'ଏକତା' । ଏବେ ସେ ନିଜେ କୃତ୍ରିମ ଗୋଡ ସାହାଯ୍ୟରେ ନିଜ କାର୍ଯ୍ୟ ପାଇଁ ସହାୟକ ହୋଇପାରିବ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୂଜାଙ୍ଗ ପଞ୍ଚାୟତ ଶୁକ୍ରିଗୁଡା ଗାଁରେ ।

ତନ୍ମୟ ତା ଗୋଡ ଫେରିପାଇଲା,ସହାୟତା କଲା ସ୍ବେଚ୍ଛସେବୀ ସଂଗଠନ 'ଏକତା'

ତନ୍ମୟ ସାଉଁନ୍ତା ତା ଗୋଡ ଫେରିପାଇଛି । ସ୍କୁଲ ଖୋଲିଲେ ନିଜେ ଚାଲିଚାଲି ସ୍କୁଲକୁ ଯିବ । ବାପାମାଙ୍କ କଷ୍ଟ ଲାଘବ ହେବ ବୋଲି ଏକତା ସଙ୍ଗଠନରେ କାର୍ଯ୍ୟକରୁଥିବା ସ୍ବେଚ୍ଛାସେବୀ ସବିତା କୂଳଦୀପ କହିଛନ୍ତି । ଗତ ଦୁଇବର୍ଷ ପୂର୍ବେ 10 ବର୍ଷର ଛାତ୍ର ତନ୍ମୟ ସାଉଁନ୍ତ ସ୍କୁଲରେ ପାଠ ପଢିବାକୁ ଯାଇଥିବାବେଳେ ବିଦ୍ୟୁତ ସଂଶ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଥିଲା । ହାତ ଦୁଇଟିର କଚଟି ନିକଟରେ ଅଚଳ ପ୍ରାୟ ହୋଇପଡିଥିବାବେଳେ ଡାହାଣ ଗୋଡଟିକୁ ଅସ୍ତ୍ରୋପଚାର କରି କାଟିବାକୁ ପଡିଥିଲା । ସେହି ଦିନଠାରୁ ବାପା ମା ତାକୁ ବୋହି ବୋହି ସ୍କୁଲକୁ ନେବାଆଣିବା କରିଆସୁଛନ୍ତି । ତେବେ ସେହି ଅଞ୍ଚଳରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଏକତା ଏ କଥା ଜାଣିବାକୁ ପାଇଥିଲେ । ତନ୍ମୟର କଟାଯାଇଥିବା ଖଣ୍ଡିତ ଗୋଡ଼ର ମାପ ଓ ଅବସ୍ଥାକୁ ପରୀକ୍ଷା କରି ତାକୁ କୃତ୍ରିମ ଅଙ୍ଗ ପୁନଃରୋପଣ ଯୋଜନାରେ ସାମିଲ କରିଥିଲେ ।

ଶନିବାର ଦିନ କେରର୍ସ ୱାର୍ଲଡ଼ ୱାଇଡ଼ ଓ କାକିନାଡାର ଉମା ଏଜୁକେସନାଲ ସୋସାଇଟିର ସହଯୋଗରେ ତନ୍ମୟଙ୍କୁ କୋରାପୁଟ ନିକଟସ୍ଥ ଦୁରୁଗୁଡା ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଅଙ୍ଗରୋପଣ ଶିବିରରେ ଗୋଡ଼ ଲଗାଇଦିଆଗଲା । ବର୍ତମାନ ତନ୍ମୟ ଚାଲିବାରେ ସକ୍ଷମ ହୋଇଛି । ଗତ ତିନିଦିନ ଧରି କାକିନାଡାର ଉମା ଏଜୁକେସନାଲ ସୋସାଇଟି ର ସହଯୋଗରେ କୋରାପୁଟ ଜିଲ୍ଳାରେ ବୈପାରିଗୁଡା , ଲକ୍ଷ୍ମୀପୁର ଓ କୋରାପୁଟ ନିକଟସ୍ଥ ଦୁରୁଗୁଡା ଠାରେ ସମୁଦାୟ 80 ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ରୋପଣ କରାଯାଇଥିବା ଏହି କାର୍ଯ୍ୟକ୍ରମର ପରାମର୍ଶଦାତା ଆର.କେ.ସୁରଦେଓ ଜଣାଇଛନ୍ତି । ଏବି ଶିବିର ଗୁଡିକ ମଧ୍ୟରେ କାକିନାଡ଼ାରୁ ବିଶେଷଜ୍ଞ ମାନେ ଆସି ସିଧାସଳଖ ଭିନ୍ନକ୍ଷମଙ୍କ ପାଖରେ ପହଞ୍ଚିବା ପାଈଁ ଯେଉଁଭଳି ସମସ୍ତ ସରଞ୍ଜାମ ଖଞ୍ଜି ହୋଇଥିବା ଏକ ସ୍ବତନ୍ତ୍ର ବାହନକୁ ବ୍ୟବହାର କରୁଛନ୍ତି । ସେହିପରି ଏକ ବାହନ କୋରାପୁଟ ଜିଲ୍ଲା ପାଇଁ ଅଣାଯିବାର ଯୋଜନା ଥିବା ସୁରଦେଓ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.