ETV Bharat / state

Vigilance Raid: ସୁନାବେଡ଼ାରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ - ସୁନାବେଡ଼ାରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ସୁନାବେଡା ମ୍ୟୁନସିପାଲଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ 6 ଜଣିଆ ଟିମ ଏହି ରେଡରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Vigilance Raid: ସୁନାବେଡ଼ାରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Feb 18, 2022, 5:12 PM IST

କୋରାପୁଟ : ଭିଜିଲାନ୍ସ ଜାଲରେ ସୁନାବେଡା ମ୍ୟୁନସିପାଲଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଛଅ ଜଣିଆ ଟିମ ଏହି ରେଡରେ ସାମିଲ ହୋଇଛନ୍ତି ।

Vigilance Raid: ସୁନାବେଡ଼ାରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏହାବି ପଢନ୍ତୁ : Election Violence: ଓଡ଼ିଶାକୁ ବିହାର-ୟୁପି ମଡେଲରେ ପରିଣତ କରିବ BJP, ଅଭିଯୋଗ କଲା BJD

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ସୁନାବେଡା ମ୍ୟୁନସିପାଲଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଆଜି(ଶୁକ୍ରବାର) ସକାଳୁ ରେଡ ମାରିଥିଲା ଭିଜିଲାନ୍ସ । ସୁନାବେଡ ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ ପହଞ୍ଚି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହିକ ବ୍ୟାଙ୍କ ଆକାଉଣ୍ଟର ତଲାସୀ ନେଇଥିଲା ।

ଏହାସହ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତିର ଅଧିକ ତଦନ୍ତ ପାଇଁ ସହକାରୀ ଯନ୍ତ୍ରୀଙ୍କୁ ବ୍ରହ୍ମପୁର ନିଆଯାଇଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସୁନାବେଡା, ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ଥିବା ବାସଭବନରେ ମଧ୍ୟ ଏକକାଳୀନ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.