କୋରାପୁଟ: କ୍ଷୁଦ୍ରଚାଷୀ ସହ ଦିନ ମଜୁରିଆ ଭାବେ ଖଟି ପରିବାର ଚଳାଉଥିଲେ ଶୁଭଦ୍ରାଙ୍କ ସ୍ବାମୀ । ହେଲେ ତାଙ୍କ ଅକାଳ ବିୟୋଗ ପରେ ଶୁଭଦ୍ରାଙ୍କ ଉପରେ ସତେ ଯେମିତି ପାହାଡ଼ ଖସି ପଡ଼ିଥିଲା । ଏହାପରେ ସେ ଭାଙ୍ଗି ପଡ଼ିଥିଲେ ସତ କିନ୍ତୁ ପରିବାର ଦାୟିତ୍ବ ନେବା କଥା ଭୁଲି ନଥିଲେ । ସେହି ଦାୟିତ୍ବବୋଧତା ହିଁ ଆଜି ଶୁଭଦ୍ରାଙ୍କୁ ସ୍ବାବଲମ୍ବୀ କରାଇଛି ।
କୋଟପାଡ ବ୍ଲକ ଅନ୍ତର୍ଗତ ଗୁନିଆଗୁଡା ଗାଁରେ ୩ ଜଣ ପିଲାଙ୍କୁ ନେଇ ଚଳୁଛନ୍ତି ଶୁଭଦ୍ରା ପୂଜାରୀ । ସ୍ବାମୀଙ୍କ ମୃତ୍ୟୁ ପରେ କୋଟପାଡ଼ର କୋଲାବ ବିସ୍ଥାପିତ କଲୋନୀରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନ 'ଶୋଭା' ସଂସ୍ପର୍ଶରେ ସେ ଆସିଥିଲେ । ଗାଁରେ ଏକ ଛୋଟିଆ ଡାଲି ଚାଉଳ ଦୋକାନ କରିବାକୁ ଏହି ସଂସ୍ଥା ସମସ୍ତ ପ୍ରକାର ସହଯୋଗ କରିଥିଲା ।
ସେହି ସହଯୋଗ ବଳରେ ଶୁଭଦ୍ରା ସ୍ବାବଲମ୍ବୀ ହେବା ସହ ଆର୍ଥିକ ଅନଟନକୁ ଦୁରେଇ ପାରିଛନ୍ତି । ଆଜିର ଦିନରେ ଶୁଭଦ୍ରା ଦୈନିକ ଦୋକାନରୁ 600 ରୁ 800 ଟଙ୍କା ରୋଜଗାର କରୁଛନ୍ତି । ଏହାଦ୍ବାରା ହିଁ ସେ ପିଲାଙ୍କ ଭବଷ୍ୟତ ଗଢ଼ିବେ ବୋଲି କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ