ETV Bharat / state

ମନେ ପଡୁଛି କ୍ଲାସରୁମ୍‌, ସ୍କୁଲକୁ ଝୁରୁଛନ୍ତି ପିଲାଏ

author img

By

Published : May 30, 2021, 10:37 AM IST

କୋରୋନାର ଦ୍ବିତୀୟ ଲହର ପାଇଁ ସ୍କୁଲ କଲେଜଠାରୁ ଆରମ୍ଭ କରି ସବୁ କିଛି ବନ୍ଦ ଥିବା ବେଳେ ସମସ୍ତେ ଏବେ ଘରେ ବନ୍ଦୀ ଜୀବନ ଯାପନ କରୁଛନ୍ତି । ତେବେ ପିଲାମାନେ ଘରେ ଆବଦ୍ଧ ହୋଇ ରହିଯିବା ଓ ମୋବାଇଲ ଓ କମ୍ପ୍ୟୁଟରରେ ଲାଗି ରହିବା ବିଷୟ ଅଭିଭାବକଙ୍କୁ ଚିନ୍ତାଗ୍ରସ୍ତ କରିଥିବା କହିଛନ୍ତି ଅଭିଭାବକ ଜଣାଇଛନ୍ତି । ଅଧିକ ପଢନ୍ତୁ...

ସ୍କୁଲକୁ ଝୁରୁଛନ୍ତି ପିଲାଏ
ସ୍କୁଲକୁ ଝୁରୁଛନ୍ତି ପିଲାଏ

କୋରାପୁଟ: କୋରୋନାର ଦ୍ବିତୀୟ ଲହର ପାଇଁ ସ୍କୁଲ କଲେଜଠାରୁ ଆରମ୍ଭ କରି ସବୁ କିଛି ବନ୍ଦ ଥିବା ବେଳେ ସମସ୍ତେ ଏବେ ଘରେ ବନ୍ଦୀ ଜୀବନ ଯାପନ କରୁଛନ୍ତି । କୋଭିଡ ପ୍ରତିବନ୍ଧକ ମଧ୍ୟରେ ଗତ ବର୍ଷଠାରୁ ବିଦ୍ୟାଳୟ ବନ୍ଦ ପଡିଛି ଯେ ଖୋଲିବାର ନାଁ ନେଉ ନାହିଁ । ଗାଁ ଗଣ୍ଡାରେ ଅନଲାଇନ କ୍ଳାସର ସୁବିଧା ପହୁଞ୍ଚିନପାରି ଛାତ୍ରଛାତ୍ରୀ ଶିକ୍ଷା ପାଇ ପାରୁନଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୋରାପୁଟ ଭଳି ସହରରେ ପିଲାଏ ଅତ୍ୟଧିକ ପରିମାଣରେ ମୋବାଇଲ ଓ କମ୍ପ୍ୟୁଟର ସାମ୍ନାରେ ଅନଲାଇନ କ୍ଳାସ ପାଇଁ ବସି ବସି ବିରକ୍ତ ହେବା ସହିତ କ୍ଲାନ୍ତ ହୋଇପଡ଼ୁଥିବା ଜଣାଇଛନ୍ତି ।

ସ୍କୁଲକୁ ଝୁରୁଛନ୍ତି ପିଲାଏ

ସ୍ଥାନୀୟ ଏକ ବେସରକାରୀ ମହାବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ କହିବା ଅନୁଯାୟୀ, ସ୍କୁଲ କଲେଜରେ ଶିକ୍ଷକଙ୍କଠାରୁ ସିଧାସଳଖ ଜ୍ଞାନ ଅର୍ଜନ କରିବା ସହ ସାଙ୍ଗ ସାଥିଙ୍କ ସହ ମିଶି ପାଠ ପଢିବା ଓ ଖେଳ ଖେଳିବା ପ୍ରଭୃତି ମିଶି ରହିଥିବା ଯୋଗୁଁ 12 ଘଣ୍ଟା ପଢିଲା ପରେ ମଧ୍ୟ ଘରେ ଆସି ପୁଣିଥରେ ଅଧ୍ୟୟନ କରିବା ପାଇଁ ଇଚ୍ଛା ହେଉଥିଲା । କିନ୍ତୁ ଏବେ ଘରେ ବସି ଅନଲାଇନରେ ଛଅ ଘଣ୍ଟା ପଢିଲା ବେଳକୁ ମନ ଓ ଶରୀର କ୍ଳାନ୍ତ ହୋଇପଡୁଥିବା ସେ ଜଣାଇଛନ୍ତି । ଏପଟେ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଆଦିତି ଚୌଧୁରୀ ତାଙ୍କ ପରିବାରରେ ଏକ ମାତ୍ର ସନ୍ତାନ ହୋଇଥିବା ଯୋଗୁଁ ସଂଗୀତ ଓ ପୁସ୍ତକକୁ ସାଥି କରିଥିବା ଜଣାଇଛନ୍ତି ।

ତେବେ ଅତ୍ୟଧିକ ପରିମାଣରେ ଘରେ ଆବଦ୍ଧ ହୋଇ ରହିଯିବା ଓ ମୋବାଇଲ ଓ କମ୍ପ୍ୟୁଟରରେ ଲାଗି ରହିବା ବିଷୟ ଅଭିଭାବକଙ୍କୁ ଚିନ୍ତାଗ୍ରସ୍ତ କରିଥିବା ଜଣେ ଅଭିଭାବକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.