ETV Bharat / state

ଶିଶୁମୃତ୍ୟୁକୁ ନେଇ କୁନ୍ଦୁଲି ଡାକ୍ତରଖାନାରେ ଉତ୍ତେଜନା - ସେମିଳିଗୁଡା ବ୍ଲକ

କୁନ୍ଦୁଲି ଡାକ୍ତରଖାନାରେ ଶିଶୁମୃ୍ତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳା କାରଣରୁ ଚଉଦ ଦିନର ଶିଶୁ ମୃ୍ତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 31, 2019, 7:51 PM IST

କୋରାପୁଟ: ଚିକିତ୍ସା ଅବହେଳା କାରଣରୁ 14 ଦିନର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ ଓ ଗ୍ରାମବାସୀ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଘେରାଉ କରିଛନ୍ତି । ସେମିଳିଗୁଡା ବ୍ଲକ ଅର୍ନ୍ତଗତ ମାର୍ଲା ଲେଞ୍ଜିଗୁଡା ଗ୍ରାମର ଶୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ଶିଶୁ । ତେବେ ଏହାପରେ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା 20 କିଲୋମିଟର ଦୂର ପଟ୍ଟାଙ୍ଗି ପୋଲିସ ଷ୍ଟେସନରେ ଆଶ୍ରୟ ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମୃତ ଶିଶୁର ପରିବାର ବର୍ଗଙ୍କ କହିବାନୁଯାୟୀ, ଦୁଇଦିନ ପୂର୍ବେ ଶିଶୁର ଗୋଡ଼ରେ ସିରିଞ୍ଜ ଦିଆଯାଇଥିବା ସ୍ଥାନରେ ଫୁଲିଯିବା କାରଣରୁ କୁନ୍ଦୁଲିସ୍ଥିତ ଡାକ୍ତରଖାନାରେ ଦେଖାଇଥିଲେ । ଡାକ୍ତର ସିରପ୍ ପିଆଇବାକୁ କହି ଫୁଲା ସ୍ଥାନରେ ବରଫ ଘଷିବା ପାଇଁ କହିଥିଲେ । ଏହାପରେ ମଧ୍ୟ ଗୋଡଫୁଲା ନକମିବାରୁ ଶିଶୁଟିକୁ ପୁଣି ଥରେ ଡାକ୍ତରଖାନା ଆଣିଥିଲେ ଓ ସେଠାରେ ତା'ର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକେ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ଶିଶୁର ଛାତିରେ ଅସୁବିଧା ଥିବା କାରଣରୁ ମୃତ୍ୟୁ ହୋଇଛି ବୋଲି କହିଥିଲେ ଡାକ୍ତର । ରୋଗ ଚିହ୍ନଟ କରି ନପାରି ଜୀବନ ସହ ଖେଳୁଥିବା ଅଭିଯୋଗ କରି ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ ।

ଅନ୍ୟପକ୍ଷେ ଡାକ୍ତର ଥାନାର ଆଶ୍ରୟ ନେବା ପରେ ସୁନାବେଢା ଏସଡିପିଓ ନିରଞ୍ଜନ ବେହେରା ସେଠାରେ ପହଞ୍ଚିଥିଲେ । ଏସଡିପିଓଙ୍କ କହିବାନୁସାରେ, ଡାକ୍ତର ପରିବାର ଲୋକଙ୍କୁ ଶିଶୁଟିର ଓଜନ ଓ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ କୋରାପୁଟ ସ୍ଥିତ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଯିବା ପାଇଁ କହିଥିଲେ କିନ୍ତୁ ପରିବାର ଲୋକ ଘରକୁ ନେଇଯାଇଥିବାରୁ ମୃତ୍ୟୁ ହୋଇଛି । ତେବେ ସେମିଲିଗୁଡା ତହସିଲଦାରଙ୍କ ମାଧ୍ୟମରେ ପରିବାରଲୋକଙ୍କୁ 10 ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଗ୍ରାମବାସୀ ଶିଶୁଟିର ମୃତଦେହକୁ ଡାକ୍ତରଖାନାରେ ରଖି ଡାକ୍ତରଙ୍କ ଫେରିଵାକୁ ଅପେକ୍ଷା କରିଛନ୍ତି ।

କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ

Intro:ସେମିଳିଗୁଡା ବ୍ଲକ ଅନ୍ତର୍ଗତ ମାର୍ଲା ଲେଞ୍ଜିଗୁଡା ଗ୍ରାମର ଶୁଭଦ୍ରା ଓ ପ୍ରହଲ୍ଲାଦ ସଗରିଆଙ୍କ ଚଉଦ ଦିନର ଶିଶୁ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁବରଣ କରିଥିବା ଅଭିଯୋଗ କରି ପରିବାର ଲୋକେ ଓ ଗ୍ରାମବାସୀ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତରଙ୍କୁ ଆଜି ଘେରିଥିଲେ ।Body:ତେବେ ଡାକ୍ତର କୃଷ୍ଣ ଚନ୍ଦ୍ର ପରିଡା ସେମାନଙ୍କ ଘେରି ମଧ୍ୟରୁ ବାହାରିଯାଇ ୨୦ କିଲୋମିଟର ଦୂରରେ ଥିବା ପଟ୍ଟାଙ୍ଗି ପୋଲିସ ଷ୍ଟେସନରେ ଶରଣ ପଶିଛନ୍ତି । ମୃତ ଶିଶୁର ପରିବାର ବର୍ଗଙ୍କ କହିବାନୁଯାୟୀ ଦୁଇଦିନ ପୂର୍ବେ ଏହି ଶିଶୁର ଗୋଡ଼ରେ ଇଂଜେକସନ ଦିଆଯାଇଥିବା ସ୍ଥାନରେ ଫୁଲିଯିବା ଯୋଗୁଁ କୁନ୍ଦୁଲି ସ୍ଥିତ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ଏକ ସିରପ ପିଆଇବାକୁ କହି ଫୁଲା ସ୍ଥାନରେ ବରଫ ଘଷିବା ପାଇଁ ନିର୍ଦେଶ ଦେଇଥିଲେ ।Conclusion:ତେବେ ଶିଶୁଟିର ଗୋଡଫୁଲା ନ କମିବା ଯୋଗୁଁ ପରିବାର ଲୋକେ ପୁଣିଥରେ ଶିଶୁକୁ ଡାକ୍ତରଖାନା ଆଣିଥିଲେ । କିନ୍ତୁ ଡାକ୍ତରଖାନାରେ ପହଂଚିବା ର କିଛି ସମୟ ମଧ୍ୟରେ ଶିଶୁର ପ୍ରାଣବାୟୁ ଉଡିଯାଇଥିଲା । ଚିକିତ୍ସା କରିଥିଲେ ମଧ୍ୟ କିପରି ଶିଶୁଟି ମୃତ୍ୟୁବରଣ କଲା ବୋଲି ପରିବାର ଲୋକେ ପ୍ରଶ୍ନ କରିବାରୁ ଶିଶୁର ଛାତିରେ ଅସୁବିଧା ଥିବା ଯୋଗୁଁ ସେ ମରିଯାଇଥିଲା ବୋଲି କହିବା ପରେ ଡାକ୍ତର ଠିକ ଭାବେ ରୋଗ ଚିହ୍ନଟ କରିନପାରି ଶିଶୁଟିର ଜୀବନ ସହିତ ଖେଳୁଥିବା ଓ ଅବହେଳା ଦେଖାଉଥିବା ଅଭିଯୋଗ କରି ଗ୍ରାମବାସୀ ଉତ୍ୟକ୍ତ ହୋଇଉଠିଥିଲେ । ଡାକ୍ତର ପରିଡା ପଟ୍ଟାଙ୍ଗି ଥାନାରେ ଶରଣ ପଶିବା ପରେ ସୁନାବେଡା ଏସ୍ଡିପିଓ ନିରଞ୍ଜନ ବେହେରା ସେଠାରେ ପହଞ୍ଚିଥିଲେ । କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିବା ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ଡାକ୍ତର ପରିଡା ପରିବାର ବର୍ଗଙ୍କୁ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଦର୍ଶାଇ କୋରାପୁଟସ୍ଥିତ ମେଡିକାଲ କଲେଜ ହସ୍ପିଟାଲ କୁ ନେଇଯିବା ପାଈଁ କହିଥିଲେ । କିନ୍ତୁ ପରିବାର ଲୋକେ ଶିଶୁକୁ ଘରକୁ ନେଇଯାଇଥିଲେ ଓ ଆଜି ତାର ମୃତ୍ୟୁ ଘଟି ଥିଲା। ଜିଲ୍ଲା ପ୍ରଶାସନ ତରଫରୁ ମୃତ ଶିଶୁର ପରିବାରକୁ ସେମିଳିଗୁଡା ତହସିଲଦାର ଙ୍କ ମାଧ୍ୟମରେ ୧୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାର ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ବେହେରା କହିଛନ୍ତି । କିନ୍ତୁ ଗ୍ରାମବାସୀ ଶିଶୁଟିର ମୃତଦେହକୁ ଡାକ୍ତରଖାନାରେ ରଖି ଡାକ୍ତରଙ୍କ ଫେରିଵା ବାଟକୁ ଅପେକ୍ଷା କରିଥିବା ଯୋଗୁଁ ପରିସ୍ଥିତି ଜଟିଳ ହେବାକୁ ଲାଗିଛି ।
..........
Byte : woman from the Village
Byte : Parallad Sagaria , father of the child
......…...
ଶାନ୍ତାକାର
କୋରାପୁଟ
.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.