କୋରାପୁଟ: କୋରୋନାର ନୂଆ ସଂକ୍ରମଣ ଆସିବା ଏବେ ଚିନ୍ତାର କାରଣ ହୋଇଛି । ଓଡିଶାରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଆଗକୁ ଯେପରି ସ୍ଥିତି ଭଲ ରହେ ଏ ନେଇ ଜିଲ୍ଲାରେ ସତର୍କତା ଅବଲମ୍ବନ କରାଯାଇଛି ।
କିଛି ଦିନ ଧରି ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋରୋନାର ପ୍ରଭାବ ପୁଣି ଥରେ ଦେଖାଯିବା ଚିନ୍ତାର ବିଷୟ ହୋଇଛି । ଏ ନେଇ ଓଡିଶାର ଏସଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ହୋଇଛି । କୋରୋପୁଟରେ ଜିଲ୍ଲା ସ୍ତରରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କ ଅଧକ୍ଷତାରେ ସସମ୍ତ ବ୍ଲକ ଅଧିକାରୀ,ପୌର ଅଧିକାରୀ ଓ ଥାନା ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛି ।
ତୃଣମୂଳ ସ୍ତରରେ କୋଭିଡ଼ ବିରୋଧରେ ସୃଷ୍ଟି ହୋଇଥିବା ସଚେତନତାକୁ ନେଇ ଲୋକ ଖାମଖିଆଲ କରୁଥିବା ଦେଖିବାକୁ ମିଳିଛି । ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଡାକଡି ନିୟମ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଳାର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ