ETV Bharat / state

ସରିଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା, ୩ ସ୍ୱର୍ଣ୍ଣ ପଦକ ସହ ଚମ୍ପିଆନ ମାନସ - କୋରାପୁଟ କ୍ରୀଡା ପ୍ରତିଯୋଗିତା

ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଚମ୍ପିଆନ ହୋଇ ଗୌରବ ଆଣିଛନ୍ତି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମାଝୀ । ପ୍ରତିଯୋଗିତାରେ 3ଟି ସ୍ୱର୍ଣ୍ଣ ପଦକ ସହିତ ଚମ୍ପିଆନ ଟ୍ରଫି ହାସଲ କରିଛନ୍ତି । ଅଧିକ ପଢନ୍ତୁ

ସରିଲା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ସରିଲା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
author img

By ETV Bharat Odisha Team

Published : Nov 14, 2023, 9:45 AM IST

ସରିଲା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

କୋରାପୁଟ: ସରିଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା । ନଭେମ୍ବର 8ରୁ 11 ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ 30ଟି ଜିଲ୍ଲାରୁ 306 ଜଣ ଛାତ୍ର ଯୋଗ ଦେଇଥିଲେ l ତେବେ ଏହି ପ୍ରତିଯୋଗିତାରେ ଚମ୍ପିଆନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ମାନସ ମାଝୀ ।

ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଏବଂ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଘର ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ 14 ବର୍ଷରୁ କମ୍ ବାଳକମାନେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମାଝୀ ଯୋଗ ଦେଇ 100 ମିଟର ଓ 200 ମିଟର ଦୌଡ ଏବଂ ଲମ୍ଵ ଲମ୍ପ ପ୍ରଦାନ ପ୍ରତିଯୋଗିତାରେ 3ଟି ସ୍ୱର୍ଣ୍ଣ ପଦକ ସହିତ ଚମ୍ପିଆନ ଟ୍ରଫି ହାସଲ କରିଛନ୍ତି । ତେବେ ମାନସ ଏବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି l ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଚମକିଲେ ବଲାଙ୍ଗୀର ଖେଳାଳି, ଲନ୍‌ ବଲରେ ଜିତିଲେ 3 ପଦକ

ଏହା ମଧ୍ୟ ପଢନ୍ତୁ: ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କୋରାପୁଟକୁ 17ପଦକ

ଅନ୍ୟପଟେ ମାନସ ତାଙ୍କର ଏହି ସଫଳତା ପାଇଁ କ୍ରୀଡା ଶିକ୍ଷକଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l ତେବେ ତାଙ୍କର ଏହି ସଫଳତାକୁ ଦେଖି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ଜିଲ୍ଲା ତଥା ରାଜ୍ୟସ୍ତରରେ ଖେଳ କୌଶଳ ପ୍ରଦର୍ଶନ କରି କୋରାପୁଟ ପାଇଁ ଗୌରବ ଆଣିବେ ବୋଲି ମାନସଙ୍କ ସାଙ୍ଗ ପ୍ରକାଶ କରିଛନ୍ତି l କୋରାପୁଟ ଜିଲ୍ଲାରୁ ସମୁଦାୟ 13 ଜଣ ଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ 4 ଜଣ ପ୍ରତିଯୋଗୀ ପୁରସ୍କୃତ ହୋଇଛନ୍ତି । ଏନେଇ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭୀମ ବେହେରା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.