ETV Bharat / state

କୋଟିଆର ନେରେଡିବାଲାସାରୁ ଶୁଭାରମ୍ଭ ହେବ ରାଜ୍ୟସ୍ତରୀୟ 'ପରବ' ମହୋତ୍ସବ

କୋଟିଆ ପଞ୍ଚାୟତର ନେରେଡିବାଲାସାରୁ ଶୁଭାରମ୍ଭ ହେବ ରାଜ୍ୟସ୍ତରୀୟ 'ପରବ' ମହୋତ୍ସବ । ଅଧିକ ପଢନ୍ତୁ...

କୋଟିଆର ନେରେଡିବାଲାସାରୁ ଶୁଭାରମ୍ଭ ହେବ ରାଜ୍ୟସ୍ତରୀୟ 'ପରବ' ମହୋତ୍ସବ
କୋଟିଆର ନେରେଡିବାଲାସାରୁ ଶୁଭାରମ୍ଭ ହେବ ରାଜ୍ୟସ୍ତରୀୟ 'ପରବ' ମହୋତ୍ସବ
author img

By

Published : Oct 25, 2021, 10:01 PM IST

କୋରାପୁଟ: କୋଟିଆର ନେରେଡିବାଲାସାରୁ ଶୁଭାରମ୍ଭ ହେବ 25ତମ ରାଜ୍ୟସ୍ତରୀୟ ପରବ ମହୋତ୍ସବ। ରାଜ୍ୟସ୍ତରୀୟ ଆଦିବାସୀ ଓ ଲୋକନୃତ୍ୟ ମହୋତ୍ସବ ପାଳନର 25 ବର୍ଷ ପୂର୍ତ୍ତିକୁ ରାଜ୍ୟ ସରକାର ମହାଆଡମ୍ବରରେ ପାଳନ କରିବେ । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।

କୋଟିଆର ନେରେଡିବାଲାସାରୁ ଶୁଭାରମ୍ଭ ହେବ ରାଜ୍ୟସ୍ତରୀୟ 'ପରବ' ମହୋତ୍ସବ

ରାଜ୍ୟସ୍ତରୀୟ ପରବ ମହୋତ୍ସବ ୨୦୨୧ ଆୟୋଜନ ନେଇ କୋରାପୁଟ ଏସଏଲଏନ ମେଡିକାଲ କଲେଜର ଅଡିଟୋରିୟମରେ ପରବ ପାଳନ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ସମେତ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାର ଆଦିବାସୀ ଓ ଲୋକନୃତ୍ୟ ମହୋତ୍ସବ 'ପରବ' ମହା ଆଡମ୍ବରରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପରବ -2021 ଉତ୍ସବର ଉଦଘାଟନ କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସାରେ ଅନୁଷ୍ଠିତ ହେବ । ଡିସେମ୍ବର 17, 18 ଓ 19 ତାରିଖରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହେବ ପରବ ମହୋତ୍ସବର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲ୍ଲୀଶ୍ରୀ ମେଳା ।

ଚଳିତ ବର୍ଷ ଏହି ଉତ୍ସବ ପଞ୍ଚାୟତରୁ ଆରମ୍ଭ ହୋଇ ବ୍ଲକ ଓ ଜିଲ୍ଲା ସଦର ମହକୁମାରେ ପାଳିତ ହେବ। ଚଳିତ ବର୍ଷ କୋରାପୁଟର ପରବ ମହୋତ୍ସବ ଦୂରଦର୍ଶନ ଚ୍ୟାନେଲରେ ପ୍ରାସାରଣ ପାଇଁ ଅନୁମିତି ମଳିଛି । ଏହାର ମୁଖ୍ୟ ଉତ୍ସବ ତିନି ଦିନ ପ୍ରସାରଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ମହୋତ୍ସବକୁ କୋରୋନା କଟକଣା ମଧ୍ୟରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ପରବ ପାଳନକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏହାସହ ପରବକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରଦର୍ଶନ କରିବା ବେଶ ଉତ୍ସାହଜନକ । ଦୀର୍ଘ 25 ବର୍ଷ ହେଲା ଆୟୋଜିତ ହୋଇଆସୁଛି ପରବ କିନ୍ତୁ ଆଜି ପର୍ଯ୍ୟନ୍ତ ପରବ ପାଇଁ ସ୍ବତନ୍ତ୍ର ପଡିଆ କରାଯାଇପାରିନାହିଁ ବୋଲି ଜୟପୁର ବିଧାୟକ ଅଭିଯୋଗ କରିଛନ୍ତି । ସୂଚନାଥାଉକି ପ୍ରତିବର୍ଷ ପାଳନ ହେଉଥିବା କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ ସାରା ରାଜ୍ୟ ସମେତ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.