କୋରାପୁଟ: ସମ୍ବଲପୁର ଦେଇ ଭୁବନେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ବତନ୍ତ୍ର ରେଳସେବା । ଦକ୍ଷିଣ ପୂର୍ବ ରେଳ ବିଭାଗର ଏହି ଯୋଜନା ଥିବା ରେଳବାଇ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ଉଲ୍ଲେଖ କରାଯାଇଛି । ଏନେଇ ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି ।
![special train, special train to run from bhubaneswar to koraput, koraput latest news, south-east railway, ସ୍ବତନ୍ତ୍ର ଟ୍ରେନ, ଭୁବନେଶ୍ବରରୁ କୋରାପୁଟ ଗଡିବ ସ୍ବତନ୍ତ୍ର ଟ୍ରେନ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍, ଦକ୍ଷିଣ ପୂର୍ବ ରେଳ ବିଭାଗ](https://etvbharatimages.akamaized.net/etvbharat/prod-images/od-kpt-01-train-viz-7202788_30052020170930_3005f_1590838770_920.jpg)
ସପ୍ତାହକୁ ତିନି ଦିନ ଏହି ସ୍ବତନ୍ତ୍ର ଟ୍ରେନ ଚାଲିବା ପାଇଁ ପ୍ରସ୍ତାବ ଥିବା ଏହି ଚିଠିରେ ଲେଖାଯାଇଛି । ତେବେ ଏହି ଟ୍ରେନ ସେବା କେବେଠାରୁ ଯୋଗାଇ ଦିଆଯିବ ସେନେଇ ସ୍ପଷ୍ଟ କରାଯାଇନଥିବା ଯୋଗୁଁ କୋରାପୁଟରେ ଅବସ୍ଥାପିତ ରେଳ ଅଧିକାରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ପଛଘୁଞ୍ଚା ଦେଉଛନ୍ତି ।
ସୂଚନା ଅନୁଯାୟୀ କୋରୋନା ଲକଡାଉନ ପରଠାରୁ କୋରାପୁଟ ଓ ଭୁବନେଶ୍ବର ମଧ୍ୟରେ ଚାଲିଥିବା ଏକମାତ୍ର ରେଳ ହୀରାଖଣ୍ଡ ଏକ୍ସପ୍ରେସ ବନ୍ଦ ପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ