ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା, ଆଦିବାସୀ ସେବକଙ୍କ ଦ୍ବାରା ଗୁପ୍ତ ସେବା ପାଇଥାନ୍ତି ଶ୍ରୀଜିଉ - ଜଗନ୍ନାଥଙ୍କ ରଥଯାତ୍ରା

କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା ଅନୁଷ୍ଠିତ । ଶାବର ଶ୍ରୀକ୍ଷେତ୍ରରେ ଆଦିବାସୀ ସେବକଙ୍କ ଦ୍ବାରା ଗୁପ୍ତ ସେବା ପାଇଥାନ୍ତି ତିନି ଠାକୁର । ଅଧିକ ପଢନ୍ତୁ

special ratha yatra
special ratha yatra
author img

By

Published : Jun 26, 2023, 3:55 PM IST

special ratha yatra

କୋରାପୁଟ: ନବଦିନାତ୍ମକ ଯାତ୍ରାରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସବୁଆଡେ ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ଗତକାଲି ଗୁଣ୍ଡିଚା ମନ୍ଦିରରେ ରଥ ଦକ୍ଷିଣ ମୋଡ ହେବା ପରେ ବାହୁଡା ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ତେବେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ 3ଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରି ଭକ୍ତଙ୍କ ଭାବ ବନ୍ଧନରେ ବାନ୍ଧି ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ କରିଥିଲେ । ଚଳିତ ବର୍ଷ ତୃତୀୟ ଥର ପାଇଁ ମା ସୁଭଦ୍ରାଙ୍କ ପହଣ୍ଡି ମହିଳାମାନେ କରିଥିବା ବେଳେ ତାଙ୍କ ରଥକୁ ଟାଣିବା ଓ ଡାହୁକର କାର୍ଯ୍ୟ ସମ୍ପାଦନ ଆଦି ମହିଳାମାନେ କରିଥିଲେ ।

ସେହିପରି ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଆଦିବାସୀ ଛେରାପହଁରା କରିଥାନ୍ତି । ରଥ ଉପରେ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଆସିଥିବା ଆଦିବାସୀ ଗ୍ରାମ ନାୟକଙ୍କୁ ଶିରୋପା ମଣ୍ଡନ କରାଯାଇ ଜିଲ୍ଳାପାଳଙ୍କ ଦ୍ଵାରା ସମ୍ମାନିତ କରାଯାଏ । କେବଳ ଏତିକି ନୁହେଁ । ରଥ ଉପରେ ତିନି ଠାକୁରଙ୍କ ପାଖରେ ଲାଗି ହେଉଥିବା ଭୋଗକୁ ସମର୍ପଣ କରିବା କ୍ଷେତ୍ର ରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ଭକ୍ତ ଙ୍କୁ ଅଗ୍ରାଧିକାର ଦିଆଯାଏ । ସେମାନଙ୍କ ଦ୍ୱାରା ବଣ ଜଙ୍ଗଲ ରୁ ସଂଗ୍ରହ କରାଯାଇଥିବା ଫଳ ,ମୂଳ ,ପତ୍ର ଓ ପୁଷ୍ପକୁ ସର୍ବ ପ୍ରଥମେ ଭୋଗ ଭାବେ ଅର୍ପଣ କରିବା ପରେ ହିଁ ଅନ୍ୟ ଭକ୍ତଙ୍କ ଦ୍ୱାରା ଅଣାଯାଇଥିବା ଭୋଗ ଲାଗି କରାଯାଏ । ଭକ୍ତ ରଥକୁ ଟାଣି ନେଉଥିବା ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ଭକ୍ତଙ୍କ ଦ୍ୱାରା କୀର୍ତ୍ତନ ଓ ପାରମ୍ପରିକ ନୃତ୍ୟ ପରିବେଷଣ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥାଏ ।

ତେବେ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସେବକମାନେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୁଅଁରୁ ଜଳ ଆଣି ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ଶୁଭଦ୍ରା ସ୍ନାନ କରାଇଥାନ୍ତି । ଶ୍ରଦ୍ଧାର ଜଳକୁ ମନା କରି ନ ପାରି ତିନି ଠାକୁର ଜ୍ଵରାକ୍ରାନ୍ତ ହୋଇଥାନ୍ତି । ତେବେ ଦେବସ୍ନାନ ପୂର୍ଣ୍ଣିମା ରାତି ଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଇଥାନ୍ତି ।

ପୂର୍ବ ପୁରୁଷ ଠାରୁ ତିନି ଠାକୁରଙ୍କର ଗୁପ୍ତସେବା ପରମ୍ପରା ଅନୁଯାୟୀ ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଥାନ୍ତି । ଶାବର ଶ୍ରୀକ୍ଷେତ୍ରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସମନ୍ଵୟରେ ରଥଯାତ୍ରା ଏବଂ ମନ୍ଦିର ପରିଚାଳନା ହେଉଥିବା ଯୋଗୁଁ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରି ଭାବବିହ୍ବଳ ଭକ୍ତ। ଏଠାରେ ଏହି ଅନନ୍ୟ ପରମ୍ପରା ଭକ୍ତ ଓ ଭଗବାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥିବା ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.