ETV Bharat / state

କୋରାପୁଟର ଆଦି ପାଇଲା ସ୍ପେନ ଦମ୍ପତିଙ୍କ କୋଳ - koraput latest story

ରାସ୍ତା କଡ଼ରେ ପଡିଥିଲା ୪ ବର୍ଷର ଶିଶୁପୁତ୍ର । ନା' ଥିଲା ବାପା ମା'ଙ୍କ ପରିଚୟ, ନା' ଘରର ଠିକଣା । ଏହି ଆଖୋଜା, ଅଲୋଡ଼ା ଶିଶୁକୁ ଆଣି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖିଥିଲା ପ୍ରଶାସନ । ଏବେ ଏହି ଶିଶୁଟିକୁ କୋଳେଇ ନେଇଛନ୍ତି ସ୍ପେନର ଦମ୍ପତି । ଅଧିକ ପଢନ୍ତୁ...

କୋରାପୁଟର ଶିଶୁ ପାଇଲା ସ୍ପେନ ଦମ୍ପତିଙ୍କ କୋଳ
କୋରାପୁଟର ଶିଶୁ ପାଇଲା ସ୍ପେନ ଦମ୍ପତିଙ୍କ କୋଳ
author img

By

Published : Nov 21, 2020, 6:43 AM IST

କୋରାପୁଟ: ନୂଆ ପରିଚୟ ସହ ସ୍ପେନ ଯାତ୍ରା କରିଛି କୋରାପୁଟର ଅଲୋଡା ଆଦି । ଦିନେ ରାସ୍ତାକଡରେ ପଡିଥିବା ଆଦି ଆଜି ପାଲଟିଛି ବିଦେଶୀ ଦମ୍ପତିଙ୍କ ଆଖିର ତାରା, ଖୁସିର ଠିକଣା । ଦେଖୁନାହାଁନ୍ତି ତା ମୁହଁରେ ଟିକିଏ ହସ ଦେଖିବା ପାଇଁ କେମିତି ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ଏଇ ନୂଆ ବାପା-ମା ।

କୋରାପୁଟର ଆଦି ପାଇଲା ସ୍ପେନ ଦମ୍ପତିଙ୍କ କୋଳ

ଗତ 2 ବର୍ଷ ତଳେ 4 ଦିନର ଶିଶୁକୁ ମାଲକାନଗିରି ରାସ୍ତାକଡରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲା ପ୍ରଶାସନ । ଆଉ ତାକୁ ନେଇ କୋରାପୁଟ ଦଶମନ୍ତପୁରରେ ଥିବା ଆଇଡିଏସ କ୍ୟାମ୍ପରେ ରଖିବା ପରେ ସେଠାରେ ହୋଇଥିଲା ତାର ନାମକରଣ । ଅଲୋଡା ଶିଶୁ ପାଲଟିଯାଇଥିଲା ସମସ୍ତଙ୍କ ପ୍ରିୟ ଆଦିତ୍ୟ ଆକା ‘ଆଦି’। ହେଲେ ଭାଗ୍ୟର ଲିଖନ କେ କରିବ ଆନ । ଭାରତୀୟ ଶିଶୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଥିଲେ ଏହି ସ୍ପେନ ଦମ୍ପତି । ଏଥିପାଇଁ ଅନଲାଇନରେ ଆବେଦନ କରିବା ପରେ ସାତ ଦରିଆ ପାର ହୋଇ ସୁଦୂର ସ୍ପେନରୁ ଧାଇଁ ଆସିଥିଲେ କୋରାପୁଟର ଏହି କ୍ୟାମ୍ପକୁ ।

ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ସମସ୍ତ ସରକାରୀ ପ୍ରକ୍ରିୟା ଶେଷ କରି କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର ଆଦିକୁ ସ୍ପେନ ଦମ୍ପତିଙ୍କୁ ହସ୍ତାନ୍ତର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ସମସ୍ତେ ଆଦିର ସ୍ପେନ ଯାତ୍ରାକୁ ନେଇ ଖୁସି ଥିବାବେଳେ ଏ ଯଶୋଦା ମା କିନ୍ତୁ ସମ୍ଭାଳିପାରୁନି କୋହ । ମା’ମନ ପରା । 2 ବର୍ଷ ଯାଏଁ ଆଦିକୁ ମା’ର ମମତା ଦେଉଥିଲେ ସେବିକା ସୁମିତ୍ରା । ହେଲେ ଆଜି ଆଦିର ସୁନେଲୀ ଭବିଷ୍ୟତ କଥା ଭାବି ଅମାନିଆ ଲୁହକୁ ଲୁଚାଇ ଅସୁମାରୀ ଆଶୀର୍ବାଦ ସହ ଦେଇଛି ମେଲାଣି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.