ETV Bharat / state

କୋରୋନା ବାଧା, ଶାବର ଶ୍ରୀକ୍ଷେତ୍ରରେ ନିରାଡମ୍ବର ସ୍ନାନଯାତ୍ରା - କୋରୋନା ଲକଡାଉନର ପ୍ରଭାବ

ଚଳିତବର୍ଷ କୋରୋନା ଲକଡାଉନର ପ୍ରଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିରର ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବକଙ୍କ ଦ୍ୱାରା କୋଭିଡ ଗାଇଡଲାଇନ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ବାଧା, ଶାବର ଶ୍ରୀକ୍ଷେତ୍ରରେ ନିରାଡମ୍ବର ସ୍ନାନ ଯାତ୍ରା

author img

By

Published : Jun 5, 2020, 5:23 PM IST

କୋରାପୁଟ: ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦ୍ୱାରା ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଦେବସ୍ନାନ ଉତ୍ସବ ଅତି ନିରାଡମ୍ବର ସହକାରେ ହାତଗଣତି ପୂଜକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି।

କୋରୋନା ବାଧା, ଶାବର ଶ୍ରୀକ୍ଷେତ୍ରରେ ନିରାଡମ୍ବର ସ୍ନାନ ଯାତ୍ରା

ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଜଳରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନ କରି ସାରିବା ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି । ମାତ୍ର ଚଳିତବର୍ଷ କୋରୋନା ଲକଡାଉନର ପ୍ରଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରର ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବକଙ୍କ ଦ୍ୱାରା କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।

ଭକ୍ତଙ୍କ ବିନା ଉପସ୍ଥିତିରେ ଉତ୍ସବର ଆୟୋଜନ ହୋଇଥିଲେ ହେଁ ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ଆଗ୍ରହକୁ ଆଖିରେ ରଖି ତିନି ଠାକୁରଙ୍କ ଦେବସ୍ନାନ ଠାରୁ ଆରମ୍ଭକରି ଗଜାନନ ବେଶ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ଦ୍ୱାରା ସିଧା ପ୍ରସାରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଶୁକ୍ରବାର ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.