ETV Bharat / state

ଶାବର ଶ୍ରୀକ୍ଷେତ୍ର: ତିନି ଠାକୁରଙ୍କ ସ୍ନାନଯାତ୍ରା ସମ୍ପନ୍ନ

author img

By

Published : Jun 14, 2022, 8:29 PM IST

କୋରାପୁଟ ଶାବର ଶୀକ୍ଷେତ୍ରରେ ସୁରୁଖୁରୁରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ର: ତିନି ଠାକୁରଙ୍କ ସ୍ନାନଯାତ୍ରା ସମ୍ପନ୍ନ
ଶାବର ଶ୍ରୀକ୍ଷେତ୍ର: ତିନି ଠାକୁରଙ୍କ ସ୍ନାନଯାତ୍ରା ସମ୍ପନ୍ନ

କୋରାପୁଟ: ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦ୍ବାରା ଶାବର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥମନ୍ଦିର ପରିସରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଛି । ପୂଜକ, ଭକ୍ତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦେବସ୍ନାନ ଉତ୍ସବ ସମ୍ପନ୍ନ ହୋଇଛି ।

ଜଗନ୍ନାଥମନ୍ଦିର ପରିସରରେ ଥିବା ଶବର ଜନଜାତିର ଦେବତା ମାତାରବନମଙ୍କ ମନ୍ଦିର ନିକଟ କୂଅରୁ ଆସିଥିବା ଶ୍ରଦ୍ଧାର ଜଳରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରା ସ୍ନାନ କରି ସାରିବା ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉ ବା ଦେବସ୍ନାନ ଯାତ୍ରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପ୍ରତିବର୍ଷ ୩ ଠାକୁରଙ୍କ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ।

କିନ୍ତୁ ଗତ ଦୁଇ ବର୍ଷ କୋରୋନା ଲକଡାଉନର ପ୍ରଭାବରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ଦିରର ମେଘନାଦ ପାଚେରୀ ମଧ୍ୟରେ କେବଳ କିଛି ସେବକଙ୍କ ଦ୍ବାରା କୋଭିଡ ଗାଇଡଲାଇନକୁ ସଠିକ ଭାବେ ପାଳନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଜି ଦୀର୍ଘ ଦୁଇବର୍ଷ ପରେ ତିନି ଠାକୁରଙ୍କୁ ସ୍ନାନବେଦୀରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ଉତ୍ସାହ ଦ୍ଵିଗୁଣିତ ହୋଇ ଉଠିଥିଲା ।

ତେବେ ପ୍ରବଳ ଜନସମାଗମ ସତ୍ତ୍ବେ ମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଉତ୍ସବଟି ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଥିବା ଉତ୍ସବର ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ କହିଛନ୍ତି । ଆଜି ରାତିରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକ ମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.