ETV Bharat / state

କୋରାପୁଟ ପାଇଁ ଗୌରବ ଆଣିଲେ ଛଅ ଛାତ୍ରଛାତ୍ରୀ

କୋରାପୁଟ ସରକାରୀ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛଅ ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଉନ୍ନତ ରାଙ୍କ ରଖି କୋରାପୁଟ ପାଇଁ ଗୌରବ ଆଣିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରାପୁଟକୁ ଗୌରବ ଆଣିଛନ୍ତି ଛଅ ଜଣ ଛାତ୍ରଛାତ୍ରୀ

author img

By

Published : Sep 2, 2020, 10:17 PM IST

କୋରାପୁଟ: ସରକାର ଅଧ୍ୟାପକ ଯୋଗାଇ ଦେବାରେ ଅବହେଳା ଦେଖାଉଥିବା ବେଳେ କୋରାପୁଟ ସରକାରୀ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛଅ ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଉନ୍ନତ ରାଙ୍କ ରଖି କୋରାପୁଟକୁ ଗୌରବ ଆଣିଛନ୍ତି । ବ୍ୟକ୍ତିଗତ ପ୍ରଚେଷ୍ଟା ଓ ଉପସ୍ଥିତ ସଂଖ୍ୟକ ଅଧ୍ୟାପକଙ୍କ ଆପ୍ରାଣ ଉଦ୍ୟମରେ ସଫଳତା ଆଣି ଉଦାହରଣ ସାଜିଛନ୍ତି ଏହି 6 ଛାତ୍ରଛାତ୍ରୀ ।

କୋରାପୁଟକୁ ଗୌରବ ଆଣିଛନ୍ତି ଛଅ ଜଣ ଛାତ୍ରଛାତ୍ରୀ

ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷାଫଳରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଆକାଂକ୍ଷା ନାୟକ ପଞ୍ଚମ ସ୍ଥାନ ଅକ୍ତିଆର କରିଥିବା ବେଳେ ନିହାରିକା ରଣା ନବମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ମଧୁସ୍ମିତା ନାୟକ ଅର୍ଥନୀତି ବିଭାଗରେ ସପ୍ତମ, ଇଂରାଜୀରେ ଝରଣା ମହାରଣା ନବମ, ଅମରନାଥ ପାତ୍ର ରାଜନୀତି ବିଜ୍ଞାନରେ ତୃତୀୟ ଓ ରବିତେଜା ପଟ୍ଟନାୟକ କମ୍ପ୍ୟୁଟର ବିଜ୍ଞାନରେ ଦଶମ ସ୍ଥାନରେ ରହିଛନ୍ତି ।

ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମ, ଅଧ୍ୟାପକଙ୍କ ମାର୍ଗଦର୍ଶନ ଓ ପାଠାଗାରର ଉତ୍ତମ ବ୍ୟବହାର ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଥିବା କହୁଛନ୍ତି । ସେପଟେ ମହାବିଦ୍ୟାଳୟରେ ଅନେକ ଦିନରୁ ଖାଲିପଡିଥିବା ଅଧ୍ୟାପକ ପଦବୀ ପୂରଣ କରାଗଲେ ଛାତ୍ରଛାତ୍ରୀ ଉପକୃତ ହୋଇ ପାରନ୍ତେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଭେନ୍ଦୁ ଶେଖର ପାଢ଼ୀ ମତବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟରେ ଶିକ୍ଷା ଓ କମ୍ପ୍ୟୁଟର ବିଭାଗରେ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ନଥିବା ଚିନ୍ତାର କାରଣ ସାଜିଥିବା ଅଧ୍ୟାପକ ପାଢ଼ୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.