ETV Bharat / state

ସରକାରଙ୍କ ସହାୟତାର ଅପେକ୍ଷାରେ କର୍କଟ ପୀଡିତା ସିମେଲି - Simeli, a cancer patient, is waiting for government help

କର୍କଟ ରୋଗରେ ପୀଡିତ ଯୁବତୀ ସରକାରଙ୍କ ସହାୟତାର ଅପେକ୍ଷାରେ । କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଚିକିତ୍ସାଳୟରେ ଅସହାୟ ଅବସ୍ଥାରେ ଛାତକୁ ଅନାଇରହିଛି । ଅଧିକ ପଢନ୍ତୁ...

Simeli, a cancer patient, is waiting for government help
ସରକାରଙ୍କ ସହାୟତାର ଅପେକ୍ଷାରେ କର୍କଟ ପୀଡିତା ସିମେଲି
author img

By

Published : May 26, 2020, 10:24 PM IST

କୋରାପୁଟ: କର୍କଟ ରୋଗରେ ପୀଡିତ ଦାମନଯୋଡିର ଯୁବତୀ ସିମେଲି ଖୋସଲା ବର୍ତ୍ତମାନ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଚିକିତ୍ସାଳୟରେ ଅସହାୟ ଅବସ୍ଥାରେ ଛାତକୁ ଅନାଇ ରହିଛି ।

ସରକାରଙ୍କ ସହାୟତାର ଅପେକ୍ଷାରେ କର୍କଟ ପୀଡିତା ସିମେଲି

କର୍କଟ ରୋଗ ସହ ସଂଗ୍ରାମ କରୁଥିବା ସିମେଲିର ପରିବାର ସ୍ଥାନୀୟ ଲୋକଙ୍କ ସହଯୋଗ ବଳରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର କରାଇ ସାରିଛି । ଅସ୍ତ୍ରୋପଚାର ହେବା ପରେ ପରେ ସିମେଲିର ବାପାଙ୍କ ଦେହାନ୍ତ ହୋଇଗଲା । ତା ପରଠାରୁ ଜୀବନ ବଞ୍ଚାଇବାର ସଂଗ୍ରାମ ଆହୁରି କଠିନ ହୋଇଯାଇଥିଲା । ମା, ଜମି ଖୋସଲାଙ୍କ ପାଖରେ ସମଗ୍ର ସଂସାର ଅନ୍ଧକାର ଦେଖାଗଲା ।

ନିଜର ବୋଲି କହୁଥିବା ଟିକି ଘରଟିକୁ ବନ୍ଧା ପକାଇ ଝିଅ ସିମେଲିର ଚିକିତ୍ସା କରାଇବାର ପ୍ରଚେଷ୍ଟା ଜାରି ରଖିଥିବାବେଳେ ସୋମବାର ସିମେଲିର ପେଟରେ ଯନ୍ତ୍ରଣା ଅତ୍ୟଧିକ ହେବା ଯୋଗୁଁ କୋରାପୁଟର ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ବାଧ୍ୟ ହୋଇଥିଲେ । ଏଠାରୁ ସିମେଲିକୁ କଟକ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଥିବା ଡାକ୍ତର ସୂଚନା ଦେବା ପରେ ସମଗ୍ର ପରିବାର ଓ ଶୁଭେଚ୍ଛୁ ବ୍ୟସ୍ତ ହୋଇଉଠିଲେ ।

ତେବେ ସିମେଲିକୁ ରେଫର କରାଯାଉଥିବା ଚିକିତ୍ସାଳୟକୁ ଯିବା ଖର୍ଚ୍ଚ ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଆଶ୍ୱାସନା ଦେବା ପରେ ସିମେଲିର ଚିକିତ୍ସା ହେବାକୁ ନେଇ ନୂତନ ଆଲୋକ ଦେଖାଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.