ETV Bharat / state

ସଙ୍ଗୀତ ପ୍ରେମରେ ସୀମାଦ୍ରୀ, ସାଇତିଛନ୍ତି 7500 ସ୍ମରଣୀୟ ଭିନାଇନ - କୋରାପୁଟ

ଗ୍ରାମଫୋନ ଅଶୀ ଦଶକର ପ୍ରମୁଖ ମନୋରଞ୍ଜନ ଉତ୍ସ । ଆଉ ଏଥିରୁ ଭାସିଆସୁଥିବା ସଙ୍ଗୀତର ମୁର୍ଚ୍ଛନାରେ ଆବାଳ ବୃଦ୍ଧବନିତା ମତୁଆଲା ହୋଇଥାନ୍ତି । ସେହି ପ୍ରେମରେ ବି ପଡିଥିଲେ କୋରାପୁଟର ସୀମାଦ୍ରି ପାଣିଗ୍ରାହୀ । ଆଉ ସାଇତିବାକୁ ଲାଗିଥିଲେ ସ୍ମରଣୀୟ ସଙ୍ଗୀତ ଗୁଡିକର ଭିନାଇଲ ରେକର୍ଡ । ଅଧିକ ପଢନ୍ତୁ...

ଭିନାଇଲ ରେକର୍ଡର ସଂଗ୍ରାହକ ସୀମାଦ୍ରି
ଭିନାଇଲ ରେକର୍ଡର ସଂଗ୍ରାହକ ସୀମାଦ୍ରି
author img

By

Published : Jun 28, 2020, 10:22 PM IST

Updated : Jun 28, 2020, 11:06 PM IST

କୋରାପୁଟ: ‘ଗ୍ରାମଫୋନ’ ଅଶୀ ଦଶକର ପ୍ରମୁଖ ମନୋରଞ୍ଜନ ଉତ୍ସ । ଆଉ ଏଥିରୁ ଭାସିଆସୁଥିବା ସଙ୍ଗୀତର ମୁର୍ଚ୍ଛନାରେ ଆବାଳ ବୃଦ୍ଧବନିତା ମତୁଆଲା ହୋଇଥାନ୍ତି । ସେହି ପ୍ରେମରେ ବି ପଡିଥିଲେ କୋରାପୁଟର ସୀମାଦ୍ରି ପାଣିଗ୍ରାହୀ । ଆଉ ସାଇତିବାକୁ ଲାଗିଥିଲେ ସ୍ମରଣୀୟ ସଙ୍ଗୀତ ଗୁଡିକର ଭିନାଇଲ ରେକର୍ଡ । ଭିନାଇଲ ରେକର୍ଡ ସଂଗ୍ରହ କରିବା ସହ ସେଗୁଡିକୁ ଗ୍ରାମୋଫୋନରେ ବଜାଇ ଆନନ୍ଦିତ ହେଉଥିଲେ । ସମୟକ୍ରମେ ସେଗୁଡିକ ବଜାରରୁ ଉଭେଇଯାଇଛି ସତ, ହେଲେ ବର୍ତ୍ତମାନ ସେଗୁଡିକ ଶୋଭାପାଉଛି ସୀମାଦ୍ରିଙ୍କ ପ୍ରଦର୍ଶନୀରେ।

ସଙ୍ଗୀତ ପ୍ରେମରେ ସୀମାଦ୍ରୀ, ସାଇତିଛନ୍ତି 7500 ସ୍ମରଣୀୟ ଭିନାଇନ

କୋରାପୁଟର ଜଣେ ଯୁବ ଉଦ୍ୟୋଗୀ ସୀମାଦ୍ରି ପାଣିଗ୍ରାହୀ ଛୋଟବେଳୁ ଗ୍ରାମଫୋନ ଶୁଣିବାକୁ ଭଲ ପାଉଥିଲେ । ସେଥିପାଇଁ ଚାରିବର୍ଷ ବୟସରୁ ଗ୍ରାମଫୋନରେ ବ୍ୟବହୃତ ଭିନାଇଲ ରେକର୍ଡ ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏପରିକି ବାପା ଦେଉଥିବା ପକେଟ ଖର୍ଚ୍ଚକୁ ମଧ୍ୟ ସୀମାଦ୍ରି ସଞ୍ଚୟ କରି ଭିନାଇଲ ରେକର୍ଡ କିଣିବାରେ ବ୍ୟୟ କରୁଥିଲେ । ଭିନାଇଲ ରେକର୍ଡ ଏକାଠି କରିବା ଓ ଭଳିକି ଭଳି ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଗୀତ ଶୁଣିବା ତାଙ୍କର ନିଶା ପାଲଟିଯାଇଥିଲା । କିନ୍ତୁ 1987 ବେଳକୁ ଭାରତରେ ଭିନାଇଲ ରେକର୍ଡ ଉତ୍ପାଦନ କମିଯିବାପରେ ସେସବୁ ସଂଗ୍ରହ କରିବା କଷ୍ଟ ହୋଇପଡିଥିଲା । ଏହାପରେ ବି ତାଙ୍କ ପାଖରେ ବର୍ତ୍ତମାନ ପ୍ରାୟ 7500ଟି ଭିନାଇଲ ରେକର୍ଡ ରହିଥିବା ସେ ଜଣାଇଛନ୍ତି । ଏଥିମଧ୍ୟରେ 1930 ମସିହାର ଏକ ଭିନାଇଲ ରେକର୍ଡ ମଧ୍ୟ ତାଙ୍କ ପ୍ରଦର୍ଶନୀର ଶୋଭାବର୍ଦ୍ଧନ କରୁଛି ।

ଭିନାଇଲ ରେକର୍ଡର ସଂଗ୍ରାହକ ସୀମାଦ୍ରି
ଭିନାଇଲ ରେକର୍ଡର ସଂଗ୍ରାହକ ସୀମାଦ୍ରି

ସୀମାଦ୍ରି କୁହନ୍ତି ଯେ, ‘ସାଇତି ରଖିବା ଜାଣିଥିଲେ ଭିନାଇଲ ରେକର୍ଡକୁ ବହୁ ବର୍ଷ ପର୍ଯ୍ୟନ୍ତ ସଂରକ୍ଷଣ କରିହେବ ଓ ପୁରାତନ ସଙ୍ଗୀତର ଆନନ୍ଦକୁ ଉପଭୋଗ କରିହେବ ।’ସୀମାଦ୍ରି ଅନଲାଇନରେ ବିଭିନ୍ନ ଆଗ୍ରହୀ ଲୋକଙ୍କ ସହ ଭିନାଇଲ ରେକର୍ଡକୁ ବଦଳ କରୁଛନ୍ତି । ଅନ୍ୟପକ୍ଷରେ ଏହାକୁ ଯୁବପୀଢିଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ସେଥିପାଇଁ ନିଜ ମୋବାଇଲ ଫୋନ ଦୋକାନର ଏକ ପାର୍ଶ୍ବରେ ପ୍ରଦର୍ଶନୀ ଖୋଲିଛନ୍ତି । ସେଥିରେ ସମସ୍ତ ଭିନାଇଲ ରେକର୍ଡକୁ ସଜାଇ ରଖିଛନ୍ତି।

ଗତ ଚାରିଦିନ ମଧ୍ୟରେ ଶତାଧିକ ଲୋକ ତାଙ୍କ ପ୍ରଦର୍ଶନୀ ପରିଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । ଭିନାଇଲ ରେକର୍ଡ ଓ ଗ୍ରାମୋଫୋନ ସମ୍ପର୍କରେ ଅନେକ ତଥ୍ୟ ସେମାନେ ପଚାରି ବୁଝିଥିବା ସୀମାଦ୍ରି କହିଛନ୍ତି । ଏପରିକି ସୁଦୂର କେରଳର ଲୋକ ମଧ୍ୟ ତାଙ୍କଠାରୁ ରେକର୍ଡ ପାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କୋରାପୁଟରେ ସୀମାଦ୍ରିଙ୍କ ଏହି ଅନନ୍ୟ ନିଶା, ଯୁବପୀଢିଙ୍କୁ ସଙ୍ଗୀତ ପ୍ରତି ଆକର୍ଷଣ ସୃଷ୍ଟି କରିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 28, 2020, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.