ETV Bharat / state

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାଧାରଣ ପରିଷଦ ବୈଠକ ବାତିଲକୁ ନେଇ କଥା କଟାକଟି - Shabar Shrikshetra Jagannath Temple

ଆଜି(ସୋମବାର) ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ବାର୍ଷିକ ସାଧାରଣ ପରିଷଦ ବୈଠକ ବସିବାର ଥିଲା । କିନ୍ତୁ ଗତକାଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଏହି ବୈଠକକୁ ବାତିଲ କରିଦେଇଛନ୍ତି ।

shabar-shrikshetra-jagannath-temples-general-council-meeting-has-been-canceled
ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାଧାରଣ ପରିଷଦ ବୈଠକ ବାତିଲକୁ ନେଇ କଥା କଟାକଟି
author img

By

Published : Aug 3, 2020, 11:02 PM IST

କୋରାପୁଟ: ଆଜି(ସୋମବାର) ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ବାର୍ଷିକ ସାଧାରଣ ପରିଷଦ ବୈଠକ ବସିବାର ଥିଲା । କିନ୍ତୁ ଗତକାଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ଏହି ବୈଠକକୁ ବାତିଲ କରି ଦେବାର ଚିଠି ଜାରି କରିବା ଫଳରେ ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ମନ୍ଦିରର କିଛି ସଦସ୍ୟ ମନ୍ଦିରର ସଭାପତି କୋରାପୁଟ ଜିଲ୍ଲାପାଳଙ୍କୁ ଭେଟି ଏହି ବାତିଲ ହେବା ଘଟଣାକୁ ବିରୋଧ କରିଥିଲେ ।

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାଧାରଣ ପରିଷଦ ବୈଠକ ବାତିଲକୁ ନେଇ କଥା କଟାକଟି

ସମ୍ପାଦକ ଗଦାଧର ପରିଡା ଜାଣିଶୁଣି ଏହି ବୈଠକକୁ ବାତିଲ କରିଥିବା ଅଭିଯୋଗ କରିବା ସହ ଇତିମଧ୍ୟରେ ମନ୍ଦିରରେ ଅନେକ ଆର୍ଥିକ ଅନିୟମିତତା ହୋଇଥିବାର ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏହି ସମସ୍ତ ଅଭିଯୋଗର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତମାନ କୋଭିଡ କଟକଣା ଲାଗୁ ହୋଇଥିବା ଯୋଗୁଁ ସଂଖ୍ୟାଧିକ ବରିଷ୍ଠ ନାଗରିକଙ୍କୁ ନେଇ ଗଠିତ ମନ୍ଦିରର ସାଧାରଣ ପରିଷଦର ବାର୍ଷିକ ବୈଠକ ଏହି ସମୟରେ ଆୟୋଜନ କରିବା ନିୟମ ବିରୁଦ୍ଧ ହୋଇଥାନ୍ତା ବୋଲି ପରିଡା ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ତେବେ କୋଭିଡ କଟକଣା ହଟାଇବା ପରେ ଏହି ବୈଠକ ଡକାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.