ETV Bharat / state

ମଞ୍ଜ ଥରାଉଛି ଶୀତ: ସହର ସାରା କୁହୁଡିର ମଶାଲ, ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ

ଆସିଛି ଶୀତ, ପୁଲକିତ ଧରା । ଆନମନା କବି ଆଉ ଲେଖକ । ଘାସ ଉପରେ ପଡିଛି ଟୋପା ଟୋପା କାକର ବିନ୍ଦୁ। କୋରାପୁଟ ଶୀତର ମଜା ଟିକେ ନିଆରା । ଅଧିକ ପଢନ୍ତୁ

author img

By

Published : Dec 18, 2021, 8:09 PM IST

ମଞ୍ଜ ଥରାଉଛି ଶୀତ: ସହର ସାରା କୁହୁଡିର ମଶାଲ, ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ
ମଞ୍ଜ ଥରାଉଛି ଶୀତ: ସହର ସାରା କୁହୁଡିର ମଶାଲ, ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ

କୋରାପୁଟ : ଶୀତର ସ୍ପର୍ଶରେ ପୁଲକିତ ଧରଣୀରାଣୀ । ଘାସ ଗାଲିଚା ଉପରେ ପଡିଛି ଟୋପା ଟୋପା କାକର ବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ । ସବୁଜ ବନାନୀ ସହ ସୁଉଚ୍ଚ ପାହାଡ଼ ପର୍ବତର ଦୃଶ୍ୟ ବେଶ ମନଲୋଭା । ଜିଲ୍ଲାରେ ଗତ କିଛି ଦିନ ହେଲା ଥଣ୍ତା ବଢିବାରେ ଲାଗିଛି । କୁହୁଡି ଯୋଗୁଁ ମୁହଁକୁ ମୁହଁ ବି ଦେଖାଯାଉନି । ପାରଦ ବି ଦିନକୁ ଦିନ ଖସିବାକୁ ଲାଗିଛି । କୋରାପୁଟରେ ହାଡ ଭଙ୍ଗା ଜାଡର ମଜା ଟିକେ ନିଆରା । ଶୀତୁଆ ସକାଳରେ ମଜା ନେବାକୁ ସଭିଏଁ ତତ୍ପର ।

କେହି କେହି ଶୀତୁଆ ସକାଳରେ ଗରମା ଗରମ ଚା ପାଇଁ ଦୋକାନରେ ଭିଡ ଲଗାଉ ଥିବାବେଳେ ଆଉ କେହି ବ୍ୟାୟାମ ପାଇଁ ପ୍ରାତଃ ଭ୍ରମଣରେ ଆସୁଛନ୍ତି । ଆଉ କେହି ନିଆଁ ଜଳାଇ ଉଷ୍ମତାକୁ ଅନୁଭବ କରୁଛନ୍ତି । ସକାଳ 9ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା କ୍ଷଣି ଏବେ ଥଣ୍ଡା ମାଡି ଆସୁଛି । ଥଣ୍ଡା ବଢିବାରୁ ଜନଜୀବନ ମଧ୍ୟ ବେଶ ପ୍ରଭାବିତ ହେଉଛି ।

ସେପଟେ, ୨ଦିନ ହେବ ଜିଲ୍ଲାରେ ଥଣ୍ତା ଅଧିକ ଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ । ଯାହା ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଇପାରିବ । ଅନ୍ୟ ଦିନ ଗୁଡିକରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗ ସତ । କିନ୍ତୁ ଶୀତ ବଢୁଥିବାରୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଏଠାରେ ବୃଦ୍ଧି ପାଏ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.