ETV Bharat / state

ନୂତନ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା ଚକ୍ର ସମ୍ପନ୍ନ - new education policy seminar

ଜାତୀୟ ସ୍ତରରେ ଶିଶୁ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥା “ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ’ ବା ‘କ୍ରାଇ’ ତରଫରୁ କୋରାପୁଟରେ ନୂତନ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଜି ଏକ ଆଲୋଚନା ଚକ୍ର ସମ୍ପନ୍ନ ହୋଇଯାଇଛି । ଅଧିକ ପଢନ୍ତୁ...

ନୂତନ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା ଚକ୍ର ସମ୍ପନ୍ନ

author img

By

Published : Mar 4, 2021, 10:51 PM IST

କୋରାପୁଟ : ଜାତୀୟ ସ୍ତରରେ ଶିଶୁ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥା “ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ’ ବା ‘କ୍ରାଇ’ ତରଫରୁ କୋରାପୁଟରେ ନୂତନ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଜି ଏକ ଆଲୋଚନା ଚକ୍ର ସମ୍ପନ୍ନ ହୋଇଯାଇଛି । 2020 ରେ ଅଣାଯାଇଥିବା ନୂତନ ଜାତୀୟ ଶିକ୍ଷାନୀତିରେ 3 ବର୍ଷ ରୁ 18 ବର୍ଷର ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଥିବାବେଳେ ସେଥିରେ ଥିବା ସୁଯୋଗ, ସମ୍ଭାବନା ଓ ସମସ୍ୟା ସମ୍ପର୍କରେ ଶିକ୍ଷାବିତ, ସ୍ଵେଛାସେବୀ, ଶିକ୍ଷା ବିଭାଗର ଅଧିକାରୀ, ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଯୋଗ ଦେଇ ଏହି ଶିକ୍ଷାନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ସ୍ପ୍ରେଡ ସଂଗଠନର ସମ୍ପାଦକ ବିଦ୍ୟୁତ ମହାନ୍ତି ଜଣାଇଛନ୍ତି ।

ନୂତନ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା ଚକ୍ର ସମ୍ପନ୍ନ
କୋରାପୁଟରେ ଆରମ୍ଭ ହୋଇଥିବା ଆଲୋଚନାର ଏହି ଧାରା ଓଡିଶାର ଆଉ ଛଅଟି ସ୍ଥାନରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚୁଡାନ୍ତ ପର୍ଯ୍ୟାୟରେ ଏହି ସମସ୍ତ ଆଞ୍ଚଳିକ ଆଲୋଚନାର ନିଷ୍କର୍ଷକୁ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ ଏବଂ ଏହିପରି ଭାବେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ମତାମତକୁ ନେଇ ପ୍ରସ୍ତୁତ ହୋଇଥିବା ତଥ୍ୟକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ବିଦ୍ୟୁତ ମହାନ୍ତି ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.