ETV Bharat / state

‘ସ୍ୱାୟତ୍ତ ଶାସନ ପାଇଁ ପୌର ପରିଷଦର ନିଜସ୍ୱ ଆୟ ବୃଦ୍ଧି ଜରୁରୀ’

author img

By ETV Bharat Odisha Team

Published : Aug 31, 2023, 10:50 PM IST

କୋରାପୁଟ ପୌରପରିଷଦ ପାଳିଲା ସ୍ବାୟତ୍ତ ଶାସନ ଦିବସ । ଆୟର ପରିସର ବୃଦ୍ଧି କରିବା ପାଇଁ ନିଜସ୍ବ ସାଧାନ ଉପରେ ଗୁରୁତ୍ବ ଦେବାକୁ ମତ ପୋଷଣ କଲେ ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

କୋରାପୁଟ ପୌରପରିଷଦ ପାଳିଲା ସ୍ବାୟତ୍ତ ଶାସନ ଦିବସ

କୋରାପୁଟ: ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି କୋରାପୁଟ ପୌରପରିଷଦ । ଏହି ଅବସରରେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଚଢାଇ ବେଶ ଧୁମଧାମରେ ଏହି ଦିବସ ପାଳନ କରିଛି ପୌରପରିଷଦ । କୋରାପୁଟରେ ସ୍ବାୟତ୍ତ ଶାସନ କେତେ ରୂପାୟନ ହେଇଛି ସେ ନେଇ ବୁଦ୍ଧିଜୀବୀଙ୍କ ମତ ପୋଷଣ କରିଛନ୍ତି । ସହର ଗୁଡିକରେ ପୌରପରିଷଦ ଗଠନ କରାଯାଇ ସେମାନେ କିପରି ନିଜସ୍ୱ ଆୟ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶ ଅଭିମୁଖେ ଅଗ୍ରଗତି ପାଇଁ ଭାରତୀୟ ଗଣତନ୍ତ୍ରରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଦିନକୁ ଦିନ ପୌରପରିଷଦ ଗୁଡିକରେ ନିଜସ୍ୱ ଆୟ ଅପେକ୍ଷା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି ।

ସୂଚନା ଅନୁଯାୟୀ, 2021-22 ଆର୍ଥିକ ବର୍ଷରେ ପୌର ପରିଷଦର ନିଜସ୍ୱ ଆୟ 1.56 କୋଟି ଟଙ୍କା ଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହି ଆୟ ବୃଦ୍ଧି ପାଇ 1.82 କୋଟି ଟଙ୍କାରେ ପହଞ୍ଚିଛି । ତେବେ ପୌରପରିଷଦର ଆୟର ଅର୍ଦ୍ଧାଧିକ ଭାଗ ହୋଲଡିଂ ଟ୍ୟାକ୍ସ ଓ ଷ୍ଟଲ୍‌ ଗୃହ ଭଡ଼ାରୁ ଆସୁଥିବା ଦେଖାଦେଇଛି । ଗତ ଦୁଇ ଆର୍ଥିକ ବର୍ଷରେ ହୋଲଡିଂ ଟ୍ୟାକ୍ସ ସଂଗ୍ରହ 55.04 ଲକ୍ଷ ଟଙ୍କାରୁ 2022-23ରେ ଏହା 70.29 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବିଭିନ୍ନ ସ୍ଥାନର ଭଡ଼ା ବାବଦରେ 2021-22ରେ ହୋଇଥିବା 34.54 ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ 40.89 ଲକ୍ଷ ଟଙ୍କାରେ ପହଞ୍ଚିଛି । ସହରରେ ପାର୍କିଂ ଟିକସ ବାବଦରେ 2021-23ରେ 29 ହଜାର ଟଙ୍କାର ଆୟ ହୋଇଥିବା ବେଳେ ଏହା 2022-23 ଆର୍ଥିକ ବର୍ଷରେ ବୃଦ୍ଧି ପାଇ 1.18 ଲକ୍ଷ ଟଙ୍କାରେ ପହଁଞ୍ଚିଛି ।

ଅଧିକ ପଢନ୍ତୁ: ବିଏମ୍‌ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ, ନୂତନ ଯନ୍ତ୍ରାଂଶ ସହ ୬ ପ୍ରକଳ୍ପ ଉଦଘାଟିତ

କେବଳ ଟିକସ ଉପରେ ନିର୍ଭର କରୁଥିବା ପୌରପରିଷଦର ନିଜସ୍ୱ ଆୟର ପରିସର ବୃଦ୍ଧି କରିବାର ଆବଶ୍ୟକ ରହିଛି ବୋଲି ଆଇନଜୀବୀ ତଥା ସ୍ବେଚ୍ଛାସେବୀ ମତ ରଖିଛନ୍ତି । ପ୍ରତିଟି ୱାର୍ଡରେ ପାର୍କିଂ ସ୍ଥାନ ନିରୂପଣ କରି ବାହନ ମାଲିକଙ୍କଠାରୁ ଟିକସ ଆଦାୟ କରାଯାଇ ପାରିଲେ ପୌରପରିଷଦର ଆୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି ।

ଆଇନଜୀବୀ ଭବାନୀ ଶଙ୍କର ମିଶ୍ର କହିଛନ୍ତି, ‘‘କୋରାପୁଟର ଥିବା ସାଧନଗୁଡିକର ଉଚିତ ଉପଯୋଗ କରିପାରିଲେ ପୌରପରିଷଦର ଆୟର ପରିମାଣ ବୃଦ୍ଧି ପାଇବ । ଏହା ଦ୍ବାରା ବାହ୍ୟ ଅନୁଦାନ ଉପରେ ନିର୍ଭରଶୀଳତା କମିବ । ତେବେ ପୌରପରିଷଦ ନିଜସ୍ୱ ଆୟ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ମଧ୍ୟରେ ସନ୍ତୁଳନ ରକ୍ଷା କରି ସହରକୁ ବିକାଶର ଏକ ନୂତନ ଦିଗରେ ଆଗେଇ ନେଇପାରିବ ।’’

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.