ETV Bharat / state

କୋରାପୁଟରେ କେନ୍ଦ୍ରୀୟ କଫି ବୋର୍ଡର ସଚିବ, ଅଧିକରୁ ଅଧିକ କଫି ଚାଷ ନେଇ ଆଲୋଚନା - କୋରାପୁଟ ଖବର

କୋରାପୁଟରେ କେନ୍ଦ୍ରୀୟ କଫି ବୋର୍ଡର ସଚିବ କେ.ଜି.ଜଗଦିଶା । ପ୍ରଶାସନିକ ଅଧିକାରୀ, ଚାଷୀ ଓ ଉଦ୍ୟୋଗୀଙ୍କ ସହ ଅଧିକରୁ ଅଧିକରୁ କଫି ଚାଷ ହେବା ନେଇ ଆଲୋଚନା । ଅଧିକ ପଢନ୍ତୁ

କୋରାପୁଟରେ କେନ୍ଦ୍ରୀୟ କଫି ବୋର୍ଡର ସଚିବ
କୋରାପୁଟରେ କେନ୍ଦ୍ରୀୟ କଫି ବୋର୍ଡର ସଚିବ
author img

By ETV Bharat Odisha Team

Published : Dec 5, 2023, 9:36 AM IST

Updated : Dec 5, 2023, 1:11 PM IST

ଅଧିକରୁ ଅଧିକ କଫି ଚାଷ ନେଇ ଆଲୋଚନା

କୋରାପୁଟ: ଓଡ଼ିଶାର ଦେଢ ଲକ୍ଷ ହେକ୍ଟର ଜମିରେ ହେବ କଫି ଚାଷ । ଏନେଇ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସରକାରଙ୍କ ଏହି ପ୍ରୟାସ ପାଇଁ କେନ୍ଦ୍ର କଫି ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ଓ କୋରାପୁଟ ଜିଲ୍ଲାର କଫି ଚାଷୀ ଏହାର ନେତୃତ୍ୱ ନେବେ ବୋଲି କେନ୍ଦ୍ରୀୟ କଫି ବୋର୍ଡର ସଚିବ କେ.ଜି.ଜଗଦିଶା କହିଛନ୍ତି । କୋରାପୁଟ ଗସ୍ତ କରି ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ କଫି ଚାଷୀ ଓ ଉଦ୍ୟୋଗୀଙ୍କ ସହ ଚର୍ଚ୍ଚା କରିଛନ୍ତି କେନ୍ଦ୍ରୀୟ କଫି ବୋର୍ଡର ସଚିବ ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କୋରାପୁଟ କଫିର ବେଶ ଚାହିଦା ରହିଛି । କୋରାପୁଟ ସମେତ ଓଡିଶାରେ କଫି ଚାଷ ପାଇଁ ଅନୁକୁଳ ଭିତ୍ତିଭୂମି ରହିଛି । ଯେଉଁଥିପାଇଁ ରାଜ୍ୟ ସରକାର କୋରାପୁଟରେ ଦେଢ ଲକ୍ଷ ହେକ୍ଟର ଜମିରେ କଫି ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ସମର୍ଥନ ଜଣାଇ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରୀୟ କଫି ବୋର୍ଡର ସଚିବ କେ.ଜି.ଜଗଦିଶା ।

ସୋମବାର ଦିନ କୋରାପୁଟ ସଦଭାବନା ଗୃହରେ ଆୟୋିଜତ ଏକ ବୈଠକରେ ଯୋଗ ଦେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ, କଫି ଚାଷୀ ଓ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି କେ.ଜି.ଜଗଦିଶା । କୋରାପୁଟ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏ ପର୍ଯ୍ୟନ୍ତ କଫି ଚାରା ପ୍ରସ୍ତୁତ କରି ଲାଭବାନ ହେଉଥିବା ବେଳେ ସେମାନେ କିପରି କଫି ବଗିଚାର ପରିଚାଳନା କରିବା ସହ କଫିର ପ୍ରକ୍ରିୟାକରଣ କରି ଅଧିକ ଲାଭ ପାଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । କଫି ବୋର୍ଡ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସଚିବ ।

ଏହାମଧ୍ୟ ପଢନ୍ତୁ.. ନାଲି ଓ ହଳଦିଆ କଫି ଫଳ ଦେଉଛି ଭଳିକି ଭଳି ସ୍ବାଦର କଫି, ଚର୍ଚ୍ଚାରେ ବ୍ରାଜିଲିଆନ ୟେଲୋ ବର୍ବନ କଫି

ସେ ଆଉ ମଧ୍ୟ କହିଛନ୍ତି, "କଫି ଚାଷ ପାଇଁ ଓଡ଼ିଶା ମାଟି ଓ ଜଳ ବାୟୁ ମଧ୍ୟ ଅନୁକୂଳ ରହିଛି । ବିସ୍ତୀର୍ଣ୍ଣ ଜମି ରହିଥିବା ବେଳେ ଲୋକଙ୍କ ମଧ୍ୟରେ କଫି ଚାଷ କରିବା ପାଇଁ ଆଗ୍ରହ ଓ ଉତ୍ସାହ ଅଛି । ବିଶେଷ କରି କଫି ଚାଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତି ଉତ୍ସାହ ଜନକ ରହିଛି । ତେବେ ଅନ୍ୟାନ୍ୟ ଚାଷ ଭଳି କଫି ଚାଷକୁ ମୁଖ୍ୟ ଚାଷ ଭାବେ ଆପଣାଇଲେ କଫି ଚାଷୀ ବହୁତ ଲାଭବାନ ହୋଇପାରିବେ । ଅଧିକାରୀମାନେ ନିଷ୍ଠାପର ଭାବେ ଅତି ଦାୟିତ୍ବବାନ ହୋଇ ଚାଷୀମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସକାଶେ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକ । ଏହା ସହ ଅଧିକରୁ ଅଧିକ ଲୋକଙ୍କୁ କଫି ଚାଷ ସକାଶେ ସାମିଲ କରିପାରିଲେ ଆଗାମୀ ୧୦ ରୁ ୧୫ ବର୍ଷ ମଧ୍ୟରେ ଚାଷୀଙ୍କ ଲାଭ ବହୁ ଗୁଣିତ ହୋଇପାରିବ।"

ଅନ୍ୟପଟେ କୋରାପୁଟ ଜିଲ୍ଳାପାଳ ଅବଦଲ ଏମ ଅକ୍ତର କହିଛନ୍ତି, "କେନ୍ଦ୍ର ବୋର୍ଡ ସହ ମିଶି କିପରି ସାଧାରଣ ଚାଷୀ ଭଲ ଲାଭ ପାଇ କଫିକୁ ସେମାନଙ୍କ ପ୍ରାଥମିକ ଚାଷ ଭାବେ ପରିଗଣିତ କରି ଲାଭବାନ ହୋଇପାରିବେ ସେ ସଂକ୍ରାନ୍ତରେ ବୈଠକରେ ଯୋଜନା ପ୍ରସ୍ତୁତ ହୋଇଛି ।"

ଆଉମଧ୍ୟ କଫି ଚାଷର ସଫଳତା ପାଇଁ କୋରାପୁଟରେ ମୃତ୍ତିକା ପରୀକ୍ଷଣ କେନ୍ଦ୍ର ଓ କଫିର ମାନ ପରୀକ୍ଷା ଗବେଷଣାଗାର ପ୍ରତିଷ୍ଠା କରିବା ପାଇଁ କୋରାପୁଟର କଫି ଉଦ୍ୟୋଗୀ ତଥା ଚାଷୀମାନେ ସଚିବଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । କଫି ବୋର୍ଡ, ଜିଲ୍ଲା ପ୍ରଶାସନ, କଫି ଉଦ୍ୟୋଗୀ ଓ ସାଧାରଣ କଫି ଚାଷୀଙ୍କ ମିଳିତ ପ୍ରୟାସରେ କୋରାପୁଟ ତଥା ଓଡ଼ିଶାରେ କଫି ଚାଷର ବ୍ୟାପକତା ସମ୍ଭବ ହୋଇପାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Dec 5, 2023, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.