ETV Bharat / state

ଆସନ୍ତାକାଲି କୋଟିଆ ପଞ୍ଚାୟତ ନିର୍ବାଚନ : ଭୋଟରଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଲେ ଆନ୍ଧ୍ର ନେତା !

author img

By

Published : Feb 17, 2022, 9:30 PM IST

କୋଟିଆରେ ଆସନ୍ତାକାଲି(ଶୁକ୍ରବାର) ପଞ୍ଚାୟତ ନିର୍ବାଚନ ହେବ । ପଞ୍ଚାୟତ ନିର୍ବାଚନରେ ଭୋଟ ନ ଦେବା ପାଇଁ ଭୋଟରଙ୍କୁ ଆନ୍ଧ୍ର ନେତା ପ୍ରବର୍ତ୍ତାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଆସନ୍ତାକାଲି କୋଟିଆ ପଞ୍ଚାୟତ ନିର୍ବାଚନ : ଭୋଟରଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଲେ ଆନ୍ଧ୍ର ନେତା !
ଆସନ୍ତାକାଲି କୋଟିଆ ପଞ୍ଚାୟତ ନିର୍ବାଚନ : ଭୋଟରଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଲେ ଆନ୍ଧ୍ର ନେତା !

କୋରାପୁଟ : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ଶୁକ୍ରବାର) ଅନୁଷ୍ଠିତ ହେବ । ଏହି କ୍ରମରେ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହେବ । କୋଟିଆ ପଞ୍ଚାୟତର 13 ଟି ୱାର୍ଡ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୋଟ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସାଲୁର ଠାରେ ଆନ୍ଧ୍ର ପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଲୋକସତ୍ତାର ରାଷ୍ଟ୍ର ମୁଖ୍ୟ ବିସେଟି ବାବାଜୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

କୋଟିଆର ଭୋଟରଙ୍କୁ ଏହି ପଞ୍ଚାୟତ ନିର୍ବାଚନରେ ଭୋଟ ନ ଦେବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ଭାଗ ନେଲେ କୋଟିଆବାସୀ ଆନ୍ଧ୍ର ତରଫରୁ ମିଳୁଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେବେ ବୋଲି ସେ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର ନେତାଙ୍କ ଏଭଳି ଚେତାବନୀ ନିର୍ବାଚନରେ ବାଧା ସୃଷ୍ଟି କରିବା ବୋଲି ଆଶଙ୍କା କରାଯାଉଛି । ସେପଟେ ନିର୍ବାଚନର ପ୍ରସ୍ତୁତି କିଭଳି ଚାଲିଛି ଏନେଇ ସ୍ଥିତି ପରଖି ଥିଲା ଇଟିଭି ଭାରତ ।

ଏହାବି ପଢନ୍ତୁ : ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି

କୋଟିଆ ପଞ୍ଚାୟତର ଗଞ୍ଜେଇପଦର , ଶେମ୍ବି ଓ ତାଡିଵାଲାସା ଠାରେ ହୋଇଥିବା ମତଦାନ କେନ୍ଦ୍ରରେ ପହଞ୍ଚି ସ୍ଥିତି ପରଖିଥିଲା । ସମସ୍ତ ଭୋଟଦାନ କେନ୍ଦ୍ରରେ ପୋଲିଙ୍ଗ ଅଧିକାରୀ ପହଞ୍ଚି ସାରିଥିବା ବେଳେ ଓଡ଼ିଶା ପୋଲିସ ଓ ଇଣ୍ଡିଆନ ରିଜର୍ଭ ବାଟାଲିୟନର ସିପାହୀ ନିର୍ବାଚନ ପ୍ରକ୍ରିୟାକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ସ୍ଥାନୀୟ ସ୍ବେଚ୍ଛାସେବୀ ରଞ୍ଜିତ ପାଙ୍ଗୀଙ୍କ କହିବାନୁ ଯାୟୀ କୋଟିଆବାସୀ ଆନ୍ଧ୍ର ନେତାଙ୍କ କଥାକୁ ଗୁରୁତ୍ଵ ନ ଦେଇ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି( ଶୁକ୍ରବାର) ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବିନା କୌଣସି ବାଧାବିଘ୍ନରେ ସମ୍ପନ୍ନ ହେବ ବୋଲି ସେ ଆଶା ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.