ETV Bharat / state

ବଢିଲା କୋରାପୁଟ ମେଡିକାଲ କଲେଜର ସିଟ୍ ସଂଖ୍ୟା

ଚଳିତ ଶିକ୍ଷା ବର୍ଷଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସିଟ୍‌ ସଂଖ୍ୟା 125କୁ ବଢିବ । ଏ ନେଇ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ ଜଣାଇଛନ୍ତି ।

author img

By

Published : Jun 22, 2019, 6:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଚଳିତ ଶିକ୍ଷା ବର୍ଷଠୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବଢିବ ସିଟ୍‌ ସଂଖ୍ୟା । ସିଟ୍ ସଂଖ୍ୟା 125କୁ ବଢିବା ନେଇ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଗତ କିଛିଦିନ ପୂର୍ବେ ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ (ଏମସିଆଇ)ର ଏକ ଟିମ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସି ଏଥିରେ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ନାମଲେଖା ଦିଗରେ ମହାବିଦ୍ୟାଳୟର ସ୍ଥିତି ପରଖି ଥିଲେ । ତେବେ ବର୍ତ୍ତମାନ ତୃତୀୟ ବର୍ଷ ପାଇଁ ପୂର୍ବ ଭଳି ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟରେ ନାମ ଲେଖାଯିବ । ଏହା ସହ ସରକାରଙ୍କ ଯୋଜନା ଅନୁଯାୟୀ ଆର୍ଥିକ ରୂପେ ଅନଗ୍ରସର ପରିବାରର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଧିକ ୨୫ଟି ସିଟ ସଂରକ୍ଷିତ କରାଯାଉଥିବା ସେ ଜଣାଇଛନ୍ତି ।

ବର୍ତ୍ତମାନ ୧୦୦ ଜଣଙ୍କ ପାଇଁ ବ୍ୟବହୃତ ହେଉଥିବା କଲେଜ ଓ ହଷ୍ଟେଲ ପରିସରକୁ ୧୨୫ ଜଣ ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ କୌଣସି ଅସୁବିଧା ହେବ ନାହିଁ । ବର୍ତ୍ତମାନ କଲେଜରେ ନିଯୁକ୍ତ ହୋଇଥିବା ପ୍ରଫେସର ଏହି ଅଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାରେ ମଧ୍ୟ ସମର୍ଥ ହେବେ ବୋଲି ଡାକ୍ତର ବିଶ୍ବାଳ ଜଣାଇଛନ୍ତି । ତେବେ ୧୨୫ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସରିବା ପରେ ଯଦି କୌଣସି ଅସୁବିଧା ଦେଖା ଦିଏ, ତାର ସମାଧାନ ପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.