ETV Bharat / state

ସଫିନ ଅହମ୍ମଦ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି

ପୋଲିସ ଥାନାକୁ ଲୋକାଭିମୁଖୀ କରିବାକୁ ଯାଉଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳର ନୂଆ ଡିଆଇଜି ଭାବେ ଦାୟିତ୍ବ ନେଇଥିବା ସଫିନ ଅହମ୍ମଦ । ଏଥିସହ ଜନତାଙ୍କ ସେବାରେ ସାଧାରଣ ପ୍ରଶାସନ ସହ ପୋଲିସ ପ୍ରଶାସନର ରହିବ ମୂଳ ଲକ୍ଷ୍ୟ ।

author img

By

Published : Aug 23, 2019, 3:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ନୂଆ ଡିଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଫିନ ଅହମ୍ମଦ । ବିଦାୟୀ ଡିଆଇଜି ହିମାଂଶୁ ଲାଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବା ପରେ ପୋଲିସ ଥାନାକୁ ଲୋକାଭିମୁଖୀ କରାଯିବା ନେଇ ସେ କହିଛନ୍ତି । ସାଧାରଣ ପ୍ରଶାସନ ହେଉ ଅବା ପୋଲିସ ପ୍ରଶାସନ ସମସ୍ତଙ୍କ ମୂଳ ଲକ୍ଷ୍ୟ ଜନତାଙ୍କ ସେବା ହେଉ ବୋଲି ସଫିନ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏନେଇ ଅଞ୍ଚଳର ସମସ୍ତ ଥାନାରେ ସାଧାରଣ ଲୋକେ ଯେମିତି ସହଜରେ ନ୍ୟାୟ ପାଇବେ ଓ କେହି ହଇରାଣ ହରକତର ସାମ୍ନା କରିବେ ନାହିଁ ସେ ଦିଗରେ ଗୁରୁତ୍ବ ଦିଆଯିବ । ଏପରିକି ଆଧୁନିକ ଟେକ୍ନୋଲୋଜିକୁ ବ୍ୟବହାର କରି ପୋଲିସ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା 5Tର ଧାରାକୁ ବାସ୍ତବ କାର୍ଯ୍ୟରେ ଉପଲବ୍ଧି କରାଯିବ ।

ବର୍ତ୍ତମାନ ସବୁଠାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବାବେଳେ କୋରାପୁଟରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଅପରାଧିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନକ୍ସଲ ମୁକାବିଲାରେ ଏହି ଅଞ୍ଚଳରେ ଉପଲବ୍ଧ ହୋଇଥିବା କାର୍ଯ୍ୟକୁ ଜାରି ରଖିବା ସହ ତାଙ୍କ ବିରୁଦ୍ଧରେ ଅପରେସନକୁ ଆହୁରି ତ୍ରୀବତର କରାଯିବ ।

କିନ୍ତୁ ମାଓବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମୟରେ ଯେପରି କୌଣସି ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେ ଦିଗରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସି.ଏଚ.ଶାନ୍ତାକାର ଇଟିଭି ଭାରତ

ପୋଲିସ ଥାନାକୁ ଲୋକାଭିମୁଖୀ କରାଯିବ ବୋଲି ଆଜି କୋରାପୁଟରେ  ନୂତନ ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗ ଦେଇ ସଫିନ ଅହମ୍ମଦ କହିଛନ୍ତି । ବିଦାୟୀ ଡ଼ିଆଇଜି ହିମାଂଶୁ ଲାଲ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସଫିନ ନିଜ  ଭବିଷ୍ୟତ ଯୋଜନା ସମ୍ପର୍କରେ ସାମ୍ବାଦିକଙ୍କ ସହ ବାର୍ତାଳାପ କରିଥିଲେ ।ସାଧାରଣ ପ୍ରଶାସନ ହେଉ ବା ପୋଲିସ  ପ୍ରଶାସନ , ସମସ୍ତଙ୍କ ମୂଳ ଲକ୍ଷ୍ୟ  ହେଲା ଜନତାଙ୍କ ସେବା । ତେଣୁ ଏହି ଅଂଚଳର ସମସ୍ତ ଥାନାରେ ସାଧାରଣ ଲୋକେ ଯେମିତି ସହଜରେ ନ୍ୟାୟ ପାଇବେ ଓ ହଇରାଣ ହେବେ ନାହିଁ ସେ ଦିଗରେ ଗୁରୁତ୍ୱ ଦିଆଯିବାର ଲକ୍ଷ୍ୟ ରଖିଥିବା ସେ ଜଣାଇଛନ୍ତି । ଆଧୁନିକ ଟେକ୍ନୋଲୋଜି କୁ ବ୍ୟବହାର କରି ପୋଲିସ ର କାର୍ଯ୍ୟ ଦକ୍ଷତା ଵୃଦ୍ଧି କରିବା ସହ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା 5T ର ଧାରାକୁ ବାସ୍ତବ କାର୍ଯ୍ୟରେ ଉପଲବ୍ଧି କରାଯିବ । ସର୍ବତ୍ର ମହିଳା ଓ ଶିଶୁଙ୍କ ସୁରକ୍ଷା ବର୍ତମାନ ଚିନ୍ତାଜନକ ସ୍ଥିତିରେ ପହଁଚିଥିବା ବେଳେ କୋରାପୁଟ ଅଂଚଳରେ ଏହି ବିଷୟ ଉପରେ ବିଶେଷ ଦୃଷ୍ଟି ଦିଆଯାଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନକ୍ସଲ ମୁକାବିଲା ରେ ଏହି ଅଂଚଳରେ ଉପଲବ୍ଧ ହୋଇଥିବା କାର୍ଯ୍ୟ କୁ ଜାରି ରଖିବା ସହ ତାଙ୍କ ବିରୁଦ୍ଧରେ  ଅପରେସନ କୁ ଆହୁରି ତୀବ୍ରତର କରାଯିବ । କିନ୍ତୁ ମାଓବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବା ସମୟରେ ସାଧାରଣ ଜନତା ଯେମିତି ଅସୁବିଧାର ସମ୍ମୁଖୀନ ହେବେନାହିଁ ସେ ସେଦିଗରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
.........
Byte : ସଫିନ ଅହମ୍ମଦ , ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି
..........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.