ETV Bharat / state

ସଙ୍କଟରେ ରଥଯାତ୍ରାର ଆକର୍ଷଣ 'ଗୋବର କଣ୍ଢେଇ' - ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଦେଖିବାକୁ ମିଳିଥାଏ ଭଳିକି ଭଳି ଗୋବର ତିଆରି କଣ୍ଢେଇ । ବର୍ତ୍ତମାନ ଏହି କଣ୍ଢେଇ ତିଆରି କରୁଥିବା ଶିଳ୍ପୀ ସଙ୍କଟରେ । ନୂଆସାହି  କଳାକାରଙ୍କ ମଧ୍ୟରୁ କେବଳ ଦୁଇଟି ପରିବାର ହିଁ ଏହି କଳାକୁ ବଞ୍ଚାଇ ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 12, 2019, 3:35 PM IST

Updated : Jul 13, 2019, 11:47 AM IST

କୋରାପୁଟ: ରାଜାରାଜୁଡା ଅମଳରୁ ଜୟପୁର ସହରର ନୂଆସାହି କଳାକାରଙ୍କ ବାସସ୍ଥାନ ପାଲଟିଛି । ରଥରେ ଚିତ୍ର ଆଙ୍କିବାଠାରୁ ଆରମ୍ଭକରି ଭଳିକି ଭଳି ମୂର୍ତ୍ତୀ ତିଆରି କରିବାରେ ଏଠାକାର ଶିଳ୍ପୀ ଖ୍ୟାତି ଅର୍ଜନ କରିଛନ୍ତି । ତେବେ ଏହି ସମସ୍ତ କଳା ମଧ୍ୟରେ ଗୋବରରେ ତିଆରି ଖେଳନା ଓ ମୂର୍ତ୍ତୀ ଅନେକ ବର୍ଷ ଧରି ଆଦୃତ ହୋଇଆସିଛି । କିନ୍ତୁ ବର୍ତ୍ତମାନ କେବଳ ଦୁଇଟି ପରିବାର ହିଁ ଏହି କଳାକୁ ବଞ୍ଚାଇ ରଖିଛନ୍ତି ।

ଖବରମୁତାବକ, ବିଶେଷ କରି ରଥଯାତ୍ରା ଓ ଦଶହରା ସମୟରେ ଏହି ସାହିରେ ରହୁଥିବା ଶିଳ୍ପୀ ପରିବାରର ଲୋକେ ଜୟପୁରର ବଡଦାଣ୍ଡରେ ଖେଳନାର ପସରା ମେଲାଇଥାନ୍ତି । କିନ୍ତୁ ସମୟକ୍ରମେ ପ୍ଲାଷ୍ଟିକ ଖେଳନାର ବଢିଥିବା ଆଦର ଗୋବର କଣ୍ଢେଇ ବଜାରକୁ ପ୍ରଭାବିତ କରିବା ଆରମ୍ଭ କରିଛି। ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କରିବା ସମ୍ଭବ ହୋଇପାରୁନଥିବା ଯୋଗୁଁ ଶିଳ୍ପୀ ବଜାରରେ ମିଳୁଥିବା ରାସାୟନିକ ରଙ୍ଗ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଆଦର କମିଯାଉଥିବା ଯୋଗୁଁ ବର୍ତ୍ତମାନ କେବଳ ଦୁଇଟି ପରିବାର ହିଁ ଏହି କଳାକୁ ବଞ୍ଚାଇ ରଖିଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥି ପ୍ରତି ଦୃଷ୍ଟି ନଦେଲେ ଆସନ୍ତା ରଥଯାତ୍ରା ଓ ଦଶହରା ଉତ୍ସବ ବଜାରରେ ‘ଗୋବର କଣ୍ଢେଇ’ ଇତିହାସ ପାଲଟିଯିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ରାଜାରାଜୁଡା ଅମଳରୁ ଜୟପୁର ନୂଆସାହି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କଳାକାରଙ୍କ ବାସସ୍ଥାନ ପାଲଟିଛି । ରଥରେ ଚିତ୍ର ଆଙ୍କିବାଠାରୁ ଆରମ୍ଭକରି ଭଳିକି ଭଳି ମୂର୍ତି ତିଆରି କରିବାରେ ଏଠାକାର ଶିଳ୍ପୀ ଖ୍ୟାତି ଅର୍ଜନ କରିଛନ୍ତି ।Body:ତେବେ ଏହି ସମସ୍ତ କଳା ମଧ୍ୟରେ ଗୋବରରେ ତିଆରି ଛୋଟ ଛୋଟ ଖେଳନା ଓ ମୂର୍ତି ଅନେକ ବର୍ଷ ଧରି ଆଦୃତ ହୋଇଆସିଛି । ବିଶେଷ କରି ରଥଯାତ୍ରା ଓ ଦଶହରା ସମୟରେ ଏହି ସାହିରେ ରହୁଥିବା ଶିଳ୍ପୀ ପରିବାରର ଲୋକେ ଜୟପୁରର ବଡ଼ଦାଣ୍ଡରେ ଖେଳନା ର ପସରା ମେଲାଇଦେଇଥାନ୍ତି । କିନ୍ତୁ ସମୟକ୍ରମେ ପ୍ଲାଷ୍ଟିକ ଖେଳନା ର ବଢିଥିବା ଆଦର ଗୋବର କଣ୍ଢେଇ ବଜାରକୁ ପ୍ରଭାବିତ କରିବା ଆରମ୍ଭ କରିଛି । ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କରିବା ସମ୍ଭବ ହୋଇପାରୁନଥିବା ଯୋଗୁଁ ଶିଳ୍ପୀ ବଜାରରେ ମିଳୁଥିବା ରାସାୟନିକ ରଙ୍ଗ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । Conclusion:ଆଦର କମିଯାଉଥିବା ଯୋଗୁଁ ବର୍ତମାନ କେବଳ ଦୁଇଟି ପରିବାର ହିଁ ଏହି କଳାକୁ ବଞ୍ଚାଇ ରଖିଛନ୍ତି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏଥି ପ୍ରତି ଦୃଷ୍ଟି ନଦେଲେ ଆସନ୍ତାଦିନର ରଥଯାତ୍ରା ଓ ଦଶହରା ଉତ୍ସବ ବଜାରରେ ଗୋବର କଣ୍ଢେଇ କେବଳ ଏକ ସୁବର୍ଣ୍ଣ ମୟୀ ଇତିହାସର ବର୍ଣ୍ଣନା ପାଇଁ ବିଷୟ ବସ୍ତୁ ହୋଇରହିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
.......
Byte : ଶିଳ୍ପୀ
Byte : ଜୟପୁର ବାସିନ୍ଦା
P2C : ସିଏଚ ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
.........
Last Updated : Jul 13, 2019, 11:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.