ETV Bharat / state

ଟ୍ରେନରେ ଯୁବତୀଙ୍କୁ ଯବାନଙ୍କ ଅସଦାଚରଣ ଅଭିଯୋଗ

ଟ୍ରେନରେ ଯୁବତୀଙ୍କୁ ଅସଦାଚରଣ କଲେ ଯବାନ । ହୀରାଖଣ୍ଡ ଏକ୍ସପ୍ରେସରେ ଗୁରୁବାର ରାତିରେ ଘଟିଛି ଏହି ଘଟଣା । ପରିବାର ଲୋକ କୋରାପୁଟ ଥାନାରେ କଲେ ଅଭିଯୋଗ ।

author img

By

Published : May 24, 2019, 7:18 PM IST

Updated : May 24, 2019, 7:25 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

କୋରାପୁଟ: ଟ୍ରେନରେ ଯବାନଙ୍କ ଦ୍ବାରା ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର । ଶୁକ୍ରବାର କୋରାପୁଟ ପହଞ୍ଚିଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଗୁରୁବାର ରାତିରେ ବ୍ରହ୍ମପୁରରୁ ଜୟପୁର ଆସିବା ପାଇଁ ଜଣେ ଯୁବତୀ ତାଙ୍କ ବାପାଙ୍କ ସହିତ ଶୀତତାପ ନିୟନ୍ତ୍ରିତ ବଗିରେ ଯାତ୍ରା ଆରମ୍ଭ କଲେ । ଶାରୀରିକ ଭାବେ ଅସୁସ୍ଥ ଥିବା ବାପାଙ୍କ କହିବା ଅନୁଯାୟୀ ଆଜି ପାହାନ୍ତିଆ ସାଢ଼େ ତିନିଟା ବେଳେ ସେହି ବଗିରେ ଯାତ୍ରା କରୁଥିବା ଜଣେ ଯବାନ ତାଙ୍କ ଝିଅ ଶୋଇଥିବା ବେଳେ ଅସଦାଚରଣ କରିଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କୋରାପୁଟ

ତେବେ ଝିଅଟି ବାପାଙ୍କୁ କିଛି କହିନପାରି ମାଆଙ୍କୁ ଫୋନ କରି ଜଣାଇଥିଲେ । ଜୟପୁରରେ ରହୁଥିବା ଝିଅର ମାମୁଁ କୋରାପୁଟ ରେଳ ଷ୍ଟେସନରେ ଆରପିଏଫକୁ ଏହି କଥା ଜଣାଇବା ପରେ କୋରାପୁଟ ରେଳ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ ପହଞ୍ଚିବା ପରେ ଆରପିଏଫ ସେହି ଯବାନକୁ ବଗି ମଧ୍ୟରୁ ବାହାର କରି ଆରପିଏଫ ଥାନାକୁ ନେଇଥିଲେ ।

ସେଠାରେ ଝିଅର ବାପା ଅଭିଯୋଗ କରିବା ପରେ ଯବାନ ବିରୁଦ୍ଧରେ ମାମଲା ଦାଏର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆରପିଏଫ ଥାନାଧିକାରୀ ଏ. ବେହେରା ଜଣାଇଛନ୍ତି । କୋରାପୁଟ ଅଞ୍ଚଳରେ ସୁରକ୍ଷା ଯୋଗାଇଦେବା ପାଇଁ ବର୍ତ୍ତମାନ ଯବାନଙ୍କ ଅନେକ ତାଲିମ କେନ୍ଦ୍ର ଓ କ୍ୟାମ୍ପ ଖୋଲା ଯାଉଥିବା ବେଳେ ରେଳଯାତ୍ରା କରୁଥିବା ସମୟରେ ସେହି ଯବାନଙ୍କ ଦ୍ବାରା ଏହି ପରି ଅସଦାଚରଣ କରାଯିବା ଘଟଣା ନାରୀ ସୁରକ୍ଷା ଦିଗରେ ବିରାଟ ପ୍ରଶ୍ନ ସ୍ରୁଷ୍ଟି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Intro:Body:

HDFGH

Conclusion:
Last Updated : May 24, 2019, 7:25 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.