ETV Bharat / state

ଚାଷୀଙ୍କ ମୁହଁରେ ହସ ଫୁଟାଇବ ରେଶମ ଚାଷ

କୋରାପୁଟରେ ରେଶମ କୃଷି ମେଳା ଅନୁଷ୍ଠିତ ହେଉଛି । ଆଗକୁ କିପରି ଚାଷୀ ଏହି ଚାଷ କରି ଲାଭବାନ ହେବେ ସେ ନେଇ ତାଲିମ ନେଇଛନ୍ତି । ଅଧିକ ପଢନ୍ତୁ

resham krishi mela
resham krishi mela organized in koraput
author img

By

Published : Feb 9, 2023, 4:32 PM IST

ଚାଷୀଙ୍କ ମୁହଁରେ ହସ ଫୁଟାଇବ ରେଶମ ଚାଷ

କୋରାପୁଟ: ଜିଲ୍ଲାର ରେଶମ ଚାଷ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ହେଲେ ଗତ କିଛି ବର୍ଷ ଧରି ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ଏହି ଚାଷ ପ୍ରତି ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ତେବେ କୋରାପୁଟ ସ୍ଥିତ ଆଞ୍ଚଳିକ ରେଶମ ଗବେଷଣା କେନ୍ଦ୍ର ନୂତନ କିସମର ଉନ୍ନତ ମାନର ରେଶମ ପୋକ ଉତ୍ପାଦନ କରି ଚାଷୀଙ୍କ ଆୟ ବୃଦ୍ଧି କରିବାର ପ୍ରଚେଷ୍ଟା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ମିଶନ ଶକ୍ତି ମାଧ୍ୟମରେ ମଲବରୀ ଚାଷର ବିସ୍ତାର କରୁଛନ୍ତି ।

କୋରାପୁଟ ଜିଲ୍ଲା ସମେତ ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ରେଶମ ପୋକ ଚାଷ କରି ଚାଷୀ ବେଶ ଲାଭବାନ ହେଉଛନ୍ତି । ଏହାକୁ ନେଇ କୋରାପୁଟରେ ଥିବା ଆଞ୍ଚଳିକ ରେଶମ ଉତ୍ପାଦନ ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡି.କେ.ଗଗୋଇ ସୂଚନା ଦେଇଛନ୍ତି । ଜିଲ୍ଲାରେ ଆୟୋଜିତ ରେଶମ କୃଷିମେଳାରେ ଏହି ଜିଲ୍ଲାଗୁଡିକରୁ ଆସିଥିବା 200ରୁ ଅଧିକ ଚାଷୀ ରେଶମ କୃଷି ସମ୍ପର୍କିତ ନୂତନ ଜ୍ଞାନ କୌଶଳ ଜାଣିବାକୁ ପାଇଛନ୍ତି । ତା ସହିତ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ ହୋଇଛନ୍ତି ।

ଅବିଭକ୍ତ କୋରାପୁଟର ସଫଳ ଚାଷୀ ଯିଏକି ଗତ ଅନେକ ବର୍ଷ ଧରି ରେଶମ ପୋକ ଚାଷ କରି ବର୍ଷକୁ ଦୁଇ ଏକର ଜମିରେ 70 ହଜାରରୁ ଲକ୍ଷେ ଟଙ୍କାର ଆୟ କରି ପାରିଛନ୍ତି । ଏଭଳି ଚାଷୀଙ୍କ ସହ ଅନ୍ୟ ଚାଷୀ ଆଲୋଚନା କରି ତାଙ୍କ ସଫଳତାର କାହାଣୀ ସମ୍ପର୍କରେ ଜାଣିବାକୁ ପାଇ ପାରିଛନ୍ତି । ଜିଲ୍ଲାପାଳ ଅବଦଲ ଅକ୍ତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ, ମାଣ୍ଡିଆ, ପନିପରିବା ଚାଷ ହୋଇ ପାରୁନଥିବା ଅବ୍ୟବହୃତ ଜମିରେ କିପରି ମଲବରୀ ଚାଷ କରି ମିଶନ ଶକ୍ତିର ମହିଳା ଲାଭବାନ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରଥିଲେ । ଆଗକୁ ମଧ୍ୟ ଏପରି ଉଦ୍ୟମକୁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ରେଶମ ପୋକ ତଥା ଏହି ଚାଷ ସମ୍ପର୍କିତ ସମସ୍ତ ତଥ୍ୟକୁ ସମ୍ବଳ କରି ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

କୋରାପୁଟରେ କେନ୍ଦ୍ରୀୟ ରେଶମ ବୋର୍ଡ ଦ୍ବାରା ପରିଚାଳିତ ଆଞ୍ଚଳିକ ରେଶମ ଉତ୍ପାଦନ ଅନୁସନ୍ଧାନ କେନ୍ଦ୍ର (ଆରଏସଆରଏସ) ୧୯୮୬ରେ ସ୍ଥାପନା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ଓ ଛତିଶଗଡ଼ର ଅନେକ ରେଶମ ଚାଷୀଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ଦେବା ସହିତ ରେଶମ ପୋକର ଉତ୍ପାଦନ କରି ଏହି ରାଜ୍ୟ ଗୁଡିକୁ ପଠାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଜିଲ୍ଲାର ଲାଣ୍ଡିଗୁଡା ନିକଟରେ କୋଲାବ ଜଳଭଣ୍ଡାର କୂଳରେ ଏକ ଶୀତଳ ପରିବେଶରେ ରେଶମ ପୋକ ଉତ୍ପାଦନ ପାଇଁ ଏକ ଉପାଦେୟ ତାପମାତ୍ରାରେ ଗବେଷଣା ଓ ଉତ୍ପାଦନ କରି ଚାଲିଛି ଏହି କେନ୍ଦ୍ର ।

ଅନ୍ୟାନ୍ୟ ଚାଷ କରି ଓଡ଼ିଶାର ଚାଷୀ ରେଶମ ପୋକ ଓ ଖୋଷାକୁ ବାହାର ରାଜ୍ୟକୁ ପଠାଇ ବେଶ ଦୁଇ ପଇସା ରୋଜଗାର କରିପାରିଛନ୍ତି । ଉପଯୋଗୀ ପଦ୍ଧତି ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା ପାଇଁ ତାଲିମ ଶିବିର ମଧ୍ୟ୍ୟ ଏହି କେନ୍ଦ୍ରରେ ବିଭିନ୍ନ ସମୟରେ ଆୟୋଜନ କରାଯାଉଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.