କୋରାପୁଟ: ଗତବର୍ଷ ଭଳି ଚଳିତ ବର୍ଷ ଶାବର ଶ୍ରୀକ୍ଷେତ୍ର କୋରାପୁଟର ମନ୍ଦିର ମେଘନାଦ ପାଚେରୀ ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସ୍ପଷ୍ଟ କରିଛନ୍ତି । କୋରାପୁଟ ଜିଲ୍ଲାର କୌଣସି ସ୍ଥାନରେ ମନ୍ଦିର ପରିସର ବାହାରେ ଅନୁଷ୍ଠିତ ହୋଇଆସୁଥିବା ଭଳି ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରାଙ୍କ ରଥଯାତ୍ରା ଚଳିତ ବର୍ଷ ଆୟୋଜିତ ହୋଇପାରିବ ନାହିଁ ।
ତେବେ ମନ୍ଦିର ପରିଚାଳନା କମିଟି ମନ୍ଦିର ପରିସର ମଧ୍ୟରେ ଏହି ଯାତ୍ରା କୋଭିଡ ନିୟମକୁ ପାଳନ କରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ସମ୍ପନ୍ନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜଣାଇଛନ୍ତି । ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଆଧାର କରି ଭକ୍ତଙ୍କ ଅନୁପସ୍ଥିତିରେ କୋରାପୁଟର ମନ୍ଦିର ପରିସରରେ ହିଁ ବିଧିବିଧାନକୁ ରକ୍ଷା କରି କିଛି ହାତଗଣତି ସେବକଙ୍କ ଦ୍ୱାରା ଯାତ୍ରା ଅନୁଷ୍ଠିତ ହେବ ବୋଲି ଗଦାଧର ପରିଡା ସୂଚନା ଦେଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ