ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ରାଜରାଜେଶ୍ୱର ବେଶ - ଶାବରଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ରରେ ବୋଇତ ବନ୍ଦାଣ ଓ ମହାବାହୁଙ୍କ ରାଜରାଜେଶ୍ବର ବେଶ ଅନୁଷ୍ଠିତ । କୋଭିଡ କଟକଣା ଯୋଗୁଁ ନରେନ୍ଦ୍ର ସରୋବର ଓ ଚନ୍ଦନ ପୋଖରୀରେ ବୋଇତ ବନ୍ଦାଣ ନିଷେଧ । ଅଧିକ ପଢନ୍ତୁ...

Rajarajeswar besa of lord jagannath
ଶାବର ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ରାଜରାଜେଶ୍ୱର ବେଶ
author img

By

Published : Nov 30, 2020, 5:21 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ବୋଇତ ବନ୍ଦାଣ ସାଙ୍ଗକୁ ମହାବାହୁଙ୍କ ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ନରେନ୍ଦ୍ର ସରୋବର ଓ ଚନ୍ଦନ ପୋଖରୀରେ ବୋଇତ ବନ୍ଦାଣ ନିଷେଧ ହୋଇଥିବା ଯୋଗୁଁ ଲୋକେ କୋଲାବ ଜଳଭଣ୍ଡାରର ଚମ୍ପାଗୁଡା , ପଣ୍ଡି ଓ ଅନ୍ୟାନ୍ୟ ଘାଟରେ ଡଙ୍ଗା ଭସାଇଥିଲେ । ଏହାସହ ଜଗନ୍ନାଥ ମନ୍ଦିର ତରଫରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବକୁ ମନ୍ଦିର ପରିସର ମଧ୍ୟରେ ସୀମିତ ରଖିଦିଆଯାଇଥିଲା ।

ଶାବର ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ରାଜରାଜେଶ୍ୱର ବେଶ

ରାଧାକୁଞ୍ଜରେ ଥିବା ଟିକି ଜଳଧାରାରେ ପରମ୍ପରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିକାତ୍ମକ ନୌକାକୁ ମେଲାଣି ଦିଆଯାଇଥିଲା । ସୋମବାର ମହାବାହୁ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରାଜ ରାଜେଶ୍ବରୀ ବେଶରେ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମନ୍ଦିର ତରଫରୁ ସ୍ବତନ୍ତ୍ର ପ୍ରସାଦ ପ୍ରସ୍ତୁତି କରାଯାଇ ହଜାର ହଜାର ଭକ୍ତଙ୍କ ପାଖରେ ପହଞ୍ଚା ଯାଉଥିବା ମନ୍ଦିରର ସମ୍ପାଦକ କହିଛନ୍ତି ।

କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.