ETV Bharat / state

ମହଙ୍ଗା ପଡିଲା ଦଳ ବିରୋଧି କାର୍ଯ୍ୟ, ବିଜେଡିରୁ ବହିଷ୍କୃତ ହେଲେ ରଘୁରାମ ମାଛ

author img

By ETV Bharat Odisha Team

Published : Nov 6, 2023, 2:03 PM IST

ଦଳ ବିରୋଧି କାର୍ଯ୍ୟ ଯୋଗୁଁ ବିଜେଡିରୁ ବିଦା ହେଲେ ରଘୁରାମ ମାଛ । ଅଧିକ ପଢନ୍ତୁ

raghuram macha
raghuram macha
raghuram macha

କୋରାପୁଟ: ମହଙ୍ଗା ପଡିଲା ଦଳ ବିରୋଧି କାର୍ଯ୍ୟ। ବିଜେଡିରୁ ନିଲମ୍ବିତ ହେଲେ ରଘୁରାମ ମାଛ। କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧି କାର୍ଯ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବିଦା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଦ୍ବିତୀୟ ଥର ପାଇଁ ତାଙ୍କୁ ବିଜେଡିରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ।

ଏହା ପୂର୍ବରୁ ଗତ 2021 ଅଗଷ୍ଟ 1 ତାରିଖରେ ରଘୁରାମ ମାଛଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏହାର ଏକ ମାସ ପରେଅର୍ଥା ଡିସେମ୍ବର 4 ତାରିଖରେ ତାଙ୍କ ନିଲମ୍ବନ ପ୍ରତ୍ୟାହୃତ କରାଯାଇଥିଲା । ନିଲମ୍ବନ ଆଦେଶ ଉଚ୍ଛେଦ ପରେ ବିଜେଡିକୁ ପୁନର୍ବାର ଫେରିଥିଲେ ରଘୁରାମ ମାଛ । ନିଲମ୍ବନ ଆଦେଶ ଉଚ୍ଛେଦ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୁଣି 2 ବର୍ଷ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଟ୍ରାକକୁ ଫେରିଲେ ରଘୁରାମ ମାଛ: ଅଗଷ୍ଟ 1ରେ ନିଲମ୍ବନ, ଡିସେମ୍ବର 4ରେ ପ୍ରତ୍ୟାହୃତ

ରଘୁରାମ ମାଛ ଶିକ୍ଷକତା ଛାଡି 2014 ମସିହାରେ ବିଜେଡିରେ ଯୋଗ ଦେଇଥିଲେ । 2014 ମସିହାରେ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଦଳରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ। 45 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ମଧ୍ୟ କଂଗ୍ରେସର କୃଷ୍ଣ ସଗରିଆଙ୍କଠାରୁ ସେ ପରାସ୍ତ ହୋଇଥିଲେ l 2014 ପରଠୁ ରଘୁରାମ ମାଛ ବିଜେଡ଼ିରେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ l ପୌର ପରିଷଦ, ପଞ୍ଚାୟତ ଓ ପରିଷଦ ନିର୍ବାଚନ ରେ କୋରାପୁଟ ନିର୍ବାଚନ ମଣ୍ଡଳୀରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କୋରାପୁଟ ପୌର ପରିଷଦ ଅଧକ୍ଷ ଓ ବ୍ଲକ ଅଧକ୍ଷ ପଦ ହାତେଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ବୋଲି ରଘୁରାମ ମାଛ ପ୍ରକାଶ କରିଛନ୍ତି । ତାଙ୍କୁ ଚକ୍ରାନ୍ତ କରାଯାଇ ଦଳରୁ ବାହାରେ କରାଯାଇଛି । ଆଗାମୀ ଦିନରେ ଏହାର ସତ୍ୟତା ପଦାକୁ ଆସିବ ବୋଲି ରଘୁରାମ ମାଛ ପ୍ରକାଶ କରିଛନ୍ତି ।

ନିଲମ୍ବନ ପରେ ପ୍ରତିକ୍ରିୟା ରଖି ରଘୁରାମ ମାଛ କହିଛନ୍ତି ଯେ, ମୁଁ ଦଳ ବିରୋଧୀ କାର୍ଯ୍ୟ କେବେ ବି କରି ନାହିଁ । ମୁଁ ଯେତେବେଳେ 2014ରେ ବିଧାୟକ ପ୍ରାର୍ଥୀ ହୋଇଥିଲି, ସେତେବେଳେ ଦଳକୁ ସଫଳତା ଦେଇଛି । ବର୍ତ୍ତମାନ ମୁଁ କେଉଁ ଦଳକୁ ଯିବି ତାହା ନିଷ୍ପତ୍ତି ହୋଇ ନାହିଁ । ଯଦି ମୋର ସାଂଗଠନିକ ଦକ୍ଷତା ଥିବ କିଏ ଡାକିବ ତାହା ସମୟ କହିବ । ଚକ୍ରାନ୍ତ କରି ମୋତେ ଦଳକୁ ବହିଷ୍କାର କରାଯାଇଛି । ଜନସାଧାରଣ ଏହାର ଜବାବ ଦେବେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.