ETV Bharat / state

ଆସୁଛି ମାଟ୍ରିକ ପରୀକ୍ଷା: ଥାନାରେ ପ୍ରଶ୍ନପତ୍ର - PS

ଥାନାରେ ରହିଲା ପ୍ରଶ୍ନପତ୍ର । ସୁରକ୍ଷା ଦୃଷ୍ଟିରୁ ମାଓପ୍ରବଣ କୋରାପୁଟରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । କେତୋଟି ବ୍ଲକର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଥାନାରେ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 16, 2019, 4:02 PM IST

କୋରାପୁଟ: ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ କୋରାପୁଟର ସବୁ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶ୍ନପତ୍ରର ସୁଚାରୁରୂପେ ବଣ୍ଟନ ପାଇଁ ୮ ଟି ନୋଡାଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି।

ଚଳିତ ବର୍ଷ କୋରାପୁଟ ଶିକ୍ଷା ଜିଲ୍ଲାରେ ସର୍ବମୋଟ ୬୬ଟି କେନ୍ଦ୍ର କରାଯାଇଛି । ଏଥିରେ ୧୪, ୭୦୩ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଜିଲ୍ଲାର ମାଓ ପ୍ରବଣ ତଥା ଦୁର୍ଗମ ଅଞ୍ଚଳ ବନ୍ଧୁଗାଁ, ନାରାୟଣପାଟଣା ଓ ଲମତପୁଟ ଆଦି ସ୍ଥାନରେ ଥାନାରେ ପ୍ରଶ୍ନପତ୍ର ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ଶିକ୍ଷାବିଭାଗ।

ଶୁକ୍ରବାର ସରକାରୀ ବାଳକ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୬୬ଟି କେନ୍ଦ୍ରର ପରିଚାଳକ, ପ୍ରଧାନ ଶିକ୍ଷକ ଏବଂ ବ୍ଲକର ବିଇଓଙ୍କୁ ତାଲିମ ଦିଆଯାଇଛି । ଜିଲ୍ଲାପାଳଙ୍କ ପକ୍ଷରୁ ମାଜିଷ୍ଟ୍ରେଟ ଓ ସ୍କ୍ବାର୍ଡ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨ ଟି ସ୍କ୍ବାର୍ଡ ଟିମ୍ ଗଠନ କରାଯିବ । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଭିତରର ପ୍ରଶ୍ନପତ୍ର ରହିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପି.କେ.ପଣ୍ଡା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ଭୁବନେଶ୍ୱର: ହିରୋ ଗୋଲଡ଼ କପ  ମହିଳା ଫୁଟବଲ ପ୍ରତିଯୋଗିତାର ଫାଇନାଲରେ ନେପାଳ କୁ 3-1 ଗୋଲ ରେ ପରାସ୍ତ କରି ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହିତ ମିଆଁମାର ଚାମ୍ପିୟାନ ହୋଇଛି।ଏହି ବାବଦକୁ ଦଳ 7ଲକ୍ଷ ଟଙ୍କାର ପୁରସ୍କାର ପ୍ରାପ୍ତ ହୋଇଛି।ପ୍ରତିଯୋଗିତାର ପ୍ରଥମ ମ୍ୟାଚ ନେପାଳ ବିପକ୍ଷରେ ଆରମ୍ଭ କରିଥିବା ମିଆଁମାର ଶେଷ ମ୍ୟାଚ ମଧ୍ୟ ନେପାଳ ବିପକ୍ଷରେ ଜିତି ପ୍ରତିଯୋଗିତାରେ ମୁଣ୍ଡି ମାରିଛି।
ଆଜିର ଏହି ପ୍ରତିଯୋଗିତା ଆରମ୍ଭରୁ ଉଭୟ ଦଳର ଖେଳାଳିମାନେ ବିଜୟ ମନୋଭାବ ନେଇ ଲଢେଇ କରିଥିଲେ।ପ୍ରତି ଦଳର ଖେଳାଳି ମାନେ ଟ୍ରଫି ହାସଲ କରିବା ପାଇଁ ଜି ଜାନ ଲଗାଇ ଖେଳୁଥିବା ଦେଖିବାକୁ ମିଳିଥିଲା।ତେବେ ମାନ୍ୟତାର ସବା ତଳେ ଥିବା ନେପାଳ ଶେଷ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ସେମାନଙ୍କ ଉତ୍ସାହ ବେଶ ବାରି ହୋଇ ପଡୁଥିଲା।ତେବେ ଖେଳର 34ମିନିଟ ସମୟରେ ମିଆଁମାର ର ୟେ ୟେ ଓ ଫାଇନଲ ମ୍ୟାଚ ର ପ୍ରଥମ ଗୋଲ ସ୍କୋର କରିବାରେ ସଫଳତା ଲାଭ କରିଥିଲେ।ଯାହାକୁ ପ୍ରଥମାର୍ଦ୍ଧ ର ଠିକ ପୂର୍ବରୁ 45 ମିନିଟ ସମୟରେ ନେପାଳର ମଞ୍ଜଲି କୁମାରୀ ଗୋଲ ଦେଇ ସ୍ଥିତି ବରାବର କରିବାରେ ସକ୍ଷମ ହୋଇଥିଲେ।ବିରତି ସମୟ ପରେ ପରେ ପରେ ମିଆଁମାର ର ଖେଳାଳି ମାନେ ଆଉଟିକେ ତତ୍ପର ହେବା ସହିତ ବେଶ କୌଶଳ ପୁର୍ଣ ଭାବେ ନେପାଳ ଉପରେ ଚାପ ପକାଇବାରେ ସଫଳ ହେବା ସହିତ 53 ମିନିଟ ସମୟରେ ଉଇନ ଥେଇଙ୍ଗ ଆଉ ଏକ ଗୋଲ ଦେଇ ଦଳର ବ୍ୟବଧାନ 2-1 କରିବାରେ ସଫଳ ହୋଇଥିଲେ।ଏହି ଗୋଲର ଠିକ 10 ମିନିଟ ଭିତରେ ପୁଣି ଥରେ ୟେ ୟେ ଓ ନିଜର ଦ୍ଵିତୀୟ ଗୋଲ ଓ ଦଳ ପକ୍ଷରୁ 3ୟ ଗୋଲ ସ୍କୋର କରି ଦଳକୁ ଏକ ପ୍ରକାର ବିଜୟୀ କରାଇଥିଲେ।ତେବେ ଖେଳ ଶେଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଡା ସଂଘର୍ଷ ସତ୍ତ୍ୱେ ନେପାଳ ପରାଜୟ ସ୍ୱୀକାର କରିଥିଲା।

ଖେଳ ଶେଷ ପରେ କ୍ରୀଡା ସଚିବ ବିଶାଳ ଦେବ,ଅତିରିକ୍ତ ମୁଖ୍ୟ ସାଶନ ସଚିବ ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ଓ ଏଆଇଏଫଏଫର ସାଧାରଣ ସମ୍ପାଦକ କୁଶଳ ଦାସ ଏବଂ ଅଭିଷେକ ଯାଦବ ପ୍ରମୁଖ ବିଜୟୀ ଦଳକୁ ମେଡାଲ,ଟ୍ରଫି ଓ 7 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହିତ ରନର୍ସ ଅପ ଦଳକୁ ମେଡାଲ ଓ 5ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।ସେହିପରି ଅନ୍ୟ ବିଭାଗରେ ଶ୍ରେଷ୍ଠ କ୍ରୀଡ଼ାବିତ ମାନଙ୍କୁ ପାଖାପାଖି 6.5ଲକ୍ଷ ଟଙ୍କା ର ଚେକ ଓ ଟ୍ରଫି ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟକି ଗତ 9 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ 4ଟି ଦଳ ଭିତରୁ ଭାରତ ଓ ଇରାନ ଫାଇନାଲ୍ ଖେଳିବାରୁ ବାଦ ପଡ଼ିଥିଲେ।ଶେଷରେ ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ଶେଷ ହୋଇଥିବା ଦେଖିବାକୁ ମିଳିଥିଲା।

 Laxmikanta das
Bhubaneswar
Visual already sent by WhatsApp
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.