ETV Bharat / state

ଧାରଣାରେ ବସିଛନ୍ତି SLN ହସ୍ପିଟାଲ କର୍ମଚାରୀ, ରୋଗୀ ହନ୍ତସନ୍ତ

ହନ୍ତସନ୍ତ ହେଉଛନ୍ତି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସୁଥିବା ରୋଗୀ । ଡାକ୍ତର ଅସ୍ତ୍ରୋପଚାର ତାରିଖ ଘୁଞ୍ଚାଇ ଚାଲିଥିବାବେଳେ ହସ୍ପିଟାଲ ପ୍ରଶାସନ ରୋଗୀଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Apr 13, 2022, 5:54 PM IST

ଅସ୍ତ୍ରୋପଚାରରେ ଡାକ୍ତରଙ୍କ ମନମାନି, ଘେରିଲେ ରୋଗୀ

କୋରାପୁଟ: ଗତ ଚାରିଦିନ ଧରି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର କରାଇବା ପାଇଁ ଆସିଥିବା ରୋଗୀ ହତାଶ ହୋଇ ବାରଣ୍ଡାରେ ବୁଲୁଛନ୍ତି । ଡାକ୍ତରମାନେ ଅପରେସନ ତାରିଖ ଘୁଞ୍ଚାଇ ଚାଲି ଥିବାବେଳେ ହସ୍ପିଟାଲ ପ୍ରଶାସନ ରୋଗୀଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ ହୋଇଛି ।

ଧାରଣାରେ ବସିଛନ୍ତି SLN ହସ୍ପିଟାଲ କର୍ମଚାରୀ, ରୋଗୀ ହନ୍ତସନ୍ତ

ଦରମାରେ ଅନିୟମିତତା ଓ ଦରମାରୁ କଟା ଯାଉଥିବା ଇପିଏଫର ବିବରଣୀ ନ ମିଳିବା ପ୍ରଭୃତି ଅଭିଯୋଗ ଆଣି ହସ୍ପିଟାଲ ଏବଂ ମେଡିକାଲ କଲେଜର ସିକ୍ୟୁରିଟି ଗାର୍ଡ ଓ ସଫେଇ କର୍ମଚାରୀ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସି କାମ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଫଳରେ ହସ୍ପିଟାଲ ବାହାର ପଟେ ଯେମିତି ଅଳିଆ ଆବର୍ଜନା ପଡ଼ି ରହିଛି ହସ୍ପିଟାଲ ଭିତରେ ମଧ୍ୟ ସେହିପରି ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଅପରେସନ ଥିଏଟର ସଫା ହେଉନଥିବା ଯୋଗୁଁ ଗତ ଚାରିଦିନ ହେବ କୌଣସି ଅସ୍ତ୍ରୋପଚାର ହୋଇପାରିନଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ରୋଗର ଯନ୍ତ୍ରଣା ସାଙ୍ଗକୁ ହସ୍ପିଟାଲର ଚରମ ଅବହେଳାରେ ଅତିଷ୍ଠ ହୋଇ ରୋଗୀମାନେ ଆଜି ଡାକ୍ତରଙ୍କୁ ଘେରିଛନ୍ତି ।

ମାତ୍ର କୌଣସି ସୁଫଳ ନ ମିଳିବାରୁ, ରୋଗୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ହସ୍ପିଟାଲରେ ଏପରି ଦୂରାବସ୍ଥା ସମୟରେ କର୍ତ୍ତୃପକ୍ଷଙ୍କ ଏପରି ଅବିଚାର ଓ ଅବହେଳାକୁ ଦେଖି ରୋଗୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲି ଚାଲିଥିବାବେଳେ କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଥିବା ଏକମାତ୍ର ମେଡିକାଲ କଲେଜକୁ ଅଣଦେଖା କରିବା କ୍ଷୋଭର ବିଷୟ ବୋଲି ରୋଗୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.