ETV Bharat / state

ଦୁନିଆ ଲୋକଙ୍କ ଚିନ୍ତା, କାରାଗାରରୁ ଭୋକିଲାଙ୍କ ଭୋକ ମେଣ୍ଟାଉଛନ୍ତି କଏଦୀ

author img

By

Published : Mar 17, 2021, 4:05 PM IST

କାରାଗାର ଚାରିକାନ୍ଥର ସୀମିତ ପରିସର ମଧ୍ୟରେ ଥାଇ ବାହାରର ଅସୀମ ଦୁନିଆର ଏକ ଅଭିନ୍ନ ଅଙ୍ଗ ହେବାର ସ୍ଵପ୍ନ ଦେଖିବା ବନ୍ଦୀର ଜୀବନ କାଟୁଥିବା ମଣିଷ ପାଇଁ ଆଉ ଅସାଧ୍ୟ ହୋଇ ରହିନାହିଁ । ବାହାର ଦୁନିଆର ସମସ୍ୟା ବହୁଳ ପରିବେଶ ମଧ୍ୟରେ ସନ୍ତୁଳିତ ହେଉଥିବା ନିରାଶ୍ରୟ,ବେସାହାରା ମଣିଷଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଜୟପୁର ଉପ ଜିଲ୍ଲା କାରାଗାର କତ୍ତୃପକ୍ଷ ଓ ଆର୍ଟ ଅଫ ଲିଭିଂର ସ୍ବେଛାସେବୀଙ୍କ ମିଳିତ ପ୍ରୟାସରେ କାରାଗାରର କଏଦୀମାନେ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଦୁନିଆ ଲୋକଙ୍କ ଚିନ୍ତା, କାରାଗାରାରୁ ଭୋକିଲାଙ୍କ ପେଟ କଥା ବୁଝୁଛନ୍ତି କଏଦୀ

କୋରାପୁଟ: ପରିସ୍ଥିତି ସଜେଇ ଦେଲା ଅଭିଯୁକ୍ତ। ଆଉ କଏଦୀର ଟ୍ୟାଗ୍ ନେଇ ସଜ୍ଜା କାଟୁଛି ମଣିଷ । ତଥାପି ହାରିଯାଇନି ସେ, ସମୟର ସଦୁପଯୋଗ କରି ସାଜିଛି ସମାଜସେବୀ । ରୋଷେଇ କରୁଛି, ଖାଦ୍ୟ ବି ବାଣ୍ଟୁଛି । ଏ ଦୃଶ୍ୟ ହେଉଛି ଜୟପୁର ଉପକାରାଗାରର । ଯେଉଁଠି କଏଦୀ ଜେଲର ଚାରିକାନ୍ଥରେ ଥାଇ ବି ବାହାର ଦୁନିଆ ଲୋକଙ୍କ ସାଥୀ ସାଜିଛି। ସବୁଠୁ ବଡ କଥା ହେଲା ଏମାନଙ୍କ ହାତ ରନ୍ଧା ପରସା ଯାଉଛି ସମସ୍ୟା ବହୁଳ ପରିବେଶ ମଧ୍ୟରେ ସନ୍ତୁଳିତ ହେଉଥିବା ନିରାଶ୍ରୟ , ବେସାହାରା ମଣିଷଙ୍କୁ।

ଦୁନିଆ ଲୋକଙ୍କ ଚିନ୍ତା, କାରାଗାରାରୁ ଭୋକିଲାଙ୍କ ଭୋକ ମେଣ୍ଟାଉଛନ୍ତି କଏଦୀ

ଏଥିପାଇଁ ସହଯୋଗର ହାତ ବଢାଇଛି ଜୟପୁର ଉପ ଜିଲ୍ଲା କାରାଗାର କତ୍ତୃପକ୍ଷ ଓ ଆର୍ଟ ଅଫ ଲିଭିଂର ସ୍ବେଚ୍ଛାସେବୀ। ଏହି ମିଳିତ ପ୍ରୟାସରେ ଗୁଣ୍ଡୁଚିମୂଷାର ଯୋଗଦାନ ଦେଇଛନ୍ତି କାରାଗାରର କଏଦୀମାନେ । ତେବେ ସଶରୀରରେ କାରାଗାର କାନ୍ଥ ବାହାରକୁ ଯିବାର ଅନୁମତି ନଥିବା ବେଳେ ସମାଜର ଅସହାୟ ବ୍ୟକ୍ତିଙ୍କ ପାଖରେ ସହାୟତା ମାଧ୍ୟମରେ ପହଞ୍ଚିପାରିଛନ୍ତି ଏମାନେ ।

କାରାଗାରର ପ୍ରାର୍ଥନା ସଭାରେ କଏଦୀମାନେ ବାଣ୍ଟିଥିବା ଏହି କଥାକୁ କାରାଗାରର ଅଧିକ୍ଷକ ଲଲାଟେନ୍ଦୁ ଭୂଷଣ ଦାସ ଆର୍ଟ ଅଫ ଲିଭିଂ ର ସ୍ବେଚ୍ଛାସେବୀଙ୍କ ସହ ଆଲୋଚନା କରିଥିଲେ । କଏଦୀଙ୍କ ପ୍ରତି ଏକ ଉତ୍ତମ ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ କଏଦୀଙ୍କ ମଧ୍ୟରେ ଆସିଥିବା ଏହି ଉନ୍ନତ ଚିନ୍ତାଧାରାକୁ ସ୍ଵାଗତ କରି କାର୍ଯ୍ୟକାରୀ କରାଯାଇଛି ଏହି ଯୋଜନା ।

ଗତ କିଛିଦିନ ଧରି କଏଦୀମାନେ 10 ଜଣଙ୍କ ପାଇଁ ଖାଦ୍ୟ ରାନ୍ଧୁଥିବାବେଳେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଉଛି ଆର୍ଟ ଅଫ ଲିଭିଂ ସ୍ବେଚ୍ଛାସେବୀ ସଂସ୍ଥା। ଏହି ପ୍ରକ୍ରିୟାରେ ଲାଗୁଥିବା ଡାଲି , ଚାଉଳ , ତେଲ , ପରିବା ଓ ମସଲା ଆଦି ଯୋଗାଉଛନ୍ତି ସ୍ବେଛାସେବୀ । କଏଦୀମାନେ ଖାଦ୍ୟ ପ୍ରସ୍ତୁତରେ ଅସୀମ ଆଗ୍ରହ ପ୍ରଦର୍ଶନ କରୁଥିବାବେଳେ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ମଧ୍ୟ କଏଦୀଙ୍କ ଏହି ଭାବନା ପ୍ରତି କୃତଜ୍ଞତା ଜଣାଇଛନ୍ତି।

କୁହାଯାଏ ମଣିଷ ପରିସ୍ଥିତିର କ୍ରୀତଦାସ । ହେଲେ ସେ ନିଜର ଦୃଢ ଇଚ୍ଛାଶକ୍ତି ମାଧ୍ୟମରେ ଯେ ପରିବର୍ତ୍ତନ ଆଣିପାରେ ତାହାର ନିଚ୍ଛକ ପ୍ରମାଣ ପ୍ରଦାନ କରିଛନ୍ତି ଜୟପୁର ଉପକାରାଗାରର କଏଦୀ ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.