ETV Bharat / state

ନିଜର ନାହିଁ ଇଞ୍ଚେ ଜମି; ଚାଷୀଙ୍କ ପାଇଁ ନିର୍ମାଣ କଲେ ଧାନ ରୁଆ ମେସିନ୍, ପୁରସ୍କାର ଦେଲେ ରାଷ୍ଟ୍ରପତି - ।ନିଜସ୍ବ ଜ୍ଞାନକୌଶଳରେ ଧାନ ରୁଆ ଯନ୍ତ୍ର ଉଦ୍ଭାବନ

ଧାନରୁଆ ଯନ୍ତ୍ର ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର । କୋରାପୁଟ ଜୟପୁରର ସଦାଶିବ ମାଝୀଙ୍କୁ ହସ୍ତ ଚାଳିତ ଧାନରୁଆ ଯନ୍ତ୍ର ପାଇଁ ମିଳିଛି ସମ୍ମାନ । ଅଧିକ ପଢନ୍ତୁ

Jaipur sadashiv majhi
Jaipur sadashiv majhi
author img

By

Published : Apr 27, 2023, 9:32 PM IST

Jaipur sadashiv majhi

କୋରାପୁଟ: ଆବଶ୍ୟକତା ହିଁ ଉଦ୍ଭାବନର ଜନକ । ଠିକ ସେମିତି କିଛି ଉଦ୍ଭାବନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ସଦାଶିବ ମାଝୀ। ନିଜସ୍ବ ଜ୍ଞାନ କୌଶଳରେ ଧାନ ରୁଆ ଯନ୍ତ୍ର ଉଦ୍ଭାବନ କରି ପ୍ରଶଂସାର ପାତ୍ର ହୋଇଛନ୍ତି ସଦାଶିବ। ଜୟପୁର ସହରରେ ଫେବ୍ରିକେସନ ୟୁନିଟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଶିକ୍ଷାଗତ ଯୋଗ୍ୟତା କହିଲେ ନବମ ଶ୍ରେଣୀ। ଅଧିକ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ଆଗକୁ ପାଠ ପଢି ପାରି ନ ଥିଲେ । ପାଠ କମ ହେଲେ ମଧ୍ୟ ନିଜସ୍ୱ ଜ୍ଞାନ କୌଶଳରେ ଉଦ୍ଭାବନ କରିଛନ୍ତି ଧାନ ରୁଆ ଯନ୍ତ୍ର। ଏହା ବିନା ବିଦ୍ୟୁତ ଓ ତେଲରେ ଚାଲିବ। ଦୀର୍ଘ ବର୍ଷର ଉଦ୍ୟମ ପରେ ଚାଷ କ୍ଷେତ୍ରରେ ନିଜସ୍ୱ ଜ୍ଞାନ କୌଶଳ ପ୍ରୟୋଗ କରି ସେ ସଫଳ ହୋଇଛନ୍ତି। ତେବେ ତାଙ୍କର ନିଜସ୍ୱ ଚାଷଜମି ନାହିଁ ।

କୋରାପୁଟ ଏକ କୃଷି ବହୁଳ ଜିଲ୍ଲା ହୋଇଥିବାରୁ ଧାନ ରୁଆ ସମୟରେ ଆବଶ୍ୟକ ଶ୍ରମିକ ମିଳୁ ନ ଥିବା ଯୋଗୁ ଧାନ ରୁଆ କାର୍ଯ୍ୟ ହୋଇ ପାରୁନାହିଁ। ଯାହା ଫଳରେ ଶହ ଶହ ଏକର ଜମି ପଡିଆ ପଡୁଛି। ଚାଷ ଜମିରେ କାଦୁଅ କାମ କରିବା କଷ୍ଟ ସାଧ୍ୟ ହୋଇଥାଏ । ତେବେ ନିଜର ଜମି ବୋଲି କିଛି ନ ଥିବା ବେଳେଚାଷୀଙ୍କ ଦୁଃଖ କୁ ପରିଲକ୍ଷିତ କରି ସେ ପ୍ରଥମେ ନିଜସ୍ୱ ଜ୍ଞାନ କୌଶଳରେ ଧାନ ରୁଆ ମେସିନ ତିଆରି କରିବା ଆରମ୍ଭ କଲେ। ଏହି ମେସିନ ସମ୍ପୂର୍ଣ୍ଣ ହେବା ପାଇଁ ତାଙ୍କୁ 4 ବର୍ଷ ଲାଗିଥିଲା। ମେସିନ ତିଆରି କରିବା ପାଇଁ ସେ ଲକ୍ଷାଧିକ ଟଙ୍କାର କ୍ଷତି ମଧ୍ୟ ସହିଛନ୍ତି। ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଆର୍ଥିକ ସମସ୍ୟା ସତ୍ତ୍ବେ ଲକ୍ଷ୍ୟ ପଥରୁ କେବେ ବିଚ୍ୟୁତ ନ ହୋଇ ଉନ୍ନତ ମାନର ଯନ୍ତ୍ର ନିର୍ମାଣ ପାଇଁ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି।

ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ସଦାଶିବଙ୍କ ସମ୍ପର୍କରେ ଜାଣିବା ପରେ ଏକ ଟିମ ସହ ଜୟପୁରରେ ପହଞ୍ଚିଥିଲେ। ସେଠାରେ ଧାନ ରୁଆ ଯନ୍ତ୍ର ତିଆରି ଏବଂ ଜ୍ଞାନକୌଶଳ ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ମାର୍ଗଦର୍ଶନରେ ସଦାଶିବ ଧାନ ରୁଆ ଯନ୍ତ୍ରର କିଛିକାଂଶ ପରିବର୍ତ୍ତନ କରିଥିଲେ। ସେହିପରି ଫାଉଣ୍ଡେସନ ର ଅନୁମୋଦନ ରେ ସେ ଏପ୍ରିଲ 19 ରୁ 13 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ହୋଇଥିବା ନବ ପ୍ରବର୍ତ୍ତକ ଏବଂ ଉଦ୍ୟମିକତା ଉତ୍ସବରେ ସଦାଶିବ ଅଂଶ ଗ୍ରହଣ କରିଥିବା ବେଳେ ରାଷ୍ଟ୍ରପତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଦାଶିବ ତିଆରି କରିଥିବା ଧାନ ରୁଆ ଯନ୍ତ୍ରକୁ ବଡ ବଡ କମ୍ପାନୀ ମାନେ ଅନୁଧ୍ୟାନ କରିବା ସହିତ ଏହି ଜ୍ଞାନ କୌଶଳକୁ ଆପଣେଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ-ବାଉଁଶରୁ ତିଆରି ସୌଖିନ ସାମଗ୍ରୀ, ମହିଳାଙ୍କୁ କଲା ସ୍ବାବଲମ୍ବୀ

ସେହିପରି ଚାଷୀଙ୍କ ପାଇଁ ଧାନ ରୁଆ ଯନ୍ତ୍ରର ମୂଲ୍ୟ 25 ରୁ 30 ହଜାର ଟଙ୍କା ଆକଳନ କରାଯାଉଥିବା ବେଳେ ଏହାର ଓଜନ ମାତ୍ର 40 କିଲୋ ରହିଛି। ଜଣେ ଚାଷୀ ସହଜରେ ଏହାକୁ ନେବା ଆଣିବା କରି ପାରିବ। ଚାଷୀ ମାନଙ୍କ ନିକଟରେ ଏହି ଧାନ ରୁଆ ଯନ୍ତ୍ର ରହିଲେ ଚାଷୀ କୃଷି ଶ୍ରମିକ ସମସ୍ୟା ରୁ ମୁକ୍ତି ପାଇଁ ପାରିବ। କମ ଶ୍ରମିକରେ ଶୀଘ୍ର କାମ ହେବା ସହ ମଜୁରୀ ଖର୍ଚ୍ଚ ବି କମିବ ବୋଲି ସେ ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ପରେ ସବୁ ଚାଷୀଙ୍କ ନିକଟରେ ଏହି ଧାନ ରୁଆ ଯନ୍ତ୍ରପାତି ପହଞ୍ଚାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ତେବେ ସଦାଶିବଙ୍କ ଏହି ଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.