ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଏଥର ତିନି ରଥ, ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Car festival

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଶେଷ । ପୃଥକ ଅଧିକାରୀଙ୍କୁ ବଣ୍ଟାଗଲା ତିନି ରଥର ଦାୟିତ୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 6, 2019, 11:04 PM IST

କୋରାପୁଟ: ଚଳିତ ବର୍ଷର ରଥଯାତ୍ରାରେ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ତିନୋଟି ରଥ ଗଡ଼ିବାକୁ ଯାଉଛି । ଏଣୁ ପ୍ରସ୍ତୁତି ପର୍ବ ବହୁ ଆଗରୁ ଆରମ୍ଭ ହୋଇଯାଇଛି । ଆଜି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ତିନି ରଥ ପାଇଁ ଡାହୁକ ଚୟନ କରାଯିବା ସହ ଛେରାପହଁରା କାର୍ଯ୍ୟ ପାଇଁ ଦାୟିତ୍ବ ବଣ୍ଟାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରତିଟି ରଥରେ ସେବା ଯୋଗାଇବା ପାଇଁ ପୃଥକ ପୃଥକ ସେବାୟତ, କୀର୍ତନମଣ୍ଡଳୀ ଓ ଡାହୁକ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଗଲା । ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଥ ଗୁଡିକରେ ହେବାକୁ ଥିବା ଛେରାପହଁରା କିଏ କରିବେ ସେନେଇ ମଧ୍ୟ ଘୋଷଣା ହୋଇଛି ।

ପ୍ରତିବର୍ଷ ରଥଯାତ୍ରାରେ ଚତୁର୍ଧାମୂର୍ତ୍ତିଙ୍କୁ ନେଇ ବଡ଼ଦାଣ୍ଡରେ ଠିଆ ହେଉଥିବା ଏକକ ରଥରେ କୁମ୍ଭା ଗାଁର ଶବର ରାଜା ଦାସିଆ ନାୟକ ଛେରାପହଁରା କରୁଥିଲେ । କିନ୍ତୁ ଏଥର ତିନୋଟି ରଥରେ ଛେରାପହଁରା କରିବା ପାଇଁ ସେ ଅସମର୍ଥତା ପ୍ରକାଶ କରିଛନ୍ତି । ତେଣୁ ତାଙ୍କୁ କେବଳ ଜଗନ୍ନାଥଙ୍କ ରଥରେ ଛେରାପହଁରା କରିବାର ଦାୟିତ୍ୱ ଦେଇ ବଳଭଦ୍ରଙ୍କ ରଥରେ ଜିଲ୍ଲାପାଳ ଏବଂ ସୁଭଦ୍ରାଙ୍କ ରଥରେ ଆରକ୍ଷୀ ଅଧିକ୍ଷକ ଛେରାପହଁରା କରିବେ ବୋଲି ଚୂଡ଼ାନ୍ତ ହୋଇଛି ।

ସେହିପରି ଜଗନ୍ନାଥଙ୍କ ରଥର ସମ୍ପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବହନ କରୁଥିବା ବେଳେ ବଳଭଦ୍ରଙ୍କ ରଥର ଦାୟିତ୍ୱ ଉପଜିଲ୍ଲାପାଳ ଓ ସୁଭଦ୍ରାଙ୍କ ରଥର ଦାୟିତ୍ବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରହିବା ପାଈଁ ନିଷ୍ପତ୍ତି ନିଆଗଲା । ଏଥିସହ ବଡ଼ଦାଣ୍ଡରେ ରାସ୍ତା ଉପରକୁ ମାଡି ଆସିଥିବା କିଛି ବିଦ୍ୟୁତ ଖୁଣ୍ଟିକୁ ସ୍ଥାନାନ୍ତର କରିବା ପାଇଁ ସାଉଥ କୋ. ର ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।

ଆଜି ପ୍ରସ୍ତୁତି ବୈଠକ ଆରମ୍ଭ ହେବା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା । ତେବେ ତିନି ରଥରେ ଲାଗୁଥିବା ୨୭ଟି ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତି ତିଆରି କାର୍ଯ୍ୟ ଛତିଶଗଡ଼ର ବିଶିଷ୍ଟ କଳାକାର ମୁନ୍ନାଲାଲ ବିଶ୍ଵକର୍ମା ଆଜିଠାରୁ ଆରମ୍ଭ କରିଥିବା ସେ କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.