ETV Bharat / state

ଶାବର ଶ୍ରୀକ୍ଷେତ୍ର ପାଳିବ ସୁବର୍ଣ୍ଣ ଜୟନ୍ତୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - କୋରାପୁଟ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

Koraput Jagannath Temple: କୋରାପୁଟ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏହି ପଞ୍ଚ ଦିବସୀୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

koraput jagannath temple
koraput jagannath temple
author img

By ETV Bharat Odisha Team

Published : Dec 14, 2023, 11:03 AM IST

koraput jagannath temple

କୋରାପୁଟ: ଆସନ୍ତା ୧୬ ତାରିଖରେ ଶାବର ଶ୍ରୀକ୍ଷେତ୍ର ତଥା କୋରାପୁଟ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତାକାଲି ଅଙ୍କୁରାରୋପଣ ଓ ମହାଯଜ୍ଞ ପାଇଁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହେବ । ଏହାପରେ 16 ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରୁ ପଣ୍ଡିତ ରଥଶର୍ମାଙ୍କ ଅଧ୍ୟକ୍ଷତାରେ ଆସିଥିବା ପଣ୍ଡିତମାନଙ୍କ ଦ୍ୱାରା ପଞ୍ଚ ଦିବସୀୟ ମହାଯଜ୍ଞର ଶୁଭାରମ୍ଭ ହେବ । ଏଥିସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ କରାଯିବ । ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଏନେଇ ସୂଚନା ଦେଇଛନ୍ତି ।

ସେହିପରି ଆଦିବାସୀ ଓ ଜଗନ୍ନାଥ ଚେତନା ବିଷୟକୁ ନେଇ 17 ଓ 18 ତାରିଖରେ ଆୟୋଜିତ ହେଉଥିବା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଦୁଇ ଦିନିଆ ଆଲୋଚନା ଚକ୍ରରେ ଜଗନ୍ନାଥ ସଂସ୍କୃତିର ବହୁ ବିଦ୍ୱାନ୍‌ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେବେ । ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ମନ୍ତ୍ରଜପ ଓ ଲିଖନ ଏକ କୋଟିର ଇପ୍ସିତ ଲକ୍ଷ୍ୟ ହାସଲ କରିପାରିଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ ଦିଲୀପ ପାଢ଼ୀ ଜଣାଇଛନ୍ତି । ତେବେ ଜଗନ୍ନାଥ ମନ୍ଦିର ତଥା ଆଦିବାସୀ ସଂଗ୍ରହାଳୟକୁ ଉତ୍ସବ ନିମନ୍ତେ ସଜ୍ଜିତ କରାଯାଉଥିବା ସମୟରେ କୁମ୍ଭାର ଲିମକା ଗ୍ରାମର କୁମ୍ଭାରମାନେ ଏହି ମହାଯଜ୍ଞରେ ଆବଶ୍ୟକ ହେଉଥିବା ମାଟିର ଦୀପ , ରୁଖା, ହାଣ୍ଡି ପ୍ରଭୁତି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଦିବ୍ୟ କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ପାଇ କୃତକୃତ୍ୟ ହୋଇ ଉଠିଥିବା କୁମ୍ଭାର ଭଗବାନ ନାୟକ ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି କୋରାପୁଟର ଶାବର ଶ୍ରୀକ୍ଷେତ୍ର । ଏହି ଜଗନ୍ନାଥ ମନ୍ଦିରଟି 1972 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢ଼ା ଭକ୍ତଙ୍କ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜଗତ ବ୍ୟାପି ଉପସ୍ଥିତିର ଭାବ ପ୍ରକାଶ କରିଥାଏ ।

ଏହା ମଧ୍ୟ ପଢନ୍ତୁ- ଶାବର ଶ୍ରୀକ୍ଷେତ୍ରରେ ପାଳିବ ସୁବର୍ଣ୍ଣ ଜୟନ୍ତୀ, ପ୍ରସ୍ତୁତି ଜୋରଦାର

ଶାବର ଶ୍ରୀକ୍ଷେତ୍ରର ବିଶେଷତ୍ୱ ହୋଉଛି ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର । ମନ୍ଦିରର ପଣ୍ଡାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଦିବାସୀ ପୂଜକମାନେ ମଧ୍ୟ ମୁଖ୍ୟ ପୂଜା ସମ୍ପାଦିତ କରିଥାନ୍ତି । ଏହା ସହ ମହାପ୍ରସାଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଆନନ୍ଦ ବଜାର ଯାଏଁ ସବୁକାର୍ଯ୍ୟ କରୁଥାନ୍ତି । ପ୍ରଥମେ ସବର ରାଜା ବିଶ୍ୱାବଶୁ ପ୍ରଥମେ ଏଠାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ ଏବଂ ଶବରମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଇଥିଲେ । ତେଣୁ ଏଠାରେ ଶବରମାନେ ମଧ୍ୟ ପୂଜା କରିବାର ବିଧି ରହିଛି । ଶାବର ଶ୍ରୀକ୍ଷେତ୍ର ସମଗ୍ର ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିକୁ ପ୍ରସାର କରାଇବା ମେରୁଦଣ୍ଡ ସାଜିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.