କୋରାପୁଟ: ସରକାର ଗର୍ଭବତୀ, ପ୍ରସୂତି ଓ ଶିଶୁ ସୁରକ୍ଷା ପାଇଁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଏହା ପହଞ୍ଚିପାରୁନି ।ପାହାଡ ଜଙ୍ଗଲ ଘେରା ଅଞ୍ଚଳକୁ ଗମାନ ଗମନର ସୁବିଧା ନଥିବାରୁ ଥମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା । ଆମ୍ବୁଲାନ୍ସ ଆସି ନପାରିବାରୁ ମୁରାନ ନଦୀ ପାର ହୋଇ ୧ କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ କୋରାପୁଟ ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅନ୍ତର୍ଗତ ଘାଟଗୁଡାଗ୍ରାମର ଗର୍ଭବତୀ ମହିଳା ଧବେନ ମୁଦୁଲି।
ଘାଟଗୁଡା ଓ ବାଲିଘାଟ ଗାଁକୁ ନାହିଁ ରାସ୍ତାର ସୁବିଧା । ତେଣୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ । ମୁରାନ ନଦୀରେ ଜୀବନକୁ ବାଜି ଲଗାଇ ବର୍ଷ ତମାମ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗି ଆସୁଛନ୍ତି । ଏହିଭଳି ଗତ ୨୦୧୧ ମସିହାରେ ୨ ଜଣ ଯୁବତୀ ପାରି ହେବାବେଳେ ନଦୀର ପ୍ରଖର ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଇଥିଲେ।
ତଥାପି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବା ସାଧାରଣରେ ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ମା ଓ ନବଜାତ ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟ ଭଲଥିବା ଡାକ୍ତର ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ