ETV Bharat / state

ଆବର୍ଜନା ମୁକ୍ତ ଲାଗି ଚାଲିଛି ପ୍ରାକ ମୌସୁମୀ ସଫେଇ - କୋରାପୁଟ ପ୍ରାକ ମୌସୁମୀ ସଫେଇ

ବର୍ଷା ଦିନ ପୂର୍ବରୁ ସହରକୁ ସ୍ବଚ୍ଛ ଓ ଆବର୍ଜନା ମୁକ୍ତ କରିବା ପାଇଁ ପୌର ପରିଷଦ ଆରମ୍ଭ କରିଛି ପ୍ରାକ ସୌସୁମୀ ସଫେଇ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ...

garbage free in Koraput
କୋରାପୁଟ ପ୍ରାକ ମୌସୁମୀ ସଫେଇ
author img

By

Published : May 28, 2020, 6:11 PM IST

କୋରାପୁଟ: ବଣ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ କୋରାପୁଟ ସହର । ପାହାଡିଆ ଉଠାଣି- ଗଡାଣି ଭରା ପ୍ରାକୃତିକ ପରିବେଶ ଗୋଟିଏ ପଟେ ସହର ଶୋଭାକୁ ବୃଦ୍ଧି କରାଉଥିବା ବେଳେ ବର୍ଷା ଦିନେ ଉଚ୍ଚ ଅଞ୍ଚଳରୁ ଭାସି ଆସୁଥିବା ଆବର୍ଜନା ଜଳ କୋଲାବ ଜଳ ଭଣ୍ଡାରକୁ ଦୂଷିତ କରୁଛି । ତେଣୁ ଜଳ ଭଣ୍ଡାରକୁ ଆବର୍ଜନାମୁକ୍ତ କରିବା ସହ ବର୍ଷା ଦିନ ପୂର୍ବରୁ ସହରକୁ ସ୍ବଚ୍ଛ ଓ ଆବର୍ଜନା ମୁକ୍ତ କରିବା ପାଇଁ ପୌର ପରିଷଦ ଆରମ୍ଭ କରିଛି ପ୍ରାକ ସୌସୁମୀ ସଫେଇ କାର୍ଯ୍ୟକ୍ରମ ।

କୋରାପୁଟ ପ୍ରାକ ମୌସୁମୀ ସଫେଇ

ଏନେଇ ସହରରେ ଥିବା 21ଟି ୱାର୍ଡରେ 140 ଜଣ ସଫେଇ କର୍ମଚାରୀ ରାସ୍ତାଘାଟ ଓ ନାଳ ନର୍ଦମା ସଫା କରୁଛନ୍ତି । ଅନ୍ୟପେଟେ ଅନେକ ବର୍ଷ ପର୍ଯ୍ୟନ୍ତ ଠେଲା ଗାଡ଼ିରେ ସଂଗୃହିତ ଅଳିଆକୁ ଆଣି ସହର ବାହାରେ ଏକାଠି ରଖିବାର ପ୍ରକ୍ରିୟାକୁ ବାଦ ଦିଆଯାଇଖଥିବା ବେଳେ କର୍ମଚାରୀଙ୍କ ସହିତ ଛୋଟ ଭ୍ୟାନ ଓ ଟ୍ରାକ୍ଟର ବ୍ୟବସ୍ଥା ହୋଇଛି । ଯାହା ସଫେଇ କାମକୁ ତ୍ବାରାନିତ କରିବା ସହ କର୍ମଚାରୀଙ୍କ ବୋଝ ଅନେକାଂଶରେ କମ କରିଛି । ସକାଳ 6ଟା ବେଳକୁ ସମସ୍ତ ସଫେଇ କର୍ମଚାରୀ ଓ ଛୋଟ ବାହନ ଗୁଡିକ ପୌରପରିଷଦର କାର୍ଯ୍ୟାଳୟ ନିକଟରେ ଏକତ୍ରିତ ହେବା ପରେ ସେମାନଙ୍କୁ ସେମାନଙ୍କ କାର୍ଯ୍ୟ ବଣ୍ଟନ କରିଦିଆଯାଉଛି । ନିର୍ଦ୍ଧାରିତ ସାହି ମଧ୍ୟକୁ ଯିବା ପରେ ସଫେଇ କର୍ମଚାରୀ ହ୍ବିସିଲ ବଜାଇବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଜନସାଧାରଣ ଘରୁ ଅଳିଆ ଆଣି ଗାଡ଼ିରେ ପକାଇଦେଉଛନ୍ତି ।

ଘର ସାମ୍ନାରେ ବା ଛକରେ ଥିବା ଡ଼ଷ୍ଟବିନରେ ଅଳିଆ ଗଦାକରିବା ଆବଶ୍ୟକ ହେଉନଥିବା ଯୋଗୁଁ ନାଳ ନର୍ଦମାରେ ମଧ୍ୟ ଆଉ ମଇଳା ଜମି ରହୁନାହିଁ । ତେଣୁ ବର୍ଷାଦିନେ ନାଳ ମଧ୍ୟଦେଇ ଅଳିଆ ପାନୀୟ ଜଳରେ ମିଶିବାର ଅଶଙ୍କା ଅନେକ ମାତ୍ରାରେ ହ୍ରାସ ହୋଇଥିବା ପୌରାଧିକାରୀ କହିଛନ୍ତି । ତଥାପି ନାଳରେ ପାଣି ଅଟକି ଯିବାର ସାମାନ୍ୟତମ ସମ୍ଭାବନାକୁ ମଧ୍ୟ ଏଡାଇଯିବା ପାଇଁ ବର୍ତମାନ ଠାରୁ ନାଳ ଗୁଡିକରେ ଜମିଥିବା ମାଟିକୁ ସଫା କରିବା ସହ ଅନ୍ୟାନ୍ୟ ଆବର୍ଜନାକୁ ସଫା କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପୌର ପରିଷଦର ଏଭଳି ଆଗୁଆ ପଦକ୍ଷେପ କୋଲାବ ଜଳଭଣ୍ଡାର ପାଣିକୁ ଆବର୍ଜନା ମୁକ୍ତ କରିବା ସହ କରୋପୁଟ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବ ବୋଲି ଆଶା କରାଯାଉଛି ।

କୋରାପୁ଼ଟରୁ ସିଏଚ ଶାନ୍ତାକର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.